ETV Bharat / state

ଆଦିବାସୀଙ୍କ ସ୍ବର ବିପ୍ଲବୀ ଧରଣୀଧର, ଦୁର୍ଦ୍ଦିନରେ ସଂଗ୍ରାମୀଙ୍କ ଦାୟାଦ - ବିପ୍ଲବୀ ଧରଣୀଧର ନାଏକ

ଗୋରା ସରକାର କବଳ ରୁ ମା ମାଟିକୁ ସ୍ୱାଧୀନ କରିବା ପାଇଁ ୧୮୫୭ ମସିହାରେ ଆରମ୍ଭ ହୋଇଥିଲା ସିପାହୀ ବିଦ୍ରୋହ । ବିଦ୍ରୋହର ଏଇ ବହ୍ନିରେ ନିଜ ଜୀବନର ଜଳାଞ୍ଜଳି ଦେଥିଲେ ଅନେକ ସଂଗ୍ରାମୀ । ଓଡିଶା ର ଇଂରେଜ ଶାସନ ଅଧୀନରେ ଥିବା କେନ୍ଦୁଝର ରାଜ୍ୟ ମଧ୍ୟ ଏଥିରୁ ବାଦ ପଡି ନଥିଲା । କିଛି ରାଜ୍ୟ କୁ ଛାଡିଦେଲେ ପ୍ରାୟ ସବୁ ରାଜ୍ୟର ରାଜା ଇଂରେଜ ଶାସନର ଛତ୍ରଛାୟା ତଳେ ରହି ପ୍ରଜାଙ୍କ ଉପରେ ବିଭିନ୍ନ କର ସାଙ୍ଗକୁ ବେଠି ଶ୍ରମିକ କରି ଅତ୍ୟାଚାର ଓ ଶୋଷଣ ଆରମ୍ଭ କରିଥିଲେ । ଧୀରେ ଧୀରେ ଏହା ବିରୁଦ୍ଧରେ ବିଦ୍ରୋହ ଆରମ୍ଭ ହୋଇଥିଲା ଆଉ କେନ୍ଦୁଝରରେ ଏହାର ନେତୃତ୍ୱ ନେଇଥିଲେ ବିପ୍ଲବୀ ଧରଣୀଧର ନାଏକ।

tribal-freedom-fighter-dharani-dhara-fought-against-british-raj
ଆଦିବାସୀଙ୍କ ସ୍ବର ବିପ୍ଲବୀ ଧରଣୀଧର, ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ସଂଗ୍ରାମୀଙ୍କ ଦାୟଦ
author img

By

Published : Aug 17, 2020, 9:04 AM IST

Updated : Aug 17, 2020, 12:51 PM IST

କେନ୍ଦୁଝର: ଏକଦା ଭାରତରେ ରାଜତନ୍ତ୍ର ମାଧ୍ୟମରେ ଶାସନ ଚାଲୁଥିଲା । ଭାରତର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରାଜା ନିଜ ରାଜ୍ୟ ସ୍ଥାପନ କରି ରାଜ୍ୟ କାର୍ଯ୍ୟ ଚଳାଉ ଥିଲେ । ପରେ ଭାରତକୁ ମୋଗଲ ମାନେ ଆକ୍ରମଣ କରି ନିଜ ଆଧିପତ୍ୟ ବିସ୍ତାର କରିଥିଲେ । ଏହି ମୋଗଲ ସାମ୍ରାଜ୍ୟରୁ ବହୁ ରାଜ୍ୟ ବାଦ ପଡି ନିଜସ୍ୱ ରାଜ୍ୟର ଶାସନ କରୁଥିଲେ । କିନ୍ତୁ ଏହି ମୋଗଲଙ୍କୁ ହଟାଇ ଭାରତ କୁ ଇଂରେଜ ମାନେ ଶାସନ କଲେ । ଏହି ସମୟରେ ଯେଉଁ ରାଜ୍ୟ ମାନେ ମୋଗଲଙ୍କ ଦାଉରୁ ବଞ୍ଚି ଯାଇଥିଲେ ସେମାନେ କିନ୍ତୁ ଇଂରେଜମାନଙ୍କ ଦାସତ୍ୱ ସ୍ୱୀକାର କରିଥିଲେ । ପୂର୍ବରୁ ରାଜା ମାନେ ପ୍ରଜା ବତ୍ସଳ ଥିଲେ । ପ୍ରଜା ମାନଙ୍କ ସୁଖଦୁଃଖରେ ସାମିଲ ହେଉଥିଲେ । କିନ୍ତୁ ଇଂରେଜ ସରକାରଙ୍କ ଅମଳରେ ରାଜା ମାନେ ସ୍ୱେଚ୍ଛାଚାରୀ ହୋଇ ଉଠିଥିଲେ । କିଛି ରାଜ୍ୟକୁ ଛାଡିଦେଲେ ପ୍ରାୟ ସବୁ ରାଜ୍ୟର ରାଜା ପ୍ରଜା ମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ । ଇଂରେଜ ଶାସନର ଛତ୍ରଛାୟା ତଳେ ରହି ପ୍ରଜାଙ୍କ ଉପରେ ବିଭିନ୍ନ କର ସାଙ୍ଗକୁ ବେଠି ଶ୍ରମିକ କରି ଅତ୍ୟାଚାର ଶୋଷଣ ଆରମ୍ଭ କରିଥିଲେ । ଧୀରେ ଧୀରେ ଏହା ବିରୁଦ୍ଧରେ ବିଦ୍ରୋହ ଆରମ୍ଭ ହୋଇଥିଲା । ୧୮୫୭ ମସିହାରେ ପ୍ରଥମ ସିପାହୀ ବିଦ୍ରୋହ ଆରମ୍ଭ ହୋଇଥିଲା । ଏହି ନିଆଁ ଧୀରେ ଧୀରେ ଦେଶର ବିଭିନ୍ନ ପ୍ରାନ୍ତରେ କାଳ କ୍ରମେ ଜଳି ଉଠିଥିଲା । ଏହି ନିଆଁ ଜଳିବା ମଧ୍ୟରେ ତତ୍ କାଳୀନ ଇଂରେଜ ଶାସନ ଅଧୀନରେ ଥିବା କେନ୍ଦୁଝର ରାଜ୍ୟରେ ମଧ୍ୟ ଦେଖିବାକୁ ମିଳିଥିଲା । ୧୮୯୧ ମସିହାରେ ଏହାକୁ ଧରଣୀ ବିଦ୍ରୋହ ବା ଧରଣୀ ମେଳି ନାମରେ ପରିଚିତ ହୋଇଥିଲା ।

ଆଦିବାସୀଙ୍କ ସ୍ବର ବିପ୍ଲବୀ ଧରଣୀଧର, ଦୁର୍ଦ୍ଦିନରେ ସଂଗ୍ରାମୀଙ୍କ ଦାୟାଦ

ବିପ୍ଲବୀ ଧରଣୀଧର ନାଏକ ୧୮୬୪ ମସିହା ମେ ୫ ତାରିଖରେ କେନ୍ଦୁଝର ରାଜ୍ୟର ଅଖ୍ୟାତ ପାର୍ବତୀୟ ଗ୍ରାମ କୁସୁମିତା ରେ ଜନ୍ମ ଗ୍ରହଣ କରିଥିଲେ । ବିଖ୍ୟାତ ଭୁଇଁଆ ସର୍ଦ୍ଦାର ଲକ୍ଷଣ ନାଏକ ଙ୍କ ସପ୍ତମ ଓ କନିଷ୍ଠ ସନ୍ତାନ ଥିଲେ ଧରଣୀଧର । ଛୋଟ ବେଳୁ ଶିକ୍ଷା ପ୍ରତି ତାଙ୍କର ରୁଚି ଥିବା ବେଳେ ଚାଟଶାଳୀ ପରେ ସେ ରାଜାଙ୍କ ଡାକରା ରେ ରାଜାବାଟିରେ ଯାଇ ଶିକ୍ଷା ଅଧ୍ୟୟନ କରିଥିଲେ । ତାଙ୍କର ଶିକ୍ଷା ରେ ଅଧିକ ରୁଚି ଦେଖି ରାଜା ଧନୁର୍ଜୟ ନାରାୟଣ ଭଞ୍ଜଦେଓ ଧରଣୀଧର ଙ୍କୁ କଟକ ସର୍ଭେୟାର ପାଠ ପଢେଇବା ପାଇଁ ପଠେଇ ଥିଲେ । ପାଠ ପଢା ସାରି ଧରଣୀଧର ରାଜାଙ୍କ ସର୍ବେୟାର ରୂପରେ କିଛି ଦିନ କାର୍ଯ୍ୟ ସମ୍ପାଦନ କରିଥିଲେ । କେନ୍ଦୁଝର ରାଜାଙ୍କ ନିକଟରେ ଦେଢ଼ ବର୍ଷ କାର୍ଯ୍ୟ କରିବା ପରେ ଅନ୍ୟ ପାରିଷଦଙ୍କ ରୋଷର ଶିକାର ହୋଇ ରାଜବାଟି ଛାଡି ଥିଲେ ଧରଣୀଧର । ପରେ ନିଜ ପେଟପାଟଣା ପାଇଁ ମୟୁରଭଞ୍ଜ ରାଜାଙ୍କ ପାଖରେ ମଧ୍ୟ ଚାରି ବର୍ଷ ସର୍ବେୟାର କାର୍ଯ୍ୟ କରିଥିଲେ । କିନ୍ତୁ ଜନ୍ମ ମାଟି ମୋହ ତାଙ୍କୁ ଡାକିଥିବା ବେଳେ ସବୁ କାର୍ଯ୍ୟ ଛାଡି କୁସୁମିତାକୁ ପଳେଇ ଆସିଥିଲେ । ଗ୍ରାମରେ ରହଣି କାଳରେ ଆଦିବାସୀଙ୍କ ପ୍ରତି ରାଜାଙ୍କ ଅତ୍ୟାଚାରକୁ ସେ ହୃଦୟଙ୍ଗମ କରିଥିଲେ । ସେଠାରୁ ବିଦ୍ରୋହର ବହ୍ନି ଜଳି ଉଠିଥିଲା ତାଙ୍କ ମନରେ ।

୧୮୯୧ ମସିହାରେ ତତ୍କାଳୀନ ରାଜା ଧନୁର୍ଜୟ ନାରାୟଣ ଭଞ୍ଜଦେଓଙ୍କ ମ୍ୟାନେଜର ଥିଲେ ଫକୀର ମୋହନ ସେନାପତି । କେନ୍ଦୁଝର ସହରକୁ ପାନୀୟ ଜଳଯୋଗାଣ ପାଇଁ ସେ ଏକ ପ୍ରସ୍ତାବ ଦେଇ ଦଶ ହଜାର ଟଙ୍କା ମଞ୍ଜୁର କରାଇଥିଲେ । ଏହି ପ୍ରକଳ୍ପ ପାଇଁ ମାଛକାନ୍ଦଣା ନଦୀରେ ଏକ ବନ୍ଧ ବାନ୍ଧିବାକୁ ସ୍ଥିର ହୋଇଥିଲା । ଏହି ପ୍ରକଳ୍ପ ପାଇଁ ଶତାଧିକ ଶ୍ରମିକ ଆବଶ୍ୟକ ଥିଲେ । ରାଜା ଏହି ପ୍ରକଳ୍ପ ପାଇଁ ଆସିଷ୍ଟାଣ୍ଟ ମ୍ୟାନେଜର ବିଚିତ୍ରା ନନ୍ଦ ମହାପାତ୍ର ଙ୍କୁ ଦାୟିତ୍ୱ ଦିଆଗଲା । ସେ କ୍ରୁର ଓ ଅତ୍ୟାଚାରୀ ଥିଲେ । ସେ ଏହି ବନ୍ଧ ନିର୍ମାଣ ପାଇଁ ଭୁଇଁଆ ପିଢ଼ ମାନଙ୍କରୁ ଭୁଇଁଆ ଙ୍କୁ ଶ୍ରମିକ ଭାବେ ନିଯୁକ୍ତ କଲେ । ପୂର୍ବରୁ ଭୁଇଁଆ ମାନେ ରାଜାଙ୍କୁ ବିଭିନ୍ନ ପ୍ରକାର ସେବା ସ୍ୱେଛାକୃତ ଭାବେ କରି ଆସୁଥିଲେ । ଏହି ବନ୍ଧ ବାନ୍ଧିବା କାର୍ଯ୍ୟରେ ମଧ୍ୟ ସ୍ୱେଛାକୃତ ଭାବେ ଭୁଇଁଆ ମାନେ ସାମିଲ ହୋଇଥିଲେ । କିନ୍ତୁ ଆସିଷ୍ଟାଣ୍ଟ ମ୍ୟାନେଜରଙ୍କ ଅକଥନୀୟ ଅତ୍ୟାଚାର ଆଗରେ ସେମାନେ ହାର ମାନିଥିଲେ । ସମସ୍ତ ଶ୍ରମିକଙ୍କୁ ବେଠି ଖଟିବାକୁ ଜୋର କରାଯାଇଥିଲା । ଯିଏ ଅସହଯୋଗ କରିଥିଲେ ତାଙ୍କୁ ଅକଥନୀୟ ଅତ୍ୟାଚାର କରାଯାଇଥିଲା । ସେହି ମାଛକାନ୍ଦଣା ବନ୍ଧରୁ ରାଜାଙ୍କ ପ୍ରତି ଭୁଇଁଆ ମାନେ ବେଠି ବିରୁଦ୍ଧରେ ମେଳି କରିବା ଆରମ୍ଭ କରିଥିଲେ ।

ଏହି ଭୁଇଁଆ ମେଳିର ନେତୃତ୍ବ ନେଇଥିଲେ ଧରଣୀଧର ନାଏକ । ଏହି ବନ୍ଧ ନିର୍ମାଣ ରେ ନିୟୋଜିତ ଦଶ ହଜାରରୁ ଉର୍ଦ୍ଧ୍ବ ଆଦିବାସୀ ମାନେ ଧରଣୀଧର ଙ୍କ ନେତୃତ୍ୱରେ ବିଦ୍ରୋହ ଆରମ୍ଭ କରିଥିଲେ। ଏହି ସମୟରେ ରାଜା ଙ୍କ ନିଷ୍କ୍ରିୟତା ଓ ସବର୍ଣ ଅମଲାଙ୍କ ଦୁର୍ନୀତି, ଜଙ୍ଗଲରାଜ ବିରୁଦ୍ଧରେ ଧରଣୀଧର ତତ୍କାଳୀନ ଓଡ଼ିଶାର ଇଂରେଜ କମିଶନର ଙ୍କୁ ପତ୍ରଲେଖି ଥିଲେ । ଏହାର କିଛି ସମାଧାନ ଇଂରେଜ ସରକାର ନକରିବାରୁ ଗାଁ ଗାଁ ରେ ଭୁଇଁଆ ମେଳି ଆରମ୍ଭ ହୋଇଥିଲା । ଧରଣୀଧର ଙ୍କ ନେତୃତ୍ୱରେ ଏହି ମେଳି ଏତେ ମାତ୍ରାରେ ପ୍ରଭାବିତ ହୋଇଥିଲା ଯେ ଶେଷରେ କେନ୍ଦୁଝର ରାଜବାଟି ଅବରୋଧ କରିଥିଲେ ବିଦ୍ରୋହୀ ମାନେ । କୌଶଳ କ୍ରମେ ଧନୁର୍ଜୟ ନାରାୟଣ ଭଞ୍ଜଦେଓ ସପରିବାର ରାଜବାଟି ରୁ ଖସିଯାଇ ଆନନ୍ଦପୁର କୁ ପଳାଇ ଯାଇଥିଲେ । ରାଜା ପଳାୟନ ଖବର ପାଇ ବିଦ୍ରୋହୀ ମାନେ ଖୁସି ହୋଇଗଲେ । ରାଜାଙ୍କ ପୁତ୍ର କହି ଧରଣୀଧରଙ୍କୁ ନୂତନ ରାଜା ରୂପେ ଘୋଷଣା କରିଥିଲେ ବିଦ୍ରୋହୀ ମାନେ । ଏହି ଖବର ରାଜା ଓ ମ୍ୟାନେଜର ଫକୀର ମୋହନ କଟକ ଯାଇ କମିଶନର ଙ୍କୁ ଜଣାଇଥିଲେ ।

କମିଶନର ସେମାନଙ୍କ କଥା ମାନି ଶହେ ସୈନିକ ଫକୀର ମୋହନଙ୍କ ସହ ପଠାଇ ଥିଲେ ରାଜା ଆନନ୍ଦପୁରରେ ରହିଯାଇଥିବାବେଳେ ସେ କେନ୍ଦୁଝର ଅଭିମୁଖେ ଯାଇଥିଲେ । କିନ୍ତୁ ପୂର୍ବରୁ ପ୍ରସ୍ତୁତ ଭୁଇଁଆ ମାନେ କୌଶଳ କ୍ରମେ ଫକୀରମୋହନଙ୍କୁ ଗିରଫ କରି ଧରଣୀଧର ଙ୍କ ନିକଟକୁ ନେଇଥିଲେ । ଧରଣୀଧର ତାଙ୍କୁ କ୍ଷମା କରି ନୂତନ ମ୍ୟାନେଜର ଭାବେ ନିଯୁକ୍ତି କରିଥିଲେ । କାଳ କ୍ରମେ ଫକୀରମୋହନ ଧରଣୀଧର ଙ୍କ ଶ୍ରଦ୍ଧାଭାଜନ ହୋଇଥିଲେ । କିନ୍ତୁ ମନରେ ଧରଣୀଧର ଙ୍କୁ ଗିରଫ କରାଇବା ଯୋଜନା ରଖିଥିଲେ । ଧରଣୀଧର ଙ୍କୁ ପାନ ଖାଇବା ଅଭ୍ୟାସ ପକାଇଥିବା ବେଳେ ପାନ ଆଣିବା ପାଇଁ ନିଜ ବିଶ୍ୱସ୍ଥ କର୍ମଚାରୀ ହାତରେ ଭଦ୍ରକକୁ ଏକ ଚିଠା ପଠାଇଥିଲେ ଫକୀରମୋହନ । କେନ୍ଦୁଝର ରୁ ଉତ୍ତରପଟୁ ଆକ୍ରମଣ କରିବାକୁ ଉକ୍ତ ଚିଠିରେ ଫକୀରମୋହନ ଚତୁରତାର ସହ ଲେଖିଥିଲେ ।

ଏଥିପାଇଁ ଇଂରେଜ ସାହେବ ମିଃ ଦାସନ ଚକ୍ରଧରପୁର ପଟୁ ଆସିଥିଲେ । ପୂର୍ବ ଯୋଜନା ଅନୁଯାୟୀ ପ୍ରଥମେ ରାଇସୁଆଁ ଠାରେ ଥିବା ଧରଣୀଧର ଙ୍କୁ ଗିରଫ କରିବାକୁ ସଫଳ ହୋଇଥିଲେ ଇଂରେଜ ମାନେ । ପରେ ଇଂରେଜ ସେନା ରାଜବାଟି ଉପରେ ଆକ୍ରମଣ କରି ସମସ୍ତ ଭୁଇଁଆ ସର୍ଦ୍ଦାର ମାନଙ୍କୁ ଧରିବାରେ ସଫଳ ହୋଇଥିଲେ । ଭୁଇଁଆ ମେଳିର ବିଚାର ପାଇଁ ସୁପରିଟେଣ୍ଡେଣ୍ଟ ଟୟନବୀ ସାହେବ ଆସି ଏହାର ବିଚାର କରାଯାଇଥିଲା । ଦୀର୍ଘଦିନ ବିଚାର ପରେ ଧରଣୀଧର ଙ୍କୁ ସାତ ବର୍ଷ ସଶ୍ରମ କାରାଦଣ୍ଡ ସହ ଅନ୍ୟ ୨୮ ଜଣକୁ କାରାଦଣ୍ଡାଦେଶ ହୋଇଥିଲା । ୧୮୯୧ ଜୁନ ମାସରେ ଧରଣୀଧର ଙ୍କୁ କଟକ ଜେଲ କୁ ପଠା ଯାଇଥିଲା ।

୧୮୯୩ରେ ଧରଣୀଧର ଙ୍କୁ କାରାଗାର ରୁ ଖଲାସ କରାଯାଇଥିଲା ବେଳେ ତାଙ୍କୁ କେନ୍ଦୁଝର ନଯିବାକୁ ଆଦେଶ ଦିଆ ଯାଇଥିଲା ଓ ମାସିକ ଆଠ ଟଙ୍କା ଭତ୍ତା ଦିଆଗଲା। ଧରଣୀଧର ସ୍ୱାଭିମାନି ଥିବାରୁ ଏହି ଭତ୍ତା ଟଙ୍କା ଗ୍ରହଣ ନକରି ସନ୍ୟାସବ୍ରତ ଗ୍ରହଣ କରିଥିଲେ । କଟକରେ କିଛି ଦିନ ବସବାସ ପରେ ସେ ଶେଷ ଜୀବନ ପୁରୀରେ କଟାଇଥିଲେ । କୁହାଯାଏ ଓଡ଼ିଶାର କଂଗ୍ରେସ ଆନ୍ଦୋଳନ ର ଭାଗିରଥ ପଣ୍ଡିତ ଗୋପବନ୍ଧୁ ଦାସ ଓ ପଣ୍ଡିତ ନୀଳକଣ୍ଠ ଦାସ ଧରଣୀଧର ଙ୍କ ସହ ଆନ୍ଦୋଳନ ସମ୍ପର୍କରେ ଆଲୋଚନା କରୁଥିଲେ । ପରେ ଧରଣୀଧର ପୁରୀ ଠାରେ ହିଁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଇଂରେଜ ସରକାର ମହାରାଜ ଧନୁର୍ଜୟ ଭଞ୍ଜଙ୍କ କୁଶାସନ ପାଇଁ ବିଦ୍ରୋହ ର ମୁଖ୍ୟ କାରଣ ଦର୍ଶାଇ ତାଙ୍କ ହାତରୁ ଶାସନ ଭାର ମଧ୍ୟ ନେଇଯାଇଥିଲେ।

ରାଜ୍ୟ ପରିଚାଳନା ପାଇଁ ପାଲିଟିକାଲ ଏଜେଣ୍ଟ କୁ ଇଂରେଜ ସରକାର ନିଯୁକ୍ତି କରିଥିଲେ । ୧୮୫୭ ସିପାହୀ ବିଦ୍ରୋହ ପରେ ବ୍ରିଟିଶ ମାନେ ରାଜା ମାନଙ୍କୁ ଅଖଣ୍ଡ କ୍ଷମତା ଦେଇ ପ୍ରଚୁର ଅର୍ଥ ଆଦାୟ କରୁଥିଲେ । ଫଳରେ ରାଜା ମାନେ ପ୍ରଜାଙ୍କ ଉପରେ ଅକଥନୀୟ ଅତ୍ୟାଚାର କରି କର ଆଦାୟ କରୁଥିଲେ । ରାଜାଙ୍କ ପାର୍ଷଦ ମାନେ ଏହାର ସୁଯୋଗ ନେଇ ରାଜାଙ୍କୁ କୁମନ୍ତ୍ରଣା ଦେଇ ନିରୀହ ପ୍ରଜା ଙ୍କ ଉପରେ କ୍ରୁର ଅତ୍ୟାଚାର କରୁଥିଲେ । ଗଡ଼ଜାତ ରାଜ୍ୟ ଭାବେ ପରିଚିତ କେନ୍ଦୁଝର ଷ୍ଟେଟ ଏହି ଭଳି ରାଜା ଙ୍କ କୁଶାସନ ର ଶିକାର ହୋଇଥିଲେ ଆଦିମ ଅଧିବାସୀ ଭୁଇଁଆ। ନପିଡ଼ିତ ଭୁଇଁଆ ମାନେ ଅତ୍ୟନ୍ତ ରାଜା ଭକ୍ତ ଥିଲେ ମଧ୍ୟ ଅତ୍ୟାଚାର ର ସୀମା ଉଲଂଘନ କରିବାରୁ ୧୮୯୧ ରେ ବିଦ୍ରୋହ ଆରମ୍ଭ କରିଥିଲେ । ଏହି ଆନ୍ଦୋଳନ ର ନେତୃତ୍ୱ ନେଇଥିଲେ ଉଚ୍ଚ ଶିକ୍ଷିତ ଧରଣୀଧର ଭୁଇଁଆ। ପରେ ଏହା ଇତିହାସରେ ଧରଣୀ ବିଦ୍ରୋହ ବା ଭୁଇଁଆ ମେଳି ଭାବେ ପରିଚିତ ହୋଇଥିଲା ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Last Updated : Aug 17, 2020, 12:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.