ETV Bharat / state

ଲୁହାପଥର ଚୋରା ଚାଲାଣ ବେଳେ ଟ୍ରକ ଜବତ, 6 ଗିରଫ

ଲୁହା ପଥର ଚୋରା ଚାଲାଣ ଘଟଣାରେ 6 ଜଣ ଅଭିଯୁକ୍ତଙ୍କୁ ଗିରଫ କରବା ସହ ଦୁଇଟି ଟ୍ରକ ଜବତ କରିଛି ରୁଗୁଡି ପୋଲିସ ।

author img

By

Published : Jan 8, 2020, 11:33 PM IST

two truck seized
two truck seized

କେନ୍ଦୁଝର: ଲୁହା ପଥର ଚୋରା ଚାଲାଣ ହେଉଥିବାବେଳେ ରୁଗୁଡି ପୋଲିସ ଜବତ କରିଛି ଟ୍ରକ । ଏହି ଘଟଣାରେ ଜଡିତ 6 ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ ହୋଇଛନ୍ତି । ବଡ଼ବିଲ ତହସିଲ ଶଙ୍ଖଝର ଗାଁରେ ବନ୍ଦ ପଡ଼ିଥିବା ଏକ କ୍ରସର ପ୍ଲାଣ୍ଟରୁ ୨୬ ଟନ୍ ସାଇଜ୍ ଲୁହାପଥର ହାଇଭା ଟ୍ରକ ନଂ - ଜେଏଚ୍ ୦୫ ଏଡବ୍ଲୁ ୦୩୨୦ ରେ ଲୋଡ୍ କରାଯାଇ ଚୋରା ଚାଲାଣ ହେଉଥିବା ବିଶ୍ବସ୍ତ ସୁତ୍ରରୁ ଖବର ପାଇ ଚଢ଼ାଉ କରିଥିଲା ବଡ଼ବିଲ ପୋଲିସ । ଟଂଟୋ ସ୍ଥିତ ବିଆରପିଏଲ୍ ନିକଟରୁ ଏହି ହାଇୱା ଟ୍ରକକୁ ଜବତ୍ କରିବା ସହ ସଂପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ୍ କରିବାରେ ସଫଳ ହୋଇଥିଲା ପୋଲିସ ।

ଲୁହାପଥର ଚୋରାଚାଲାଣ, ଟ୍ରକ ଜବତ 6ଗିରଫ

ଏମାନେ ହେଲେ ଯୋଡ଼ା ଅଂଚଳର ୨ ମାଫିଆ ସମ୍ଭୁ ବାହାଦୁର, ରାଜେଶ ମୁଣ୍ଡା, ଝାଡ଼ଖଣ୍ଡର ହାଇଭା ଡ୍ରାଇଭର ଲକ୍ଷ୍ମଣ ମାହତୋ ଓ ହେଲପର ବିକାଶ ମାହତୋ । ତେବେ ଗିରଫ ଅଭିଯୁକ୍ତଙ୍କୁ ପଚରା ଉଚୁରା ପରେ ଚୋରା କାରବାରର ମୁଖ୍ୟ ମାଫିଆ ସମ୍ପଦ କୁମାର କାଳନ୍ଦୀ ଓ ହାଇୱା ମାଲିକ ଉମେଶ କୁମାର ପାଠକକୁ ଝାଡ଼ଖଣ୍ଡରୁ ଗିରଫ୍ କରିଥିବା ବଡ଼ବିଲ ପୋଲିସ ସୂଚନା ଦେଇଛି ।

ଘଟଣାରେ ଗୋଟିଏ 12 ଚକିଆ ଓ ଗୋଟିଏ 10 ଚକିଆ ଟ୍ରକ ଜବତ ହୋଇଛି । ଅଭିଯୁକ୍ତଙ୍କ ନିକଟରୁ 15, 600 ତାଙ୍କ ଓ 3 ମୋବାଇଲ ଜବତ ହୋଇଛି । ଜବତ୍ ଲୁହାପଥରର ଆନୁମାନିକ ବଜାର ଦର ପ୍ରାୟ ୨ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଗିରଫ୍ ସମସ୍ତ ୬ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ-ଚୋର ଲୁହ ପଥର ଚୋର ଚାଲାଣ ବେଳେ ରୁଗୁଡି ପୋଲିସ ଦ୍ୱାରା 3 ଗିରଫ 2 ଟ୍ରକ ଜବତBody:ଆଙ୍କର- କେନ୍ଦୁଝର ଜିଲ୍ଲା ରୁଗୁଡି ପୋଲିସ ଦ୍ୱାରା ଚୋରାଲୁହା ପଥର ଚାଲାଣ କେଶ ଠାବ କରିବାରେ ସକ୍ଷମ ହୋଇଛି । ଏହି ଘଟଣାରେ ଜଡିତ 3 ଜଣ ଅଭିଯୁକ୍ତ ଗିରଫ ଓ କୋର୍ଟ ଚାଲାଣ ହୋଇଛନ୍ତି । ଚୋରା ନମ୍ବର ପ୍ଲେଟ ଲଗାଇ 5/18 ସାଇଜ ର ଲମ୍ପସ ଆର ପି ସାଓ ଖଣି ରୁ ଚୋରି କରି ଚାଲାଣ କରୁଥିବା ବେଳେ ରୁଗୁଡି ପୋଲିସ ଦ୍ୱାରା ଧରା ପଡିଥିଲା । ଏହି ଘଟଣା ରେ ଗୋଟିଏ 12 ଚକିଆ ଓ ଗୋଟିଏ 10 ଚକିଆ ଟ୍ରକ ଜବତ ହୋଇଛି । ଅଭିଯୁକ୍ତଙ୍କ ନିକଟରୁ 15600 ତାଙ୍କ ଓ 3 ମୋବାଇଲ ଜବତ ହୋଇଛି । ଏମାନଙ୍କ ଦ୍ୱାରା ଆଗରୁ ବହୁ କେସ ଥିବା ବେଳେ ତଦନ୍ତ ଆରମ୍ଭ କରିଛି ରୁଗୁଡି ପୋଲିସ । Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.