ETV Bharat / state

କେନ୍ଦୁଝରରେ ଦୁଇଟି ସ୍ଥାନରେ ଦୁର୍ଘଟଣା; 2 ମୃତ, 3 ଗୁରୁତର ଆହତ - two different accident

କେନ୍ଦୁଝର ସଦର ଥାନା ଗୋପାଳପୁର ନିକଟରେ ଘଟିଛି ଦୁଇଟି ପୃଥକ ପୃଥକ ଦୁର୍ଘଟଣା। ଯେଉଁଥିରେ 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, 3 ଜଣ ଗୁରୁତର ଆହତ ହୋଇଛନ୍ତି । ସେପଟେ ଏଠାରେ ଦିନକୁ ଦିନ ଦୁର୍ଘଟଣା ବଢୁଥିବାରୁ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକେ ।

two different accident
କେନ୍ଦୁଝରରେ ଦୁଇଟି ସ୍ଥାନରେ ଦୁର୍ଘଟଣା; 2 ମୃତ, 3 ଗୁରୁତର ଆହତ
author img

By

Published : Feb 2, 2020, 1:40 PM IST

କେନ୍ଦୁଝର: ଜିଲ୍ଲାର ସଦର ଥାନା ଅଧିନସ୍ଥ ଗୋପାଳପୁର ନିକଟରେ ଘଟିଛି 2ଟି ପୃଥକ ପୃଥକ ଦୁର୍ଘଟଣା। ଯେଉଁଥିରେ 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, 3 ଜଣ ଗୁରୁତର ଆହତ ହୋଇଛନ୍ତି । ସେପଟେ ଏଠାରେ ଦିନକୁ ଦିନ ଦୁର୍ଘଟଣା ବଢୁଥିବାରୁ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକେ ।

ଗତକାଲି ରାତିରେ ଟ୍ରକ ଓ କାର ମଧ୍ୟରେ ଧକ୍କା ହୋଇ 3 ଜଣ ଗୁରୁତର ହୋଇଥିବାବେଳେ କିଛି ସମୟ ବ୍ୟବଧାନରେ ଦୁଇଟି ଟ୍ରକ ମୁହାଁମୁହିଁ ହୋଇଥିଲା । ଦୁର୍ଘଟଣା ଏପରି ଘଟିଥିଲା ଯେ 2 ଜଣ ଡ୍ରାଇଭର ଟ୍ରକ ମଧ୍ୟରେ ଚାପି ହୋଇ ରହିଯାଇଥିଲେ । ଅଗ୍ନିଶମ ବିଭାଗ ଖବର ପାଇ ଚାରି ଘଣ୍ଟା ଅକ୍ଲାନ୍ତ ପରିଶ୍ରମ ପରେ ଟ୍ରକକୁ କାଟି ମୃତ ଡ୍ରାଇଭରଙ୍କ ଶବକୁ କାଢିଥିଲା ।

କେନ୍ଦୁଝରରେ ଦୁଇଟି ସ୍ଥାନରେ ଦୁର୍ଘଟଣା; 2 ମୃତ, 3 ଗୁରୁତର ଆହତ

ଏହି ଦୁର୍ଘଟଣା ଫଳରେ 20 ନମ୍ବର ଜାତୀୟ ରାଜପଥରେ ଜାମ ହୋଇଥିବା ବେଳେ, ଦୁଇ ପଟୁ ଦଶ କିଲୋମିଟର ଧରି ଟ୍ରକ ଛିଡା ହୋଇରହିଛି । ଅନ୍ୟପଟେ ଦୀର୍ଘ ବର୍ଷରୁ ଏନଏଚଆଇ ଟୋଲ ଆଦାୟ କରିଥିଲେ ସୁଦ୍ଧା ରାସ୍ତା ନିର୍ମାଣ କାର୍ଯ୍ୟ କରୁନଥିବା କାରଣରୁ ଦୁର୍ଘଟଣା ବଢୁଥିବା ଅଭିଯୋଗ କରି ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରୁଛି।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ଦୁଇଟି ପୃଥକ ଦୁର୍ଘଟଣାରେ ଦୁଇ ମୃତ ତିନି ଗୁରତର, ରାସ୍ତା ଅବରୋଧBody:
ଆଙ୍କର- କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଗୋପାଳପୁର ନିକଟରେ ଦୁଇଟି ପୃଥକ ପୃଥକ ଦୁର୍ଘଟଣାରେ ଦୁଇ ଜଣ ମୃତ୍ୟୁବରଣ କରିଥିବା ବେଳେ ତିନି ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି । ଗତକାଲି ରାତିରେ ଟ୍ରକ ଓ କାର ମଧ୍ୟରେ ଧକ୍କା ହୋଇ ତିନି ଜଣ ଗୁରୁତର ହୋଇଥିବା ବେଳେ କିଛି ସମୟ ବ୍ୟବଧାନ ରେ ଦୁଇଟି ଟ୍ରକ ମୁହାଁମୁହିଁ ହୋଇଥିଲା । ଧକ୍କା ର ମାତ୍ରା ଏତେଥିଲା ଯେ ଘଟଣା ସ୍ଥଳରେ ଦୁଇ ଜଣ ଡ୍ରାଇଭର ଟ୍ରକ ମଧ୍ୟରେ ଚାପି ହୋଇ ରହିଯାଇଥିଲେ । ଅଗ୍ନିଶମ ବିଭାଗ ଖବର ପାଇ ଚାରି ଘଣ୍ଟା ଅକ୍ଲାନ୍ତ ପରିଶ୍ରମ ପରେ ଟ୍ରକ କୁ କାଟି ମୃତ ଡ୍ରାଇଭର ଙ୍କ ଶବକୁ କାଢି ଥିଲେ । ଏହି ଦୁର୍ଘଟଣା ଫଳରେ ୨୦ ନମ୍ବର ଜାତୀୟ ରାଜପଥରେ ଜାମ ହୋଇଯାଇଥିବା ବେଳେ ଦୁଇ ଆଡୁ ଦଶ କିଲୋମିଟର ଧରି ଟ୍ରକ ଛିଡା ହୋଇରହିଛି । ଦୀର୍ଘ ବର୍ଷ ରୁ ଏନ ଏଚ ଆଇ ଟୋଲ ଆଦାୟ କରିଥିଲେ ସୁଦ୍ଧା ରାସ୍ତା ନିର୍ମାଣ କାର୍ଯ୍ୟ କରୁନଥିବା କାରଣରୁ ଦୁର୍ଘଟଣା ବଢୁଥିବା ବେଳେ ନିକଟରେ ଖଣି ଲିଜ ସାରିବକୁ ଯାଉଥିବା ବେଳେ ପରିବହନ କାର୍ଯ୍ୟ ବହୁ ମାତ୍ର ରେ ବଢିଛି । ଫଳତଃ ବଢିଥିବା ଟ୍ରକ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଅର୍ଧ ନିର୍ମିତ ରାସ୍ତା କାର୍ଯ୍ୟ ଦୁର୍ଘଟଣା ର କାରଣ ପାଲିଟିଛି । ବାରମ୍ବାର ଦୁର୍ଘଟଣା ର ସମାଧାନ ନହେବା ରୁ ରାସ୍ତା ରୋକ କରିଛନ୍ତି ସ୍ଥାନୀୟ ବାସିନ୍ଦା । ସଦର ପୋଲିସ ପହଁଚି ବୁଝାସୁଝା କରୁଛି

ବାଇଟ-୧-ପ୍ରଦୀପ ସିଂ ( ଡ୍ରାଇଭର) ମାଟିଆ ରଙ୍ଗର ସର୍ଟ ପିଢ଼ିଛି

ବାଇଟ-୨-ରାଜକିଶୋର ନାଏକ( ସ୍ଥାନୀୟ ବାସିନ୍ଦା) ମାଟିଆ ରଙ୍ଗର ସର୍ଲ ଘୋଡେଇ ହେଉଛି

ବାଇଟ-୩-ନିତ୍ୟାନନ୍ଦ ମହାକୁଡ଼ ( ସ୍ଥାନୀୟ ବାସିନ୍ଦା)ନୀଳ ରଙ୍ଗରସର୍ଟ ପିଢ଼ିଛିConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.