କେନ୍ଦୁଝର: ଜିଲ୍ଲାର ଆନନ୍ଦପୁର ଉପଖଣ୍ଡରେ ବାହାର ରାଜ୍ୟରୁ ଫସିଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛି ପ୍ରଶାସନ।
ମହାରାଷ୍ଟ୍ରରୁ ଛୋଟ ବଡ ମିଶାଇ ୪୦ ଜଣ ଲୋକ ବେପାର କରିବା ପାଇଁ ଆନନ୍ଦପୁର ଫେରିଥିଲେ । ସେମାନେ ବିଭିନ୍ନ ଗ୍ରାମକୁ ଯାଇ ବେପାର କରିଥିବାବେଳେ ଲକଡାଉନ ଫଳରେ କୁଆଡେ ଯାଇ ପାରୁନାହାଁନ୍ତି । ତେଣୁ ନିଜ ଘରେ ଥିବା ଛୋଟ ଛୁଆଙ୍କୁ ଖାଇବାକୁ ଦେବାକୁ ସେମାନେ ଅନୁରୋଧ କରିଥିଲେ ।
ଯାହାକୁ ନେଇ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ଦିନକୁ ଦୁଇ ଥର ଖାଇବାକୁ ଦେବାକୁ ବ୍ୟବସ୍ଥା କରାଯାଇଛି। ଯାହାଫଳରେ ସେମାନେ ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ