ETV Bharat / state

ନୃତ୍ୟ ମାଧ୍ୟମରେ ଦୁର୍ଗା ପୂଜା ପାଳୁଛନ୍ତି ଆଦିବାସୀ ସମ୍ପ୍ରଦାୟ - ନୃତ୍ୟ ମାଧ୍ୟମରେ ଦୁର୍ଗା ପୂଜା ପାଳୁଛନ୍ତି ଆଦିବାସୀ ସମ୍ପ୍ରଦାୟ

ଦୁର୍ଗା ପୂଜା ପାଇଁ ସାରା ଦେଶ ଚଳଚଞ୍ଚଳ ଥିବାବେଳେ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ମଧ୍ୟ ଏହାକୁ ଧୂମଧାମରେ ପାଳନ କରୁଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : Oct 6, 2019, 2:15 PM IST

କେନ୍ଦୁଝର: ସମଗ୍ର ରାଜ୍ୟରେ ଦୁର୍ଗାପୂଜାର ମାହୋଲ । ପୂଜାମଣ୍ଡପରୁ ଦେବୀପୀଠ ସବୁଠି ଚଳଚଞ୍ଚଳ । ସମସ୍ତେ ଜାକଜକମରେ ଜଗତଜନନୀ ମା'ଙ୍କ ଆବାହନ କରୁଛନ୍ତି । ତେବେ ଦୁର୍ଗା ପୂଜାକୁ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ମଧ୍ୟ ଧୂମଧାମରେ ପାଳନ କରିଥାନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ଏହି ଅବସରରେ ସାନ୍ତାଳ, ମୁଣ୍ଡା ସମ୍ପ୍ରଦାୟର ଲୋକମାନେ ବିଶେଷ ଭାବେ ସୁସଜ୍ଜିତ ହୋଇ ନିର୍ଦ୍ଧିଷ୍ଟ ବାଦ୍ୟ ଧରି ନୃତ୍ୟ ପରିବେଷଣ କରୁଛନ୍ତି । ବିଶେଷ କରି ଲାଉ ତୁମ୍ବା, ଢୋଲ, ପିତ୍ତଳ, ଥାଳି ଆଦି ବାଦ୍ୟ ରୂପେ ବ୍ୟବହାର କରିଥାନ୍ତି । 'ଏମେଲେ ସେମେଲେ ଘୁଂ' ଗୀତ ଗାଇ ଏହି ସମ୍ପ୍ରଦାୟର ଲୋକମାନେ ଗାଁ ଗାଁ ବୁଲି ଚାଉଳ, ଟଙ୍କା ଆଦି ମାଗିଥାନ୍ତି । ଏହି ମାଗଣା ଅର୍ଥରେ ନିଜ ଗ୍ରାମ ଦେବତାଙ୍କ ପାଖରେ ପୂଜା କରନ୍ତି । ତେବେ ଆଦିବାସୀଙ୍କ ଏହି ନୃତ୍ୟ ବିଶେଷ କରି ରାଜା ରାଜୁଡା ଅଞ୍ଚଳରେ ଦେଖା ଦେଇଥାଏ । ଯାହା ଏବେ ଧୀରେ ଧୀରେ ଲୋପ ହେବାକୁ ବସିଲାଣି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ଏମେଲେ ସେମେଲେ ଘୁଂ ଗୀତର ରେ ଆଦିବାସୀଙ୍କ ନିଆରା ଢଙ୍ଗରେ ନୃତ୍ୟ ପରିବେଷଣBody:ଆଙ୍କର-ସାରା ଦେଶରେ ଦୂର୍ଗାପୁଜାର ମାହୋଲ । ପୂଜା ମଣ୍ଡପରୁ ଦେବୀପୀଠ ଚଳଚଞ୍ଚଳ । ମା ଦୁର୍ଗାଙ୍କ ପୂଜା ଧର୍ମବର୍ଣ୍ଣ ନିର୍ବିଶେଷରେ ସମସ୍ତେ ବଡ଼ ଜାକଜମକ ରେ ପାଳିଥାନ୍ତି । ଏହି ଦୁର୍ଗା ପୂଜା କୁ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ମଧ୍ୟ ବଡ଼ ଧୁମଧାମରେ ପାଳିଥାନ୍ତି । ଏହି ଅବସରରେ ସାନ୍ତାଳ, ମୁଣ୍ଡା ସମ୍ପ୍ରଦାୟର ଲୋକମାନେ ବିଶେଷ ଭାବେ ସୁସଜ୍ଜିତ ହୋଇ ନିର୍ଦ୍ଧିଷ୍ଟ ବାଦ୍ୟ ଧରି ନୃତ୍ୟ ପରିବେଷଣ କରିଥାନ୍ତି । ବିଶେଷ କରି ଲାଉ ତୁମ୍ବା, ଢୋଲ,ପିତଳ ଥାଳି ଆଦି ବାଦ୍ୟ ରୂପେ ବ୍ୟବହାର କରି ନୃତ୍ୟ ପରିବେଷଣ କରିଥାନ୍ତି । ଏମେଲେ ସେମେଲେ ଘୁଂ ଗୀତ ଗାଇ ଏହି ସମ୍ପ୍ରଦାୟର ଲୋକମାନେ ଗାଁ ଗାଁ ବୁଲି ଚାଉଳ,ଟଙ୍କା ଆଦି ମାଗିଥାନ୍ତି । ଏହି ମାଗଣ ଅର୍ଥରେ ନିଜ ଗ୍ରାମ ଦେବତା ପାଖରେ ପୂଜା କରିଥାନ୍ତି । ଏହି ନୃତ୍ୟ ବିଶେଷ କରି ରାଜା ରାଜୁଡା ଅଞ୍ଚଳରେ ଦେଖା ଦେଇଥାଏ । ଏହି ନୃତ୍ୟ ଧିରେ ଧିରେ ଲୋପ ହେବାକୁ ବସିଲାଣି ।

ବାଇଟ-ଡ଼ ବିମ୍ବାଧର ବେହେରା ( ଆଦିବାସୀ ଗବେଷକ)Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.