ETV Bharat / state

ଗାଁ ଜଙ୍ଗଲରେ ମଇଁଷି ମାରିଲା ବାଘ, ସଚେତନତାରେ ସୀମିତ ଜଙ୍ଗଲ ବିଭାଗ - ୪ଟି ମଇଁଷିକୁ ଜଙ୍ଗଲ ମଧ୍ୟରେ ବାଘ ମାରିଥିବା ଅଭିଯୋଗ

କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଅଟେଇ ରିଜର୍ଭ ଅଞ୍ଚଳର ଘଟଗାଁ ବନାଞ୍ଚଳରେ ବୃଦ୍ଧି ପାଉଛି ବାଘ ଆତଙ୍କ । ୪ଟି ମଇଁଷିକୁ ଜଙ୍ଗଲ ମଧ୍ୟରେ ବାଘ ମାରିଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

ଗାଁ ଜଙ୍ଗଲରେ ମଇଁଷି ମାରିଲା ବାଘ
ଗାଁ ଜଙ୍ଗଲରେ ମଇଁଷି ମାରିଲା ବାଘ
author img

By

Published : Mar 26, 2023, 8:34 PM IST

ଗାଁ ଜଙ୍ଗଲରେ ମଇଁଷି ମାରିଲା ବାଘ

କେନ୍ଦୁଝର: ଦିନକୁ ଦିନ ବଢ଼ିବାରେ ଲାଗିଛି ବାଘ ଆତଙ୍କ । କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଅଟେଇ ରିଜର୍ଭ ଅଞ୍ଚଳରେ ବାଘ ଆତଙ୍କ ଥମିବାର ନାଁ ନେଉନାହିଁ । ଗତକାଲି ଘଟଗାଁ ବନାଞ୍ଚଳ ଅନ୍ତର୍ଗତ ବଡ଼ଜାମପସି ଗ୍ରାମର ରମେଶ ବାରିକଙ୍କ ୪ଟି ମଇଁଷିକୁ ଜଙ୍ଗଲ ମଧ୍ୟରେ ବାଘ ମାରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ଜଙ୍ଗଲ ବିଭାଗ ୨ଟିର ମୃତଦେହ ପାଇବା ପରେ କ୍ଷତିପୂରଣ ଦେଇଥିବା ଜଣାପଡିଛି । ତେବେ ଏହି ବାଘ ଆକ୍ରମଣରେ ଅନ୍ୟ ମଇଁଷି ମଧ୍ୟ ଗଭୀର କ୍ଷତାକ୍ତ ହୋଇଥିବା ଜଣାପଡିଛି ।

ପ୍ରକାଶ ଥାଉ କି, କିଛିଦିନ ତଳେ କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଅଟେଇ ରିଜର୍ଭ ଜଙ୍ଗଲରେ ବାଘ ଥିବା ନେଇ ବନ ବିଭାଗ କ୍ୟାମେରାରେ ଧରା ପଡିଥିଲା । ରାଜ୍ୟ ବନାଧିକାରୀ ଏହି ବାଘ ଥିବା ନେଇ ସୂଚନା ଦେବା ପରେ ସବୁଠି ହଟଚମଟ ସୃଷ୍ଟି ହୋଇଥିଲା । ଏହାପରେ କେନ୍ଦୁଝର ବନଖଣ୍ଡ ଅଧିକାରୀ ଏହାକୁ ନେଇ ସଫେଇ ଦେଇଥିଲେ । ବାଘର ଗତିବିଧି ନେଇ ଅଧିକ କ୍ୟାମେରା ଜଙ୍ଗଲ ମଧ୍ୟରେ ଖଞ୍ଜା ଯାଇଥିବା ବେଳେ ଗାଁଗାଁରେ ସଚେତନତା ଅଭିଯାନ କରାଯାଇଥିଲା । ଅଧିକ ସଚେତନତା ଅଭିଯାନ ଆରମ୍ଭ ହୋଇଥିବା ସତ୍ତ୍ବେ ଜଙ୍ଗଲ ଉପରେ ଗ୍ରାମବାସୀଙ୍କ ନିର୍ଭରଶୀଳତାକୁ ଜଙ୍ଗଲ ବିଭାଗ ଅଟକାଇବାରେ ସମର୍ଥ ହୋଇନାହିଁ । ଫଳରେ ଗ୍ରାମବାସୀଙ୍କ ପଶୁସମ୍ପଦ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ତେବ ମଇଁଷି ଆକ୍ରମଣ ନେଇ ଖବର ପାଇବା ପରେ ଘଟଣାସ୍ଥଳରେ କେନ୍ଦୁଝର ବନଖଣ୍ଡ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡ଼ିଛି । ଏକାଧିକ ମଇଁଷିଙ୍କୁ ଆକ୍ରମଣ ହୋଇଥିବାରୁ ଏକାଧିକ ବାଘ ସେହି ଜଙ୍ଗଲରେ ଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏନେଇ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିବା ବେଳେ ଜଙ୍ଗଲକୁ ନଯିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି । ଜଙ୍ଗଲ ନଯାଇ ଖତ ପ୍ରସ୍ତୁତ କରି ଆତ୍ମନିର୍ଭରଶୀଳ ହେବା ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରଯାଉଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ନୂଆପଡାରେ କଲରାପତରିଆ ବାଘ ଆତଙ୍କ, ଭୟଭୀତ ୫୩ ଖଣ୍ଡ ଗାଁ

ସେପଟେ ନୂଆପଡା ଜିଲ୍ଲାରେ ମଧ୍ୟ ଏକ କଲରାପତରିଆ ବାଘ ଆତଙ୍କ ଖେଳାଇଛି । କଲରାପତରିଆ ବାଘ ପାଇଁ ବିଭିନ୍ନ ବନାଞ୍ଚଳ ଅଧିନସ୍ଥ ଗାଁ ଗୁଡିକରେ କୋକୁଆ ଭୟ ସୃଷ୍ଟି ହୋଇଛି । ସିନାପାଲି ବନାଞ୍ଚଳ ହୀରାପୁରଠାରୁ ଆରମ୍ଭ କରି କୋମନା, ନୂଆପଡ଼ା ଓ ସୁନାବେଡା ଆଦି ବନାଞ୍ଚଳରେ ବାଘ ଆକ୍ରମଣ ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଅକାଳରେ ଲୋକଙ୍କ ଧନଜୀବନ ଚାଲିଯାଉଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.