ETV Bharat / state

ଶିକ୍ଷକଙ୍କୁ ଲୁଟ ଘଟଣା: 2 ଗିରଫ, ଦେଶୀ ବନ୍ଧୁକ ସହ ୫ ରାଉଣ୍ଡ ଗୁଳି ଜବତ

author img

By

Published : Aug 14, 2019, 6:58 PM IST

ଶିକ୍ଷକମାନଙ୍କ ଠାରୁ ହୋଇଥିବା ଲୁଟ ଘଟଣାରେ ପୋଲିସ ପୁଛୁଳାବେଡା ଗ୍ରାମରେ ଚଢାଉକରି ଦୁଇ ଜଣଙ୍କୁ ଗିରଫ କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ଘଟଗାଁ ଥାନା ଅନ୍ତର୍ଗତ ଛୋଟରାୟପୁର ଠାରେ ଶିକ୍ଷକ ମାନଙ୍କୁ ଲୁଟ ମାମଲାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଦୁଇ ଜଣ ପୁଛୁଳାବେଡା ଗ୍ରାମର ବସନ୍ତ ନାଏକ ଓ ଦୁଷ୍ମ୍ମନ୍ତ ମହାକୁଡ ବୋଲି ଜଣାପଡିଛି । ସେମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ, ୫ ରାଉଣ୍ଡ ଗୁଳି, ୨ଟି ମୋବାଇଲ ଓ ୩ଟି ବାଇକ ପୋଲିସ ଜବତ କରିଛି । ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ୪ ଜଣ ଏବେ ବି ଫେରାର ଅଛନ୍ତି । ତେବେ ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ସୂଚନାଯୋଗ୍ୟ, ହରିଚନ୍ଦନପୁର ବ୍ଲକର ବିଭିନ୍ନ ସ୍ଥାନରେ ଚାକିରି କରୁଥିବା ୪ ଜଣ ଶିକ୍ଷକ ସ୍କୁଲ ଛୁଟି ପରେ ଘରକୁ ଯାଉଥିଲେ । ଛୋଟରାୟପୁରଠାରେ ୬ ଜଣ ଦୁର୍ବୃତ୍ତ ୩ଟି ବାଇକରେ ଆସି ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ସେମାନଙ୍କ ଠାରୁ ଲୁଟ କରିଥିଲେ । ଲୁଟେରା ମାନେ ଗୋଟିଏ ବାଇକ, ଜରୁରୀ କାଗଜପତ୍ର ଥିବା ୩ଟି ବ୍ୟାଗ, ୨ଟି ମୋବାଇଲ ଓ ଟଙ୍କା ଲୁଟ କରି ଫେରାର ହୋଇଯାଇଥିଲେ । ଏନେଇ ଶିକ୍ଷକଙ୍କ ପକ୍ଷରୁ ଘଟଗାଁ ଥାନାରେ ଅଭିଯୋଗ କରାଯାଇଥିଲା । ଏହାପରେ ପୋଲିସ ଘଟଗାଁ ଥାନା ଅଧୀନରେ ଥିବା ପୁଛୁଳାବେଡା ଗ୍ରାମରେ ଚଢାଉ କରିଥିଲା । ସେଠାରୁ ବସନ୍ତ ନାଏକ ଓ ଦୁଷ୍ମ୍ମନ୍ତ ମହାକୁଡକୁ ଗିରଫ କରାଯାଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ-ଶିକ୍ଷକଙ୍କ ଠାରୁ ଲୁଟ ଘଟଣା ଦୁଇ ଅଭିଯୁକ୍ତକୁ ଗିରଫ କଲା ପୋଲିସBody:

ଆଙ୍କର- ଗତ ୧୦ ତାରିଖ ଦିନ ଘଟଗାଁ ଥାନା ଅନ୍ତର୍ଗତ ଛୋଟରାୟପୁର ଗ୍ରାମ ରାସ୍ତାରେ ଏକ ଲୂଟ ହୋଇଥିବା ଅଭିଯୋଗ ହୋଇଥିଲା । ହରିଚନ୍ଦନପୁର ବ୍ଲକର ବିଭିନ୍ନ ସ୍ଥାନରେ ଚାକିରି କରୁଥିବା ୪ଜଣ ଶିକ୍ଷକ ସ୍କୁଲ ଛୁଟି ପରେ ଘରକୁ ଯାଉଥିବା ବେଳେ ୬ ଜଣ ଦୁର୍ବୁତ ୩ଟି ବାଇକରେ ଆସି ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଶିକ୍ଷକ ମାନଙ୍କ ଠାରୁ ଲୂଟ କରିଥିଲେ ।ଲୁଟେରା ମାନେ ଗୋଟିଏ ବାଇକ,ଜରୁରୀ କାଗଜପତ୍ର ଥିବା ୩ଟିବ୍ୟାଗ,୨ଟି ମୋବାଇଲ ଓ ଟଙ୍କା ଲୁଟ କରି ଫେରାର ହୋଇଯାଇଥିଲେ । ଘଟଗାଁ ଥାନାରେ ଏନେଇ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ପରେ ୨ ଅଭିଯୁକ୍ତକୁ ଚିହ୍ନଟ କରି ଘଟଗାଁ ଥାନା ଅନ୍ତର୍ଗତ ପୁଛୁଳାବେଡା ଗ୍ରାମରେ ଚଢାଉ କରି ବସନ୍ତ ନାଏକ ଓ ଦୁଷ୍ମ୍ମନ୍ତ ମହାକୁଡକୁ ଗିରଫ କରିଛି । ସେମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ,୫ଟି ଜୀବନ୍ତ ଗୁଳି,୨ଟି ମୋବାଇଲ ଓ ୩ଟି ବାଇକ ପୋଲିସ ଜବତ କରିଥିବା ବେଳେ ଅନ୍ୟ ୪ ଜଣ ସହଯୋଗୀ ଏବେବି ଫେରା ଅଛନ୍ତି । ତେବେ ଖୁବଶିଘ୍ର ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ପ୍ରେସମିଟ ଜରିଆରେ ସୂଚନା ଦିଆଯାଇଛି ।
Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.