ETV Bharat / state

ସୀମା ଲଙ୍ଘିଲା ବର୍ବରତା, ଶିଶୁ ପୁତ୍ର ଦେହରେ ଗରମ ପାଣି ଢାଳିଲା ଭିଣୋଇ - ଦୈତାରୀ ଥାନା

ପାରିପାରିକ କଳହକୁ କେନ୍ଦ୍ରକରି ଶିଶୁ ଉପରେ ଗରମ ପାଣି ଢାଳିଦେଲା ଭିଣୋଇ । ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ମେଡିକାଲରେ ଭର୍ତି କଲେ ପରିବାରବର୍ଗ । ଘଟଣାସ୍ଥଳରେ ପହଁଞ୍ଚି ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ...

ବର୍ବରତା ସୀମା ଲଙ୍ଘିଲା, ଶିଶୁ ପୁତ୍ର ଦେହରେ ଗରମ ପାଣି ଢାଳିଲେ ଭିଣେଇ

author img

By

Published : Jul 27, 2021, 6:22 PM IST

କେନ୍ଦୁଝର: ଜିଲ୍ଲାରେ ବର୍ବରତାର ସୀମା ଲଙ୍ଘିଛି । ପାରିପାରିକ କଳହକୁ କେନ୍ଦ୍ରକରି ଶିଶୁ ପୁତ୍ର ଉପରେ ଗରମ ପାଣି ଢାଳିଦେଲା ଭିଣୋଇ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଅଧିନ ଦୈତାରୀ ଥାନା ଅନ୍ତର୍ଗତ ରାସୋଳ ପଞ୍ଚାୟତର ଖସାପଡା ଗ୍ରାମରେ । ସୂଚନାନୁଯାୟୀ ସାମାନ୍ୟ ବଚସାକୁ କେନ୍ଦ୍ର କରି ଖସାପଡାଗ୍ରାମର ମେଲସାଣ୍ଡିଙ୍କ ୮ବର୍ଷର ଶିଶୁ ପୁତ୍ର ଉପରେ ରାଗରେ ଉତ୍ୟକ୍ତ ହୋଇ ଗରମ ପାଣି ଢାଳିଦେଲା ଭିଣୋଇ ।

ବର୍ବରତା ସୀମା ଲଙ୍ଘିଲା, ଶିଶୁ ପୁତ୍ର ଦେହରେ ଗରମ ପାଣି ଢାଳିଲେ ଭିଣେଇ

ତେବେ ଘଟଣାସ୍ଥଳରେ ପରିବାର ଲୋକେ ଆମ୍ବୁଲାନ୍ସ ସହାୟତାରେ ଆନନ୍ଦପୁର ଉପଖଣ୍ଡ ସ୍ତରୀୟ ମେଡିକାଲରେ ଭର୍ତି କରିଛନ୍ତି । ଏବେ ଶିଶୁଟିର ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ଜଣାପଡିଛି । ସେପଟେ ପରିବାରବର୍ଗଙ୍କ ପକ୍ଷରୁ ଦୈତାରୀ ଥାନାରେ ଏନେଇ ଅଭିଯୋଗ କରାଯାଇଥିବା ବେଳେ ଭିଣେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ତେବେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିବା ବେଲେ ଅଭିଯୁକ୍ତ ଭିମେଇକୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.