ETV Bharat / state

ଦୃଷ୍ଟିଶକ୍ତି ଫେରି ପାଇବାକୁ ନଅ ବର୍ଷ ଧରି ସଂଘର୍ଷ କରୁଛନ୍ତି ବିଭୂପ୍ରସାଦ

author img

By

Published : Nov 6, 2020, 11:52 AM IST

ନଅ ବର୍ଷ ଧରି ନିଜ ଦୃଷ୍ଟିଶକ୍ତି ଫେରି ପାଇବାକୁ ସଂଘର୍ଷ କରୁଛନ୍ତି ବିଭୂପ୍ରସାଦ । ସମ୍ବଳ ଅଭାବରୁ ପୁଅର ଚିକିତ୍ସା କରିପାରୁ ନ ଥିବା ପରିବାର ପାଇଁ ଏକମାତ୍ର ଭରସା ପାଲଟିଛି ସରକାରୀ ସହାୟତା । ଅଧିକ ପଢନ୍ତୁ...

ଦୃଷ୍ଟିଶକ୍ତି ଫେରି ପାଇବାକୁ ନଅ ବର୍ଷର ସଂଘର୍ଷ

ଆନନ୍ଦପୁର:କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ମଙ୍ଗଳପୁର ଗାଁର ବିଭୂପ୍ରସାଦ । ଭଲ ପାଠ ପଢୁଥିଲେ । ଆଶା ଥିଲା ଚାକିରି କରି ପରିବାରର ଦୁଃଖ ଦୂର କରିବେ, ହେଲେ ଦଇବ ଦାଉ ସାଜିଲା । ଦଶମ ଶ୍ରେଣୀରେ ପଢିବା ବେଳେ ଆଖି ଖରାପ ହୋଇଗଲା । ଏବେ ନଅ ବର୍ଷ ଧରି ନିଜ ଦୃଷ୍ଟିଶକ୍ତି ଫେରି ପାଇବାକୁ ବିଭୂ ସଂଘର୍ଷ କରୁଛନ୍ତି । ପୁଅର ଚିକିତ୍ସା ପାଇଁ ଗରିବ ବାପାମାଆଙ୍କ ପାଖରେ ସମ୍ବଳ ନ ଥିବା ବେଳେ ଏବେ କେବଳ ସରକାରୀ ସହାୟତା ହିଁ ଏକମାତ୍ର ଭରସା ପାଲଟିଛି ।

ପୁଅ ବିଭୂପ୍ରସାଦଙ୍କର ଦୃଷ୍ଟିଶକ୍ତିକୁ ନେଇ ଚିନ୍ତାରେ ପଡିଛନ୍ତି ତାଙ୍କ ପରିବାର । ପଢିବା ଠାରୁ ଆରମ୍ଭ କରି ପ୍ରତ୍ୟେକ କାମ ପାଇଁ ବିଭୂ ଏବେ ଅନ୍ୟର ସାହାରା ଲୋଡୁଛନ୍ତି । ଦୃଷ୍ଟିଶକ୍ତି କ୍ଷୀଣ ହେବା ସହ ତାଙ୍କର ଭବିଷ୍ୟତ ମଧ୍ୟ ଅନ୍ଧାରକୁ ଠେଲି ହୋଇଯାଇଛି । ପାଠ ପଢି ଭବିଷ୍ୟତରେ ଭଲ ଚାକିରି କରିବାକୁ ଲକ୍ଷ୍ୟ ରଖିଥିବା ବିଭୂ ଏବେ ଦୁଃଶ୍ଚନ୍ତା ଭିତରେ ଜୀବନ ବିତାଉଛନ୍ତି ।

କ୍ଷୁଦ୍ରଚାଷୀ ତଥା ହାଟରେ ପାନ ଦୋକାନ କରି ଘନଶ୍ୟାମ ପରିବାର ପ୍ରତିପୋଷଣ କରୁଥିବା ବେଳେ ପୁଅର ଚିକିତ୍ସା ପାଇଁ ସେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲେଣି । ଏଥିପାଇଁ ଘରର ଜମିବାଡି ମଧ୍ୟ ବିକ୍ରି ହୋଇଯାଇଛି । ତେବେ ଆଗକୁ ଏକ ବଡ ଅପରେସନ ପରେ ବିଭୂ ନିଜର ଦୃଷ୍ଟିଶକ୍ତି ଫେରି ପାଇପାରନ୍ତି ବୋଲି ଡାକ୍ତର କହିଛନ୍ତି । ମାତ୍ର ସମ୍ବଳ ଅଭାବରୁ ପୁଅର ଚିକିତ୍ସା କରିପାରୁ ନ ଥିବା ପରିବାର ଏବେ ଏକମାତ୍ର ସରକାରୀ ସହାୟତାକୁ ଅନାଇ ବସିଛନ୍ତି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.