ETV Bharat / state

ସଟଡାଉନର ଶେଷ ରବିବାର, କେନ୍ଦୁଝରରେ ପ୍ରଭାବ ଶୂନ୍ୟ

author img

By

Published : Aug 30, 2020, 10:48 AM IST

ପୂର୍ବପରି ସଟଡାଉନରେ ପୋଲିସ ବ୍ୟବସ୍ଥା କଡାକଡ଼ି ଥିବା ବେଳେ ଶେଷ ରବିବାର ଏହାର ପ୍ରଭାବ ଦେଖା ଯାଇନାହିଁ । ଫଳରେ ବହୁ ଦୋକାନ ବଜାର ବନ୍ଦ ଥିବା ବେଳେ ଗଳି କନ୍ଦିରେ ଛୋଟ ଦୋକାନ ଖୋଲା ଥିବାଦେଖା ଯାଇଛି ।

କେନ୍ଦୁଝରରେ ସଟଡାଉନର ଶେଷ ରବିବାର ପ୍ରଭାବଶୂନ୍ୟ

କେନ୍ଦୁଝର: କେନ୍ଦ୍ର ସରକାର ଅନଲକ-୨ ଘୋଷଣା କଲା ପରେ ରାଜ୍ୟ ସରକାର କେନ୍ଦୁଝର ଜିଲ୍ଲାକୁ ଯୋନ୧ ପରିଧିରେ ରଖିଥିଲେ। ଏହି ଜୋନ ୧ ଘୋଷଣା ପରେ ସପ୍ତାହ କୁ ଦୁଇ ଦିନ ସଟଡାଉନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶ କରାଯାଇଥିଲା । ଜୁଲାଇ ମାସ ପରି ଅଗଷ୍ଟ ମାସରେ ମଧ୍ୟ ପ୍ରତି ଶନିବାର ଓ ରବିବାର ଜିଲ୍ଲାରେ ଏହି ସଟଡାଉନ ଲାଗୁ ହେବ ବୋଲି ପ୍ରଶାସନ ଘୋଷଣା କରାଯାଇଥିଲା । ଆଜି ଏହି ସଟଡାଉନର ମାସର ଶେଷ ରବିବାର ।

ଆଜି ସଟଡାଉନରେ ଜିଲ୍ଲାର ପ୍ରତି ଛକ, ଗଳିରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ହେଲେ ପୂର୍ବପରି ସଟଡାଉନରେ ପୋଲିସ ବ୍ୟବସ୍ଥା କଡାକଡ଼ି ଥିବା ବେଳେ ଶେଷ ରବିବାର ଏହାର ପ୍ରଭାବ ଦେଖା ଯାଇନାହିଁ । ଫଳରେ ବହୁ ଦୋକାନ ବଜାର ବନ୍ଦ ଥିବା ବେଳେ ଗଳି କନ୍ଦିରେ ଛୋଟ ଦୋକାନ ଖୋଲା ଥିବା ଦେଖା ଯାଇଛି । ସାଧାରଣ ଲୋକଙ୍କ ଗାଡି ଚଳାଚଳ ମଧ୍ୟ ଏହି ଶେଷ ରବିବାରରେ ସ୍ବାଭାବିକ ଦିନ ଭଳି ଚଳାଚଳ କରୁଥିବା ପରିଲକ୍ଷିତ ହୋଇଛି ।

ଅନଲକ-୪କୁ ନେଇ କେନ୍ଦ୍ର ସରକାର ଗତକାଲି(ଶନିବାର) ଘୋଷଣା କରିଥିବା ବେଳେ ବହୁ ନିୟମରେ କୋହଳ କରିଛନ୍ତି । ଲକଡାଉନ ଓ ସଟଡାଉନ କିଛି କଟକଣା ଉଚ୍ଛେଦ କରିଛନ୍ତି । ଏହା ପରେ ସାଧାରଣ ଲୋକଙ୍କ ମନରେ ଏକ ଖୁସି ଦେଖିବାକୁ ମିଳିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.