ETV Bharat / state

ପରିବେଶ ପାଇଁ ସମର୍ପିତ ରମେଶ, ସାଜିଛନ୍ତି ବୃକ୍ଷ ଗଙ୍ଗା ଅଭିଯାନର ପୁରୋଧା - plantation

ପରିବେଶକୁ ସନ୍ତୁଳିତ କରିବାକୁ ରମେଶ ମିଶ୍ର ନାମକ ଜଣେ ବ୍ୟକ୍ତି ନିଜ ଜୀବନକୁ ସମର୍ପି ଦେଇଛନ୍ତି । ବୃକ୍ଷରୋପଣ ବାର୍ତ୍ତା ଦେଇ ଦେଢ଼ଲକ୍ଷ ଚାରା ବଣ୍ଟନ କରିଛନ୍ତି । ଅଧିକ ପଢନ୍ତୁ

man plantated trees for environment
ବୃକ୍ଷ ଗଙ୍ଗା ଅଭିଯାନ
author img

By

Published : Jul 2, 2023, 12:02 PM IST

ବୃକ୍ଷ ଗଙ୍ଗା ଅଭିଯାନ

କେନ୍ଦୁଝର: ବୃକ୍ଷ ଗଙ୍ଗା ଅଭିଯାନ । ଗଛ ଲଗାଅ ଜୀବନ ବଞ୍ଚାଅ । ଗୋଟିଏ ଗଛ ଲଗାଇ ବଞ୍ଚାଅ କୋଟିଏ ଜୀବନ । ଜୀବନରେ ଗଛଟିଏ ଲୋଡା । ଏହି ବାର୍ତ୍ତା ନେଇ କେନ୍ଦୁଝର ବୃକ୍ଷ ଗଙ୍ଗା ଅଭିଯାନ ଆରମ୍ଭ ହୋଇଛି । ପରିବେଶକୁ ସନ୍ତୁଳିତ କରିବାକୁ ରମେଶ ମିଶ୍ର ନାମକ ଜଣେ ବ୍ୟକ୍ତି ନିଜ ଜୀବନକୁ ସମର୍ପି ଦେଇଛନ୍ତି । ବୃକ୍ଷରୋପଣ ବାର୍ତ୍ତା ଦେଇ ଦେଢ଼ଲକ୍ଷ ଚାରା ବଣ୍ଟନ କରିଛନ୍ତି । ଯାହାକୁ ବେଶ ପ୍ରଶଂସା କରାଯାଇଛି ।

ଦିନକୁ ଦିନ ପ୍ରକୃତିରେ ପରିବର୍ତ୍ତନ ଦେଖାଦେଉଛି । କେତେବେଳେ ଅସାମୟିକ ବୃଷ୍ଟିପାତ ତ କେତେବେଳେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଧୀରେ ଧୀରେ ଛଅ ଋତୁ ବଦଳି ଦୁଇ ତିନୋଟିରେ ପହଁଚିଲାଣି । ଏହାର ମୁଖ୍ୟ କାରଣ ହେଉଛି ମଣିଷ ସମାଜର କାୟା ବିସ୍ତାର । ମଣିଷ ନିଜ ସୁଖ ପାଇଁ ଜଙ୍ଗଲ ନଷ୍ଟ କରିବାରେ ଲାଗିଛି । ସରକାର ମଧ୍ୟ ଏଥିରେ ଭାଗିଦାରୀ ହୋଇ ବ୍ୟାପକ ଶିଳ୍ପାୟନ ପାଇଁ ଜଙ୍ଗଲ ଧ୍ୱଂସ କରିବାକୁ ପଛାଉ ନାହିଁ । ଏହାର ସିଧା ପ୍ରଭାବ ସେଇ ମଣିଷ ସମାଜ ଉପରେ ପଡୁଛି । ଏହାକୁ ନେଇ ଗାଁରୁ ସହର ସବୁଠି ମଣିଷ ଚିନ୍ତାରେ । ପ୍ରକୃତି ପାଇଁ ସରକାର ମଧ୍ୟ କାଗଜ କଲମରେ ଜଙ୍ଗଲ ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି । ଏଭଳି ସମୟରେ ନିଃସ୍ୱାର୍ଥପର ଭାବେ ପରିବେଶ ସନ୍ତୁଳନ ପାଇଁ ଅଣ୍ଟା ଭିଡ଼ିବା ହାତଗଣତି ଲୋକଙ୍କ ମଧ୍ୟରେ ଦେଖା ଦେଉଛି । ସେଇଭଳି ସମାଜ ପାଇଁ ନିଜ ଜୀବନ ସମର୍ପି ଦେଇଥିବା ମଣିଷଟିଏ ହେଉଛନ୍ତି ରମେଶ ମିଶ୍ର ।

ନିଜ ଚାକିରି ଜୀବନ ସରିବା ପରେ ପ୍ରତି ମାସର ପେନସନ ଟଙ୍କା ସବୁକୁ ପରିବେଶ ପାଇଁ ଦାନ କରି ଦେଉଛନ୍ତି ରମେଶ ମିଶ୍ର । ସେଥିପାଇଁ ସେ ବୃକ୍ଷ ଗଙ୍ଗା ଅଭିଯାନ ଆରମ୍ଭ କରିଛନ୍ତି । ଦୀର୍ଘ 10 ବର୍ଷ ମଧ୍ୟରେ ଦୁଇଟି ଚାରା ରୋପଣ କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି । ଏହି ଚାରା ରୋପଣ କେନ୍ଦ୍ରରୁ 8 ଲକ୍ଷରୁ ଊର୍ଦ୍ଧ୍ବ ବହୁ ଦୁର୍ମୂଲ୍ୟ ଚାରା ସହ ଫଳନ୍ତି ଗଛ ଚାରା ଜିଲ୍ଲା ଓ ଜିଲ୍ଲା ମଧ୍ୟରେ ବାଣ୍ଟି ସାରିଲେଣି । ସେଥିମଧ୍ୟରୁ ଶାଳ, ପିଆଶାଳ, ଗମ୍ଭାରୀ, ଶାଗୁଆନ, ନିମ୍ବ, ମହାନିମ୍ବ,ଆମ୍ବ, ପଣସ ଭଳି 50ରୁ ଉର୍ଦ୍ଧ୍ବ ଚାରା ରୋପଣ କରି ବାଣ୍ଟି ଚାଲିଛନ୍ତି ରମେଶ ମିଶ୍ର । ଚଳିତ ବର୍ଷ ଦେଢ଼ ଲକ୍ଷ ଚାରା ରୋପଣ କରି ବାଣ୍ଟିବା ପାଇଁ ଯୋଜନା ରଖିଛନ୍ତି ରମେଶ ମିଶ୍ର । ସେଥିପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରି ବନ ମହୋତ୍ସବର ମଧ୍ୟ ଶୁଭାରମ୍ଭ କରିଛନ୍ତି ରମେଶ ମିଶ୍ର ।

ଏହା ବି ପଢନ୍ତୁ...ବୃକ୍ଷ ରୋପଣ ଅଭିଯାନ: ବ୍ରହ୍ମପୁରରେ 1 ଟଙ୍କାରେ ମିଳିବ ତିନି ପ୍ରକାରର ଚାରା

ଜଂଘିରା ସ୍ଥିତ ବଟେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ସହ ବହୁ ରାଜ୍ୟସ୍ତରୀୟ ସମାଜସେବୀ ଯୋଗ ଦେଇ ରମେଶ ମିଶ୍ରଙ୍କ ଏଭଳି ନିଃସ୍ୱାର୍ଥପର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । କାର୍ଯ୍ୟକ୍ରମରେ ପରିବେଶ ତଥା ବୃକ୍ଷ ରୋପଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଥିବା ବ୍ୟକ୍ତି ବିଶେଷ ଓ ସଂଗଠନ ଗୁଡ଼ିକୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ମୁଖ୍ୟ ଅତିଥି ମାନଙ୍କ ଦ୍ୱାରା ଚାରା ରୋପଣ କରିବା ସହ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ଓ ବିଭିନ୍ନ ଲୋକଙ୍କୁ ଚାରା ବଣ୍ଟନ କରାଯାଇଥିଲା ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.