ETV Bharat / state

ଟ୍ରକକୁ ଧକ୍କା ଦେଇ ଜଳିଗଲା ଟ୍ରକ, ଡ୍ରାଇଭର ଜୀବନ୍ତ ଦଗ୍ଧ - ୪୯ ନମ୍ବର ଜାତୀୟ ରାଜପଥ

କେନ୍ଦୁଝର ସଦର ଥାନା ୪୯ ନମ୍ବର ଜାତୀୟ ରାଜପଥର ମହୁଲଡିହା ଗାଁରେ ଟ୍ରକକୁ ଧକ୍କା ଦେଲା ଟ୍ରକ । ଫଳରେ ଧକ୍କା ଦେଇଥିବା ଟ୍ରକଟି ଜଳି ଯାଇଥିବା ବେଳେ ଡ୍ରାଇଭର ଜୀବନ୍ତ ଦଗ୍ଧ ।

truck catches fire
truck catches fire
author img

By

Published : Aug 4, 2023, 10:33 AM IST

Updated : Aug 4, 2023, 12:46 PM IST

ଟ୍ରକ ଧକ୍କାରେ ଡ୍ରାଇଭର ଜୀବନ୍ତ ଦଗ୍ଧ

କେନ୍ଦୁଝର: ୪୯ ନମ୍ବର ଜାତୀୟ ରାଜପଥର ମହୁଲଡିହା ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକକୁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣା ଏତେ ଭୟାନକ ଥିଲା ଯେ ଘଟଣାସ୍ଥଳରେ ଜଳିଗଲା ଧକ୍କା ଦେଇଥିବା ଟ୍ରକ । ଟ୍ରକକୁ ବାହାରି ନପାରି ଡ୍ରାଇଭର ଜୀବନ୍ତ ଦଗ୍ଧ । ଆଜି(ଶୁକ୍ରବାର) ଭୋର 4ଟା ସମୟରେ ବାଇପାସରେ ଏହି ଦୁର୍ଘଟଣା । ମୃତ ଡ୍ରାଇଭରଙ୍କ ପରିଚୟ ମିଳିପାରିନାହିଁ ।

ସୂଚନା ଅନୁସାରେ, ଦୁଇଟି ଟ୍ରକ କଲିକତା ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଲୁହା ଚାଦର ବୋଝେଇ ଟ୍ରକକୁ ପଛରୁ ଧକ୍କା ଦେଇଥିଲା ଅନ୍ୟ ଏକ ଟ୍ରକ । ଫଳରେ କୌଣସି କାରଣରୁ ଟ୍ରକଟି ଜଳି ଯାଇଥିଲା । ଟ୍ରକକୁ ବାହାରି ନପାରି ଜୀଅନ୍ତା ଜଳି ଯାଇଥିଲେ ଡ୍ରାଇଭର । ଖବର ପାଇଁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ ଓ ଅଗ୍ନିଶମ ବାହିନୀ । ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସେପଟେ ଅନ୍ୟଟ୍ରକଟିର ପତ୍ତା ମିଳି ପାରିନାହିଁ ।

ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ, ‘ଦୁର୍ଘଟଣାଗ୍ରସ୍ତ ଟ୍ରକଟି ଦ୍ରୁତ ଗତିରେ ଆସୁଥିଲା । ଫଳରେ ଲୁହାଚାଦର ବୋଝେଇ ଟ୍ରକକୁ ପଛରୁ ଧକ୍କା ଦେଇଥିଲା । ଟ୍ରକରୁ ଡିଜେଲ ବାହାରୁଥିବା ବେଳେ କୌଣସି କାରଣରୁ ତାହା ଜଳି ଯାଇଥିଲା । ହେଲେ ଡ୍ରାଇଭର ଗାଡିରୁ ବାହାରି ପାରିନଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଛି । ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।’

ଏହାମଧ୍ୟ ପଢନ୍ତୁ: ବରଯାତ୍ରୀଙ୍କ ଉପରେ ଟ୍ରକ ମାଡିଯିବାରୁ 6 ମୃତ, 3ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା

Sambalpur Accident: କୋଇଲା ବୋଝଇ ଟ୍ରକ ଓ 407 ମଧ୍ୟରେ ଧକ୍କା, ଜୀବନ୍ତ ଜଳିଗଲେ ଡ୍ରାଇଭର

ରାଜରାସ୍ତାରେ ସଡକ ଦୁର୍ଘଟଣା ନିତିଦିନିଆ ଘଟଣାରେ ପରିଣତ ହୋଇଛି । ଅନେକ ସମୟରେ ଦୁର୍ଘଟଣା ଖବର ସାମ୍ନାକୁ ଆସୁଛି । ନିକଟରେ ସେହିପରି ସମ୍ବଲପୁର ଜିଲ୍ଲାରେ କୋଇଲା ବୋଝେଇ ଟ୍ରକ ଓ ମିନି ଟ୍ରକ ମଧ୍ୟରେ ମୁହାଁମୁହିଁ ଦୁର୍ଘଟଣା ହୋଇଥିଲା । ଫଳରେ ଏଥିରେ ବି ମିନିଟ୍ରକ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଥିଲା । ସମ୍ବଲପୁର କୋଲକାତା ୫୩ ନମ୍ବର ଜାତୀୟ ରାଜପଥର ବଡ଼ କୁଣ୍ଡେସରା ଗାଁ ନିକଟରେ ଘଟିଥିଲା ଏହି ଦୁର୍ଘଟଣା ।

ସେହିପରି ଜୁନ 28 ତାରିଖରେ କେନ୍ଦୁଝର ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ବରଯାତ୍ରୀଙ୍କ ଉପରେ ଟ୍ରକ ମାଡି ଯିବାରୁ 6 ଜଣଙ୍କ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଥିଲା । ବରଯାତ୍ରୀ ନାଚଗୀତ ଖୁସିରେ କନ୍ୟା ଘରକୁ ଯାଉଥିବା ବେଳେ ଘଟି ଯାଇଥିଲା ଏହି ଦୁଃଖଦ ଘଟଣା । ସେହି ସମୟରେ ମୁଖ୍ୟମନ୍ତ୍ରୀ ଘଟଣାରେ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା କରିଥିଲେ ।

ଇଟିଭି ଭାରତ, କେନ୍ଦୁଝର

Last Updated : Aug 4, 2023, 12:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.