କେନ୍ଦୁଝର: ତେଲକୋଇ ବନାଞ୍ଚଳ ଅଧିନସ୍ଥ ଉଦୟଗିରି ଢିଙ୍କେଶ୍ବରୀ ଜଙ୍ଗଲରେ ଚାଲିଛି ଅବାଧ ବାରହା ଶିକାର । ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ଓ ହାତରେ ବନାଯାଇଥିବା ବମ ସାହାଯ୍ୟରେ ଫାଶ ବସାଇ ବାରହା ଶିକାର କରାଯାଉଥିବା ଦେଖିବାକୁ ମିଳିଛି ।

ଗତକାଲି ରାତିରେ ଖବର ପାଇ ବନ ବିଭାଗ ଉକ୍ତ ଜଙ୍ଗଲରେ ଚଢାଉ କରି ତିନି ଜଣଙ୍କୁ ଗିରଫ କରିଛି । ଏହାସହ ତାଙ୍କ ଠାରୁ ବାରହା ମାଂସ ଓ ଶିକାରରେ ବ୍ୟବହୃତ ହାତ ବୋମା ଓ ବିଦ୍ୟୁତ ତାର ଜବତ କରିଛି ।
ତିନି ଶିକାରୀ ଉଦୟଗିରି ଗାଁର ଇନ୍ଦ୍ରମଣି ପାତ୍ର,ବିଷ୍ଣୁ ମହାକୁଡ଼, ଓ ବିଜୟ ମହାରଣା ବୋଲି ଜଣାପଡିଛି । ବନବିଭାଗ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରିଛନ୍ତି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ