କେନ୍ଦୁଝର: ଜିଲ୍ଲାରେ ଖୁବ ଶୀଘ୍ର ଦୂରହେବ ବିଦ୍ୟୁତକାଟ ସମସ୍ୟା। ଜିଲ୍ଲା ମୁଖ୍ୟ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟରେ ଉଦଘାଟିତ ହୋଇଛି ଟାଟା ପାୱାରର ଅତ୍ୟାଧୁନିକ ୱାନ୍ ଷ୍ଟପ୍ ସଲ୍ୟୁସନ୍ କଲ୍ ସେଣ୍ଟର୍ । ଏହାକୁ ଗତକାଲି(ବୁଧବାର) ଟିପିଏନଓଡିଏଲର ସିଇଓ ଭାସ୍କର ସରକାର ଉଦଘାଟନ କରିଛନ୍ତି । ଏଠାରେ ବିଦ୍ୟୁତ୍ ଉପଭୋକ୍ତାଙ୍କର ଯେକୌଣସି ଅସୁବିଧା ଓ ସମସ୍ୟାର ତୁରନ୍ତ ସମାଧାନ ହୋଇପାରିବ ।
ଏହା ମଧ୍ୟ ପଢନ୍ତୁ: ମୋ ଜୀବନ ପ୍ରତି ବିପଦ ଅଛି, କହିଲେ ଗୋପାଳପୁର ବିଧାୟକ
ଜିଲ୍ଲାର ବିଦ୍ୟୁତ୍ ଉପଭୋକ୍ତାମାନଙ୍କୁ ଅତ୍ୟାଧୁନିକ ସୁବିଧା ଯୋଗାଇ ଦେବାକୁ ଏହି କଲ୍ ସେଣ୍ଟର୍ ଖୋଲା ଯାଇଥିବା କହିଛନ୍ତି ସିଇଓ । ଏଥିସହିତ ନୂତନ କରି ଲଞ୍ଚ ହୋଇଥିବା ‘ମାଇ ଟାଟା ପାୱାର୍’ ଆପ୍ ଜରିଆରେ ଉପଭୋକ୍ତାମାନେ ସେମାନଙ୍କ ବିଲ୍ ପୈଠ କରିବାସହ ବିଗତ 12ମାସର ବିଲ୍ ଓ ରସିଦ୍ ସେଠାରୁ ପାଇପାରିବେ । ସମଗ୍ର ଜିଲ୍ଲାର ଉପଭୋକ୍ତାଙ୍କୁ ଏଠାରୁ ସମସ୍ତ ସୁବିଧା ମିଳିପାରିବ ବୋଲି ସେ କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ତୁରନ୍ତ ଏଚଏସଆରପି ନମ୍ବର ପ୍ଲେଟ ଲଗାଇବାକୁ ପରିବହନ ଯୁଗ୍ମ କମିଶନରଙ୍କ ନିର୍ଦ୍ଦେଶ
ଏନେଇ TPNODLର ସିଇଓ କହିଛନ୍ତି,"ଆଜି ଜିଲ୍ଲାରେ ଟାଟା ପାୱାରର ଅତ୍ୟାଧୁନିକ ୱାନ୍ ଷ୍ଟପ୍ ସଲ୍ୟୁସନ୍ କଲ୍ ସେଣ୍ଟର୍ । ପ୍ରତ୍ୟେକ ଉପଭୋକ୍ତା ଆସି ନିଜନିଜର ସମସ୍ୟା ସମ୍ପର୍କରେ ଜଣାଇପାରିବେ । ସେମାନଙ୍କ ଅସୁବିଧା ଦୂର କରିବା ପାଇଁ ଆମର କର୍ମଚାରୀମାନେ ରହିଛନ୍ତି । ଉପଭୋକ୍ତାଙ୍କୁ ଉତ୍ତମ ସୁବିଧା ଯୋଗାଇଦେବା ଆମର ଲକ୍ଷ୍ୟ ଅଟେ । ଏହାସହ ମାଇ ଟାଟା ପାୱାର୍ ଲଞ୍ଚ କରାଯାଇଛି । ଏଠାରେ ବିଲ୍ ପୈଠ କରିବା ପାଇଁ ଏକ କାଉଣ୍ଟର୍ ଖୋଲା ଯାଇଛି । 1912 ନମ୍ବରରେ ଉପଭୋକ୍ତାମାନେ ମଧ୍ୟ କଲ୍ ସେଣ୍ଟରକୁ ଯୋଗାଯୋଗ କରିପାରିବେ । ଏହା ସହ କେନ୍ଦୁଝର ଜିଲ୍ଲାରେ ପାୱାର କଟ ସମସ୍ୟା ବୃଦ୍ଧି ପାଇଛି । ଏନେଇ ତାଙ୍କୁ ପ୍ରଶ୍ନ କରିବାରୁ ୨୦୨୩ ଶେଷ ସୁଦ୍ଧା ଏହାର ସମାଧାନ ହେବ । ସମସ୍ତ ପୁରୁଣା ସମସ୍ୟାକୁ ସମାଧାନ କରାଯାଉଛି। ଆଗାମୀ ଖରାମାସ ବେଳକୁ ଆମେ ସବୁ ସମସ୍ୟାର ସମାଧାନ କରିପାରିବୁ ବୋଲି ଆଶା କରୁଛୁ।"
ଇଟିଭି ଭାରତ, କେନ୍ଦୁଝର