ଆନନ୍ଦପୁର: ମହାମାରୀ କୋରୋନା ଭାଇରସର ମୁକାବିଲା ପାଇଁ ରାଜ୍ୟର ବିଭିନ୍ନ ସହର ଓ ବିଭିନ୍ନ ଅଞ୍ଚଳରେ ବିଶୋଧନ ସ୍ପ୍ରେ କରାଯାଉଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଜିଲ୍ଲାପାଳ ରବିନ୍ଦ୍ର ସାହୁଙ୍କ ପକ୍ଷରୁ ଘଷିପୁରାର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି ବିଶୋଧନ ପ୍ରକ୍ରିୟା ।
ଘଷିପୁରା ବ୍ଳକ ବିଭିନ୍ନ ସ୍ଥାନ, ମୁଖ୍ୟ ବଜାର, ମୁଖ୍ୟ ରାସ୍ତା, କେଶଦୁରାପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେଦ୍ର ଆଦିକୁ ଆନନ୍ଦପୁର ଅଗ୍ନିଶମ କର୍ମଚାରୀମାନେ କେମିକାଲ ସ୍ପ୍ରେ କରି ବିଶୋଧିତ କରିଛନ୍ତି । ଏହି ବିଶୋଧନ ପ୍ରକ୍ରିୟା ଆଗାମୀ କିଛି ଦିନ ଯାଏଁ ଜାରି ରହିବ ବୋଲି ଅଗ୍ନିଶମ ଅଧିକାରୀ ପ୍ରତାପ କୁମାର ସିଂ ସୂଚନା ଦେଇଛନ୍ତି । ଘଷିପୁରାବାସୀ ଏହାକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ