ETV Bharat / state

ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୧୫ ତମ ଜନ୍ମ ଜୟନ୍ତୀ ପାଳିତ

ଆଦିବାସୀଙ୍କ ‘ଅଲଚିକି’ ଭାଷା ସୃଷ୍ଟି କରି ତାକୁ ମାନ୍ୟତା ପ୍ରଦାନ କରିବା ପାଇଁ ଜୀବନ ଉତ୍ସର୍ଗ କରିଥିବା ପଣ୍ଡିତ ରଘୁନାଥ ମୁର୍ମୁଙ୍କର ୧୧୫ତମ ଜନ୍ମ ଜୟନ୍ତୀ ପାଳିତ ହୋଇଛି।

author img

By

Published : May 18, 2019, 9:19 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ଆନନ୍ଦପୁର: ସାରା ଦେଶରେ ଆଦିବାସୀଙ୍କ ସୁରକ୍ଷା ପାଇଁ ଓ ତାଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଆନ୍ଦୋଳନ କରିଥିଲେ ପଣ୍ଡିତ ରଘୁନାଥ ମୁର୍ମୁ । ଆଦିବାସୀଙ୍କ ‘ଅଲଚିକି’ ଭାଷା ସୃଷ୍ଟି କରି ତାକୁ ମାନ୍ୟତା ପ୍ରଦାନ କରିବା ପାଇଁ ଜୀବନ ଉତ୍ସର୍ଗ କରିଥିବା ପଣ୍ଡିତ ମୁର୍ମୁଙ୍କର ୧୧୫ତମ ଜନ୍ମ ଜୟନ୍ତୀ ପାଳିତ ହୋଇଛି ।

କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ରାଧିକାଦେଇପୁର ପଞ୍ଚାୟତ କୋଲୋବେଡା ଗ୍ରାମରେ ବାବା ତିଲିକ ଯୁବକ ସଙ୍ଘ ପକ୍ଷରୁ ୧୧୫ ତମ ପଣ୍ଡିତ ରଘୁନାଥ ମୁର୍ମୁ ଜୟନ୍ତୀ ପାଳିତ ହୋଇଛି। ଆନନ୍ଦପୁର, ହାଟଡିହି ବ୍ଲକ ସହ ମୟୁରଭଞ୍ଜ ଜିଲ୍ଲାରୁ ବହୁ ଆଦିବାସୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ମାଦଲର ତାଳେତାଳେ ନାଚ ଗୀତ ସହ ଭୋଜିଭାତ କରି ସମସ୍ତେ ଆନନ୍ଦ ଉତ୍ସବ ପାଳନ କରିଥିଲେ । ଏହି ଉତ୍ସବକୁ ଦୀର୍ଘ ୧୮ ବର୍ଷ ହେବ ପାଳନ କରିଆସୁଛନ୍ତି ଆଦିବାସୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଆନନ୍ଦପୁର

ଆଦିବାସୀଙ୍କ ମଧ୍ୟରେ ଏକତା ମାନଭାବ ସୃଷ୍ଟି କରିବା ଏବଂ ସୁଖ ଦୁଃଖରେ ସାହାଯ୍ୟ କରିବା ପାଇଁ ଏହା ଏକ ପ୍ରୟାସ ବୋଲି କହିଛନ୍ତି ଆୟୋଜକ । ଶିକ୍ଷା, ସଂସ୍କୃତି, ପରମ୍ପରାକୁ ବଞ୍ଚାଇ ରଖିବା ସହ ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ, ନିଶା ନିବାରଣ କରିବା ଏବଂ ନିଜ ଗ୍ରାମରେ ଥିବା ଜଙ୍ଗଲ ପରିବେଶକୁ ସୁରକ୍ଷା ଦେବା ସହ ନୂତନ ଜଙ୍ଗଲ ସୃଷ୍ଟି କରିବା ଭଳି ପଦକ୍ଷେପ ପାଇଁ ସମସ୍ତେ ଶପଥ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଆଦିବାସୀଙ୍କ ସହ ମିଶି ଖୁସି ଅନୁଭବ କରିଥିବା କହିଛନ୍ତି ବିଜେଡି ନେତା ବଦ୍ରିନାରାୟଣ ପାତ୍ର ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.