ETV Bharat / state

ବିଦ୍ୟୁତ୍‌ ତାର ଲାଗି ଦୁଇ ମାଈ ହାତୀ ମୃତ - ଦୁଇ ମାଈ ହାତୀ ମୃତ

କେନ୍ଦୁଝରରେ ବିଦ୍ୟୁତ ବିଜୁଳି ତାର ଲାଗି ଦୁଇ ମାଈ ହାତୀ ମୃତ । ବନ ବିଭାଗର ତଦନ୍ତ ଜାରି । ଅଧିକ ପଢନ୍ତୁ

ବିଦ୍ୟୁତ ତାର ଲାଗି ଦୁଇ ମାଈ ହାତୀ ମୃତ
ବିଦ୍ୟୁତ ତାର ଲାଗି ଦୁଇ ମାଈ ହାତୀ ମୃତ
author img

By

Published : Aug 25, 2022, 10:47 AM IST

କେନ୍ଦୁଝର: ରାଜ୍ୟରେ ହାତୀ ମୃତ୍ୟୁ ଏକ ନିତିଦିନିଆ ଘଟଣା ହୋଇଗଲାଣି । କେନ୍ଦୁଝରରେ ଆଜି(ଗୁରୁବାର) ଦୁଇଟି ମାଈ ହାତୀଙ୍କ ମୃତ୍ୟୁ ଘଟିଛି । କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ କୃଷି ବିଜ୍ଞାନ କେନ୍ଦ୍ର ନିକଟରେ ବିଦ୍ୟୁତ୍‌ ତାର ଲାଗି ଏହି ଦୁଇ ମାଈ ହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି (female elephants dies of electrocution) । ମୃତ ହାତୀ ଦୁଇଟିର ବୟସ ପ୍ରାୟ ୨୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।

ବିଦ୍ୟୁତ୍‌ ତାର ଲାଗି ଦୁଇ ମାଈ ହାତୀ ମୃତ

ଜଙ୍ଗଲ ବିଭାଗ ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଖାଦ୍ୟ ଅନ୍ବେଷଣରେ ଏକ ୯ ଟିକିଆ ହାତୀପଲ ଉକ୍ତ ଅଞ୍ଚଳରେ ବୁଲୁଥିଲେ । ଏକ ଘରୋଇ ଲାଇନ ତାର ମଧ୍ୟରେ ଲମ୍ବିଥିବା ଲଟାକୁ ଖାଇବାକୁ ଯାଇ ଦୁଇ ମାଈ ହାତୀ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ଅନ୍ୟ ହାତୀ ଭୟରେ ନିକଟସ୍ଥ ଜଙ୍ଗଲ ମଧ୍ୟକୁ ଚାଲି ଯାଇଥିବା ଜଣାପଡିଛି । ବନ ବିଭାଗ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଏହି ଘଟଣା ପାଇଁ ବିଦ୍ୟୁତ ବିଭାଗକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ଖବର ପାଇ ବିଦ୍ୟୁତ ବିଭାଗ କର୍ମଚାରୀ ପହଞ୍ଚି କେଉଁ କାରଣରୁ ଜଙ୍ଗଲ ମଧ୍ୟରେ କନେକ୍ସନ ଦିଆଯାଇଛି ତଦନ୍ତ କରିବେ ବୋଲି କହିଛନ୍ତି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.