କେନ୍ଦୁଝର : ଦିନକୁ ଦିନ ବଢିବାରେ ଲାଗିଛି ହାତୀ ଉପଦ୍ରବ । ଚମ୍ପୁଆ ରେଞ୍ଜକୁ ଧସେଇ ପଶିଲେ ୨୨ ହାତୀପଲ । ହାତୀପଲ କରଞ୍ଜିଆ ରେଞ୍ଜରୁ ଆଦିପୁର ନିକଟରେ ବୈତରଣୀ ନଦୀ ପାର ହୋଇ ଚମ୍ପୁଆ ରେଞ୍ଜକୁ ପ୍ରବେଶ କରିଛନ୍ତି ।
ଚମ୍ପୁଆ ରେଞ୍ଜର ପଦ୍ମପୁର, ନନ୍ଦପୁର ,ପାହାଡ଼ଭଙ୍ଗା ଓ ମାଳିପଶି ଅଞ୍ଚଳରେ ବ୍ୟାପକ ଧାନ ଓ ମକା ଚାଷ ନଷ୍ଟ କରିଛନ୍ତି । ଏବେ ହାତୀପଲ ବର୍ଦ୍ଧନା ଜଙ୍ଗଲରେ ଡେରା ପକାଇଥିବା ସୂଚନା ମିଳିଛି । ଗାଁ ପାଖ ଜଙ୍ଗଲରେ ହାତୀପଲ ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ