କେନ୍ଦୁଝର: ବଟି ପାଇଁ କିନ୍ନରଙ୍କ ଗୋଷ୍ଠୀ ସଂଘର୍ଷ । ଜିଲ୍ଲାରେ କିନ୍ନର ମାନେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଉପାୟରେ ରୋଜଗାର କରୁଛନ୍ତି । ଜିଲ୍ଲାର ଏହି କିନ୍ନରଙ୍କ ରୋଜଗାରରେ ଯାଜପୁର ଜିଲ୍ଲାର କିନ୍ନର ମାନେ ଭାଗ ମାଗିଥିବା ଅଭିଯୋଗ ହୋଇଛି । ଏନେଇ ଯାଜପୁରର କିନ୍ନର ଗୋଷ୍ଠୀ କେନ୍ଦୁଝର ଜିଲ୍ଲାର ଗୋଷ୍ଠୀ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ସୂଚନାଅନୁଯାୟୀ ଯାଜପୁର କିନ୍ନର ଗୋଷ୍ଠୀର କିଛି ସଦସ୍ୟ କେନ୍ଦୁଝର ବନାଯୋଡି ଟୋଲ ଗେଟ ଠାରେ ଥିବା କିନ୍ନର ଗୋଷ୍ଠୀଙ୍କୁ ଜଣଙ୍କ ପିଛା 6000 ଟଙ୍କା ବଟି ମାଗିଥିଲେ । ଏଥିରେ କେନ୍ଦୁଝର କିନ୍ନର ଗୋଷ୍ଠୀ ରାଜି ନ ହେବାରୁ କେନ୍ଦୁଝର କିନ୍ନର ମାନଙ୍କୁ ମାଡ ମାରିବା ସହିତ ସୁନା ଗହଣା ଛଡାଇ ନେଇଥିଲେ ଯାଜପୁରର କିନ୍ନର ଗୋଷ୍ଠୀ । ଏହି ଘଟଣାରେ ଜଣେ କିନ୍ନର ଆହତ ହେଇଥିବା ବେଳେ ଯାଜପୁର କିନ୍ନର ମାନେ ତାଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଛନ୍ତି । ଏ ନେଇ କେନ୍ଦୁଝର ଗୋଷ୍ଠୀ ପକ୍ଷରୁ କେନ୍ଦୁଝର ଥାନାରେ ଅଭିଯୋଗ କରିଛନ୍ତି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର,ଇଟିଭି ଭାରତ