ETV Bharat / state

ସମାଧାନ ହେଲା ଆନ୍ତଃଜିଲ୍ଲା ଟ୍ରକ ମାଲିକ ସଙ୍ଘ ବିବାଦ, ରାସ୍ତାରେ ଗଡିବ ଗାଡି

author img

By

Published : May 26, 2020, 11:05 AM IST

ବୈଠକରେ ସମାଧାନ ହେଲା ଆନ୍ତଃଜିଲ୍ଲା ଟ୍ରକ ମାଲିକ ସଙ୍ଘ ବିବାଦ। ପୁଣି ଥରେ ଗଡିବ ଟ୍ରକ। ଆଗାମୀ ଦିନରେ କୌଣସି ଟ୍ରକ ସଙ୍ଘ ଭିତରେ ବିବାଦ ନ ହେବା ସହ ଅନଲୋଡି ନେଇ ଅସୁବିଧା ନକରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ସମାଧାନ ହେଲା ଆନ୍ତଃଜିଲ୍ଲା ଟ୍ରକ ମାଲିକ ସଙ୍ଘ ବିବାଦ, ରାସ୍ତାରେ ଗଡିବ ଗାଡି
ସମାଧାନ ହେଲା ଆନ୍ତଃଜିଲ୍ଲା ଟ୍ରକ ମାଲିକ ସଙ୍ଘ ବିବାଦ, ରାସ୍ତାରେ ଗଡିବ ଗାଡି

କେନ୍ଦୁଝର: ବୈଠକରେ ସମାଧାନ ହେଲା ଆନ୍ତଃଜିଲ୍ଲା ଟ୍ରକ ମାଲିକ ସଙ୍ଘ ବିବାଦ। ପୁଣି ଥରେ ଗଡିବ ଟ୍ରକ। ଏଥିପାଇଁ ସୋମବାର କେନ୍ଦୁଝର, କୋଇଡା, ଯୋଡ଼ା, ବଡ଼ବିଲ, ଯାଜପୁର, କେନ୍ଦ୍ରାପଡା, ପାରାଦୀପ ଟ୍ରକ ମାଲିକ ସଙ୍ଘ ମାନଙ୍କ ଏକ ସମ୍ମନ୍ଵୟ ବୈଠକ ଅନୁଷ୍ଠିତ ହୋଇଥିଲା । କେନ୍ଦୁଝର ଘଟଗାଁ ଠାରେ ଉକ୍ତ ସମସ୍ତ ସଙ୍ଘର ସମସ୍ତ କର୍ମକର୍ତ୍ତାଙ୍କୁଏଥିରେ ଉପସ୍ଥିତ ଥିଲେ।

ଆଗାମୀ ଦିନରେ କୌଣସି ଟ୍ରକ ସଙ୍ଘ ଭିତରେ ବିବାଦ ନ ହେବା ସହ ଅନଲୋଡି ନେଇ ଅସୁବିଧା ନକରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । କୌଣସି ମାଲିକ ଏହି ସବୁ ନିୟମ ଭଙ୍ଗ କଲେ ତାର ଗାଡିକୁ ବ୍ଲାକ ଲିଷ୍ଟ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏଣିକି ସୁରୁଖୁରୁରେ ଟ୍ରକ ଗଡିବ ବୋଲି ମାଲିକ ମାନେ ଆଶା ରଖିଛନ୍ତି ।

ଗତ ଶୁକ୍ରବାର ରାତିରୁ କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଙ୍ଘ ପକ୍ଷରୁ ଅନ୍ୟ ଜିଲ୍ଲାର ଟ୍ରକକୁ ଅଟକ ରଖା ଯାଇଥିଲା । ଜିଲ୍ଲାର ଆଇରନ ବୋଝେଇ ସମସ୍ତ ଟ୍ରକକୁ ପାରାଦୀପ ଠାରେ ଅନଲୋଡିଂ ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା ।

ଏହା ସହ କେନ୍ଦ୍ରାପଡା ଟ୍ରକ ମାଲିକ ମାନେ ସେମାନଙ୍କ ଟ୍ରକକୁ ପ୍ରଥମେ ଅନଲୋଡିଂ କରେଇବା ପାଇଁ କେନ୍ଦୁଝର ଜିଲ୍ଲାର ସମସ୍ତ ଟ୍ରକକୁ ଅଟକାଉ ଥିବା ମଧ୍ୟ ଅଭିଯୋଗ କରିଥିଲା ସଙ୍ଘ । ଜିଲ୍ଲାର ରାଙ୍କୀ ଠାରେ ହଜାର ହଜାର ଟ୍ରକକୁ ଜିଲ୍ଲା ଟ୍ରକ ମାଲିକ ସଙ୍ଘ ଅଟକାଇବା ଫଳରେ ଅସ୍ବଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଯାହା ବର୍ତ୍ତମାନ ବୈଠକ ମାଧ୍ୟମରେ ସମାଧାନ କରାଯାଇଛି।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.