କେନ୍ଦୁଝର: ରାସ୍ତା ଉପରେ ହୁତୁହୁତୁ ହୋଇ ଜଳୁଛି ଟ୍ରକ୍ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ନିଳିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ବାୟା ପଣ୍ଡାଧାର ଛକ ନିକଟରେ । ସୂଚନାନୁସାରେ ୪୯ ନମ୍ବର ଜାତୀୟ ରାଜପଥ କଡରେ ଏକ ଦଶ ଚକିଆ ଟ୍ରକଟି ଛିଡା ହୋଇଥିବା ବେଳେ ହଠାତ୍ ନିଆଁ ଲାଗି ଜଳିବାକୁ ଲାଗିଥିଲା ।
ଟ୍ରକ ଡ୍ରାଇଭର ପାଖ ଦୋକାନକୁ ଯାଇଥିବା ବେଳେ ହଠାତ୍ ଟ୍ରକରେ ନିଆଁ ଲାଗିବା ସହ ହୁତୁହୁତୁ ହୋଇ ଜଳିଥିଲା । ଏନେଇ ସ୍ଥାନୀୟ ଲୋକେ ବାଲଟିରେ ପାଣି ଆଣି ନିଆଁକୁ ଆୟତ୍ତ କରିଥିଲେ ହେଁ ନିଆଁର ମାତ୍ରା ଏତେ ଅଧିକ ଥିଲା ଯେ ଟ୍ରକର ସମ୍ମୁଖ ଭାଗ ପୁରା ଜଳିଯାଇଛି । ସେପଟେ ଟ୍ରକ ଡ୍ରାଇଭର ଗାଡିରୁ ଓହ୍ଲାଇ ପଡ଼ିଥିବାରୁ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ତେବେ ମାସକ ମଧ୍ୟରେ ଏହି ଅଞ୍ଚଳରେ ୪ଟି ଟ୍ରକ ଜଳିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଘଟଣାସ୍ଥଳରେ କାଞ୍ଜିପାଣି ପୋଲିସ ପହଁଞ୍ଚି ଟ୍ରକ୍ ପୋଡି ଘଟଣାର ତଦନ୍ତ ଜାରି ରଖିଛି ।
କେନ୍ଦୁଝରରୁ ସନ୍ତାେଷ କୁମାର ମହାପାତ୍ର, ଇଟିଭି ଭାରତ