ETV Bharat / state

ନିରକ୍ଷର ମହିଳା ସରପଞ୍ଚଙ୍କୁ ଅଯୋଗ୍ୟ ବିବେଚନା କଲେ କୋର୍ଟ

author img

By

Published : Oct 23, 2020, 2:45 PM IST

ଲେଖା ପଢା ନ ଜାଣି ମଧ୍ୟ ସରପଞ୍ଚ ଭାବେ ଦାୟିତ୍ବ ତୁଲାଉଥିଲେ କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍ ଦେଓଗାଁ ପଞ୍ଚାୟତର ସରପଞ୍ଚ ।ତେବେ ଆନନ୍ଦପୁର ସିଭିଲ୍ ଜଜ୍ ଜୁନିୟର ଡିଭିଜନ୍ ଉକ୍ତ ମହିଳା ସରପଞ୍ଚଙ୍କୁ ପଦବୀରୁ ହଟାଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

The court disqualified the illiterate female sarpanch in Keonjhar
ନିରକ୍ଷର ମହିଳା ସରପଞ୍ଚଙ୍କୁ ଅଯୋଗ୍ୟ ବିବେଚନା କଲେ କୋର୍ଟ

ଆନନ୍ଦପୁର: ଲେଖା ପଢା ନ ଜାଣି ସରପଞ୍ଚ ଭାବେ ଦାୟିତ୍ବ ତୁଲାଉଥିବା ଘସିପୁରା ବ୍ଲକ୍ ଦେଓଗାଁ ପଞ୍ଚାୟତ ମହିଳା ସରପଞ୍ଚଙ୍କୁ କୋର୍ଟ ଅଯୋଗ୍ୟ ବିବେଚନା କରିଛନ୍ତି । ସମସ୍ତ ତଥ୍ୟ ଓ ପ୍ରମାଣକୁ ତର୍ଜମା କରିବା ପରେ କୋର୍ଟ ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତ 2017 ମସିହା ପଞ୍ଚାୟତ ନିର୍ବାଚନରେ ନିର୍ବାଚିତ ହୋଇଥିବା ଘସିପୁରା ବ୍ଲକ୍ ଦେଓଗାଁ ପଞ୍ଚାୟତ ସରପଞ୍ଚ ଅଶାନ୍ତି ବଳଙ୍କ ବିରୋଧରେ ଏଭଳି ନିଷ୍ପତ୍ତି ହୋଇଛି । ଆନନ୍ଦପୁର ସିଭିଲ୍ ଜଜ୍ ଜୁନିୟର ଡିଭିଜନ୍ ଉକ୍ତ ସରପଞ୍ଚଙ୍କୁ ଅଯୋଗ୍ୟ ବିବେଚନା କରିବା ସହିତ ସରପଞ୍ଚ ପଦବୀ ପାଇଁ ପୂନଃ ନିର୍ବାଚନ ଲାଗି କୋର୍ଟ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।

ଦେଓଗାଁ ପଞ୍ଚାୟତର ସରପଞ୍ଚ ଅଶାନ୍ତି ବଳ ଲେଖିପଢି ଜାଣିନଥିବା ନେଇ ନିର୍ବାଚନ ସମୟରେ ପ୍ରତିପକ୍ଷ ପ୍ରାର୍ଥୀ ଅର୍ଚ୍ଚନା ରାଉତ ସେହି ସମୟରେ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆର୍କଷଣ କରିଥିଲେ । କିନ୍ତୁ ନିର୍ବାଚନ ଅଧିକାରୀ ଏ ସଂପର୍କରେ ଅଧିକ ଗୁରୁତ୍ବ ଦେଇନଥିଲେ । ଫଳରେ ଅର୍ଚ୍ଚନା ରାଉତ ଏହି ଘଟଣାକୁ ନେଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ତେବେ ଉଭୟ ପକ୍ଷରୁ ସମସ୍ତ ତଥ୍ୟ ଓ ସାକ୍ଷପ୍ରମାଣ ଆଧାରରେ କୋର୍ଟ ସରପଞ୍ଚ ଅଶାନ୍ତି ବଳଙ୍କୁ ଅଯୋଗ୍ୟ ଘୋଷଣା କରିବା ସହିତ ସରପଞ୍ଚ ପଦବୀରୁ ହଟାଇ ଦେଇଛନ୍ତି ଏବଂ ଗ୍ରାମପଞ୍ଚାୟତ ଧାରା 31 ଅନୁଯାୟୀ ଘଟଣାଟିକୁ ତର୍ଜମା କରିବା ପରେ ଫଳାଫଳ ଶୁଣାଇଥିବାର ସୂଚନା ମିଳିଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରି, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.