ETV Bharat / state

ଟ୍ରକ ପଛପଟେ ଧକ୍କା ଦେଇ ଦୁଇ ସ୍କୁଟି ଅରୋହୀ ମୃତ

author img

By

Published : May 26, 2020, 5:31 PM IST

ବିରଗୋବିନ୍ଦପୁର ଛକ ନିକଟରେ ୧୪ ଚକିଆ ଟ୍ରକ ପଛପଟେ ଧକ୍କା ଦେଇଥିବା ଫଳରେ ଘଟଣାସ୍ଥଳରେ ଦୁଇ ସ୍କୁଟି ଅରୋହୀଙ୍କ ମୃତ୍ୟୁ ଘଟିଛି।

Anadapur Two Scooter riders were killed
ଆନନ୍ଦପୁରରେ ଦୁଇ ସ୍କୁଟି ଅରୋହି ମୃତ

ଆନନ୍ଦପୁର: ୨୦ନମ୍ବର ଜାତୀୟ ରାଜପଥ ବିରଗୋବିନ୍ଦପୁର ଛକ ନିକଟରେ ସଡକ ଦୁର୍ଘଟଣାରେ ୨ମୃତ । ବୀରଗୋବିନ୍ଦପୁର ଛକ ନିକଟରେ ୧୪ ଚକିଆ ଟ୍ରକ ପଛପଟେ ଧକ୍କା ଦେଇଥିବା ଫଳରେ ଘଟଣାସ୍ଥଳରେ ଦୁଇ ସ୍କୁଟି ଅରୋହୀଙ୍କ ମୃତ୍ୟୁ ଘଟିଛି। ଦୁଇ ମୃତକ ବଡ଼ବିଲ ଥାନା କଳିଙ୍ଗ ଅଞ୍ଚଳର ସହଦେଵ ଦେବ ଓ ବଣ୍ଟି ଖାଁ ହୋଇଥିବା ଜଣାପଡିଛି।

ଆନନ୍ଦପୁରରେ ଦୁଇ ସ୍କୁଟି ଅରୋହି ମୃତ

ଉଭୟ ଆଜି ସକାଳୁ ସ୍କୁଟି ଯୋଗେ ବାହାରି ବୋଲେରୋ କିଣିବାକୁ ଭୁବନେଶ୍ବର ଯାଉଥିଲେ। ଘଟଣାର ଖବର ପାଇ ଘଷିପୁରା ଅଗ୍ନିଶମ ବିଭାଗ ଓ ଘଷିପୁରା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି। ତେବେ କେଉଁ କାରଣରୁ ଦୁର୍ଘଟଣା ଘଟିଲା ତାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ।

ଆନନ୍ଦପୁରରୁ, ସୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.