ETV Bharat / state

ମୋରମ ଖାଦାନରେ ଅଘଟଣ, ମାଟି ଧସି 3 ଶ୍ରମିକ ମୃତ ଜଣେ ଗୁରୁତର - ମୋରମ ଖାଦାନ

ମୋରମ ଖାଦାନରେ ମାଟି ଅତଡ଼ା ଧସି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ତୁଳସୀଚଉରା ଗାଁରେ ଘଟିଛି ଏହି ଅଘଟଣ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : Jun 8, 2019, 8:39 PM IST

କେନ୍ଦୁଝର: ମୋରମ ଖାଦାନରେ ବଡ ଅଘଟଣ । ମାଟି ଅତଡା ଧସି ଜଣେ ମହିଳାଙ୍କ ସମେତ 3 ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ମହିଳା ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତୁଳସୀଚଉରା ଗାଁରେ । ମୃତକ ମାନେ ହେଲେ ରେଖା ଦେହୁରୀ, ନିର ଜୁଆଙ୍ଗ, କେଶବ ଜୁଆଙ୍ଗ ଓ ଆହତ ମହିଳା ହେଉଛନ୍ତି ପାଟ ମନ୍ତ୍ରୀ । ଏମାନଙ୍କ ଘର ତେଲକୋଇ ବ୍ଲକର ତାଳପଦା ଗାଁରେ ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ପୁଲିସ ଗାଁରେ ପହଞ୍ଚି ମାଟି ତଳୁ ୩ ଜଣଙ୍କ ମୃତଦେହ ଉଦ୍ଧାର କରିଛି । ସମସ୍ତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି । ଅନ୍ୟପଟେ ଗୁରୁତର ମହିଳାଙ୍କୁ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ଶ୍ରମିକ ମାନେ ତୁଳସୀଚଉରା ଗାଁ ଥିବା ବେଆଇନ ମୋରମ ଖାଦାନରେ ମାଟି ଖୋଳିବା କାମରେ ନିଯୋଜିତ ଥିଲେ । ହଠାତ୍ ମାଟି ଅତଡା ଖସିବାରୁ ଏହି ଅଘଟଣ ଘଟିଛି । ତେବେ ଶ୍ରମିକମାନଙ୍କୁ କାମରେ ନିୟୋଜିତ କରିଥିବା ଟ୍ରାକ୍ଟର ମାଲିକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.