ETV Bharat / state

ଦୋକାନୀଙ୍କ ପାଇଁ ନୂଆ ନିୟମ ଜାରି କଲା କେନ୍ଦୁଝର ପ୍ରଶାସନ - କୋରୋନା

ଲକଡାଉନ ସମୟରେ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନଗୁଡିକୁ ଖୋଲିବାକୁ ଅନୁମତି ମିଳିଛି । ହେଲେ ସଂକ୍ରମଣ ଦୃଷ୍ଟିରୁ ଦୋକାନୀଙ୍କ ପାଇଁ ନୂଆ ନିୟମ ଜାରି କରିଛି କେନ୍ଦୁଝର ପ୍ରଶାସନ । ଅଧିକ ପଢନ୍ତୁ...

ଦୋକାନୀଙ୍କ ପାଇଁ ନୂଆ ନିୟମ ଜାରି କଲା କେନ୍ଦୁଝର ପ୍ରଶାସନ

author img

By

Published : Apr 27, 2020, 10:45 AM IST

କେନ୍ଦୁଝର: ମେ’ 3 ରେ ଶେଷ ହେଉଛି ଲକଡାଉନ ଅବଧି । ଏହା ପୂର୍ବରୁ ସର୍ତ୍ତମୂଳକ ଭାବେ ପଞ୍ଜିକୃତ ଦୋକାନଗୁଡିକୁ ଖୋଲିବାକୁ ଅନୁମତି ମିଳିଛି । ଯାହାକୁ ନଜରରେ ରଖି କେନ୍ଦୁଝର ପ୍ରଶାସନ ନୂଆ ନିୟମ ଜାରି କରିଛନ୍ତି ।

ଦୋକାନୀଙ୍କ ପାଇଁ ନୂଆ ନିୟମ ଜାରି କଲା କେନ୍ଦୁଝର ପ୍ରଶାସନ
ଦୋକାନୀଙ୍କ ପାଇଁ ନୂଆ ନିୟମ ଜାରି କଲା କେନ୍ଦୁଝର ପ୍ରଶାସନ

ସଂକ୍ରମଣରେ ରୋକ ଲାଗୁନଥିବାରୁ ନୂଆ ନିୟମ ଅନୁସାରେ ଦୋକାନ ବଜାର ଖୋଲିବାକୁ କେନ୍ଦୁଝର ଜିଲ୍ଲା ପ୍ରଶାସନ ଟ୍ବିଟ ମାଧ୍ୟମରେ ଜଣାଇଛି । ଜିଲ୍ଲାରେ ସମସ୍ତ ଅତ୍ୟାବଶ୍ୟକୀୟ ଦୋକାନ ବଜାର ସକାଳ ୭ ଟା ରୁ ଦିନ ୨ ଟା ମଧ୍ୟରେ ଖୋଲିପାରିବେ । ଗ୍ୟାରେଜ, ବ୍ୟାଟେରୀ, ସ୍ପେୟାର ପାର୍ଟ ଆଦି ଦୋକାନ ନିର୍ଦ୍ଧାରିତ ସମୟ ମଧ୍ୟରେ ଖୋଲି ପାରିବେ ।

ସେହିପରି ରାସ୍ତା ଘାଟରେ ଛେପ ପକେଇବା ସମ୍ପୂର୍ଣ୍ଣ ବେଆଇନ । ଯଦି କେହି ନିୟମକୁ ଉଲ୍ଲଙ୍ଘନ କରିଥିବାର ଦେଖିବାକୁ ମିଳେ ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଟ୍ୱିଟ ମାଧ୍ୟମରେ ଜଣାଇଛି ପ୍ରଶାସନ । ସମସ୍ତ ଅତ୍ୟାବଶ୍ୟକ ଦୋକାନ ସାମାଜିକ ଦୂରତ୍ୱ ନିୟମକୁ ମାନିବା ସହ ମାସ୍କ ପିନ୍ଧି ଦୋକାନ ଖୋଲିବାକୁ ଅଦେଶରେ ଜଣାଇଛି ଜିଲ୍ଲା ପ୍ରଶାସନ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.