ETV Bharat / state

ଜମି ବିବାଦ ପାଇଁ ରାଜରାସ୍ତା ଅବରୋଧ କଲେ କୁଡୁମୀ ସମ୍ପ୍ରଦାୟ - କେନ୍ଦୁଝର କୁଡୁମୀ ସଂମ୍ପ୍ରଦାୟ ଜମି ବିବାଦ

କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ବ୍ଲକ ନଳପଙ୍ଗା ଗ୍ରାମର ମହାନ୍ତ ସମ୍ପ୍ରଦାୟର ଲୋକମାନେ ହରିଚନ୍ଦନପୁର ତହସିଲ କାର୍ଯ୍ୟାଳୟ ଘେରାଉ କରିବା ସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦେଇଥିଲେ । ଅଧିକ ପଢନ୍ତୁ...

ଜମି ବିବାଦ ପାଇଁ ରାଜରାସ୍ତା ଅବରୋଧ କଲେ କୁଡୁମୀ ସଂମ୍ପ୍ରଦାୟ

author img

By

Published : Sep 8, 2021, 10:33 PM IST

କେନ୍ଦୁଝର: ଜିଲ୍ଲାର ହରିଚନ୍ଦନପୁର ବ୍ଲକ ନଳପଙ୍ଗା ଗ୍ରାମର ମହାନ୍ତ ସମ୍ପ୍ରଦାୟର ଲୋକମାନେ ହରିଚନ୍ଦନପୁର ତହସିଲ କାର୍ଯ୍ୟାଳୟ ଘେରାଉ କରିବା ସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦେଇଥିଲେ । ନଳପଙ୍ଗା ଗ୍ରାମର ୩୩ ମହାନ୍ତ ପରିବାର ଗ୍ରାମ ନିକଟରେ ଥିବା ୭୦ ଏକର ଜମି ପିଢି ପରେ ପିଢି ଚାଷ ବାସ କରିବା ସହ ପରିବାର ଗୁଜୁରାଣ କରିଆସୁଥିଲେ । ଯାହାକି ସେଥିରେ ମହାନ୍ତ ସମ୍ପ୍ରଦାୟର ପଟ୍ଟା ଥିବା ଦେଖାଯାଇଛି । କିନ୍ତୁ, ଗ୍ରାମରେ ଥିବା ଆଦିମ ଜନଜାତି ଜୁଆଙ୍ଗ ସମ୍ପ୍ରଦାୟର ଲୋକଙ୍କୁ ସରକାର ଜମି ଯୋଗାଇବା ପାଇଁ ନିଷ୍ପତ୍ତି ନେଇ ୧୦୦ ଏକରରୁ ଊର୍ଦ୍ଧ୍ବ ସରକାରୀ ଜମି ପ୍ରଦାନ କରିଥିଲେ । ତେବେ ସେଟେଲମେଣ୍ଟ ସମୟରେ ତୃଟି ଉପୁଜିବାରୁ ଜୁଆଙ୍ଗମାନେ ମହାନ୍ତ ମାନଙ୍କ ଜମି ଦଖଲ କରିବା କାରଣରୁ ବିଗତ ୬ ବର୍ଷ ପୂର୍ବେ ବିବାଦ ସୃଷ୍ଟି ହୋଇଥିଲା ।

ଜମି ବିବାଦ ପାଇଁ ରାଜରାସ୍ତା ଅବରୋଧ କଲେ କୁଡୁମୀ ସଂମ୍ପ୍ରଦାୟ

ଆହୁରି ମଧ୍ୟ ବିବାଦ ଆପସ ବୁଝାମଣାରେ ସମାଧାନ ନହେବା କାରଣରୁ ମାମାଲା କୋର୍ଟରେ ପହଞ୍ଚିଥିଲା । ପରେ ମାମଲା ପଶ୍ଚିମାଞ୍ଚଳ ଆରଡିସିଙ୍କ ନିକଟରେ ପହଞ୍ଚିଥିଲା । ପରେ ୭୦ ଏକର ପଟ୍ଟା ଜମି ମହାନ୍ତ ସମ୍ପ୍ରଦାୟଙ୍କୁ ଦଖଲ ଦେବା ସହ ୧୦୦ ଏକରରୁ ଉର୍ଦ୍ଧ୍ବ ସରକାରୀ ଜମି ଜୁଆଁଙ୍ଗ ମାନଙ୍କୁ ଦଖଲ ଦେବା ପାଇଁ ୨୦୧୮ ମସିହାରୁ କେନ୍ଦୁଝର ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ, ଏହି ଦିଗରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିବାରେ ବିଳମ୍ବ କରିବାରୁ ୨ ସମ୍ପ୍ରଦାୟ ମଧ୍ୟରେ ବିବାଦ ବଢି ଚାଲିଛି ।

ନିଜର ପଟ୍ଟା ଜମିରୁ ବେଦଖଲ ମହାନ୍ତ ସମ୍ପ୍ରଦାୟ ବାରବାର ଗୁହାରୀ କରିବା ସତ୍ତ୍ବେ ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ତତ୍ପରତା ନଦେଖି ଶେଷରେ ଗତ ୩୧ ତାରିଖ ଠାରୁ ଆନ୍ଦୋଳନ ପନ୍ଥା ଆପଣାଇଥିଲେ । ୯ ଦିନ ଧରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରତ ଥିବା ବେଳେ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଆଜି(ବୁଧବାର) ହରିଚନ୍ଦନପୁର ତହସିଲ କାର୍ଯ୍ୟାଳୟରେ ତାଲା ପକାଇବା ସହିତ ହରିଚନ୍ଦନପୁର୍ ରେବଣାପଳାଶପାଳ ରାସ୍ତା ଅବରୋଧ କରି ଧାରଣା ଦେଇଛନ୍ତି ।

ଯେପଯ୍ୟନ୍ତ ପ୍ରଶାସନ ଏଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନନେଇଛନ୍ତି, ସେ ପର୍ଯ୍ୟନ୍ତ ଧାରଣାରୁ ହଟିବେ ନାହିଁ ବୋଲି କଡା଼ ଚେତାବନୀ ଦେଇଛି କୁଡୁମୀ ସମାଜ । ତେବେ ଘଟଣାସ୍ଥଳରେ ୫ ପ୍ଲାଟୁନ ପୋଲିସ ଫୋର୍ସ, ଚାରି ଜଣ ଇନ୍ସପେକ୍ଟର, ଘଟଗାଁ ଏସଡ଼ିପିଓ ଉପସ୍ଥିତ ଥିବା ବେଳେ ଉପଜିଲ୍ଲାପାଳ ହରିଚନ୍ଦନପୁର ଠାରେ ପହଞ୍ଚି ବୁଝାସୁଝା ଆରମ୍ଭ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.