ETV Bharat / state

ସ୍ଲଗ-ପାଇପଲାଇନକୁ ବିରୋଧ କଲା ଟ୍ରକ ମାଲିକ ସଂଘ

author img

By

Published : Apr 21, 2022, 8:27 PM IST

କେନ୍ଦୁଝର ଜିଲ୍ଲାରୁ ସ୍ଲରୀ ପାଇପ ମାଧ୍ୟମରେ ଖଣିଜ ପରିବହନର ନୂତନ ପ୍ରକଳ୍ପକୁ ବନ୍ଦ କରିବା ସହିତ ଟ୍ରକ ମାଧ୍ୟମରେ ଖଣିଜ ପରିବହନ ନିମନ୍ତେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଟ୍ରକ ମାଲିକ ସଂଘକୁ ନେଇ ଗଠିତ କୋର କମିଟି ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ

ସ୍ଲଗ-ପାଇପଲାଇନକୁ ବିରୋଧ କଲା ଟ୍ରକ ମାଲିକ ସଂଘ
ସ୍ଲଗ-ପାଇପଲାଇନକୁ ବିରୋଧ କଲା ଟ୍ରକ ମାଲିକ ସଂଘ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରୁ ସ୍ଲରୀ ପାଇପ ମାଧ୍ୟମରେ ଖଣିଜ ପରିବହନର ନୂତନ ପ୍ରକଳ୍ପକୁ ବନ୍ଦ କରିବା ସହିତ ଟ୍ରକ ମାଧ୍ୟମରେ ଖଣିଜ ପରିବହନ ନିମନ୍ତେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଟ୍ରକ ମାଲିକ ସଂଘକୁ ନେଇ ଗଠିତ କୋର କମିଟି ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ପ୍ରକଳ୍ପକୁ ଶୀଘ୍ର ବନ୍ଦ କରାନଗଲେ ଜିଲ୍ଲାର ଟ୍ରକ ମାଲିକ ଏବଂ ଟ୍ରକ ବ୍ୟବସାୟ ଉପରେ ନିର୍ଭରଶୀଳ ହଜାର ହଜାର ଲୋକେ ପ୍ରଭାବିତ ହେବେ ବୋଲି କୋର କମିଟି କହିଛି । କେବଳ ସେତିକି ନୁହଁ ଜିଲ୍ଲାରେ ଋଣ କରି ଗୋଟିଏ ଲେଖାଏଁ ଟ୍ରକ କରିଥିବା ଶିକ୍ଷିତ ବେକାରମାନେ କାମ ନପାଇ ଆର୍ଥିକ ଅନଟନ ମଧ୍ୟରେ ଗତି କରିବେ ବୋଲି ସେମାନେ ଅଭିଯୋଗ କରିଛନ୍ତି ।

କୋର କମିଟିର କହିବା ମୁତାବକ, ପୂର୍ବରୁ କେତେକ ସ୍ଲରୀ ପ୍ରୋଜେକ୍ଟ ଜିଲ୍ଲାରେ କାମ କରୁଛି । ଏଭଳି ପରିସ୍ଥିତିରେ ନୂତନ ପ୍ରକଳ୍ପ କାମ କଲେ ପରିବହନ ଏବଂ ଟ୍ରକ ବ୍ୟବସାୟ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ଥ ହେବ । ତେଣୁ, ଅନ୍ୟୁନ ଖଣିଜ ପରିବହନର ୬୦% ଟ୍ରକ ଯୋଗେ କରାନଗଲେ ଏହି ବ୍ୟବସାୟରେ ଥିବା ଲୋକେ ଏବଂ ନିର୍ଭରଶୀଳ ପରିବାର ବ୍ୟାପକ କ୍ଷତି ସହିବେ । ତେଣୁ, ଜିଲ୍ଲା ପ୍ରଶାସନ ଏଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ କେନ୍ଦୁଝର ଟ୍ରକ ମାଲିକ ସଂଘର ସଭାପତି ରମାକାନ୍ତ ନାୟକ, ଯୋଡା ଟ୍ରକ ମାଲିକ ସଂଘର ସମ୍ପାଦକ ସୁଶାନ୍ତ କୁମାର ବାରିକ, ବଡବିଲ ମାଇନିଂ ଏରିଆ ଟ୍ରକ ମାଲିକ ସଂଘର ଚନ୍ଦ୍ରଗୁପ୍ତ ପ୍ରସାଦ, ଗୁଆଲି ଟ୍ରକ ମାଲିକ ସଂଘର କୁଶଆପଟ୍ଟ, ଆଞ୍ଚଳିକ ଟ୍ରକ ମାଲିକ ସଂଘ କାଳିମାଟିର ମନୋଜ କୁମାର ମହାନ୍ତ ଏବଂ ଭଦ୍ରାସାହି ଟ୍ରକ ମାଲିକ ସଂଘର କୁନା ବାରିକଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଏଥିସହିତ ଯୋଡ଼ାରେ ଗତ ଦୁଇ ଦିନ ଜେଏସପିଏଲ ପାଇପଲାଇନ କାର୍ଯ୍ୟକୁ ବିରୋଧ କରିବା ସହ ଆନ୍ଦୋଳନ ଜାରି ରହିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.