ETV Bharat / state

ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ଦୁର୍ନୀତି, ଜିଲ୍ଲାପାଳଙ୍କୁ ଶିକ୍ଷକ ସଂଘର ଦାବିପତ୍ର

author img

By

Published : Nov 12, 2022, 10:29 AM IST

ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଦୁର୍ନୀତି । ଏଭଳି ଅଭିଯୋଗ କରିଛନ୍ତି ମାଧ୍ୟମିକ ଶିକ୍ଷକ ସଂଘ । ଅଧିକ ପଢନ୍ତୁ

ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ଦୁର୍ନୀତି, ଜିଲ୍ଲାପାଳଙ୍କୁ ଶିକ୍ଷକ ସଂଘର ଦାବିପତ୍ର
ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ଦୁର୍ନୀତି, ଜିଲ୍ଲାପାଳଙ୍କୁ ଶିକ୍ଷକ ସଂଘର ଦାବିପତ୍ର

କେନ୍ଦୁଝର: ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଦେଖିବାକୁ ମିଳୁଛି ଦୁର୍ନୀତି । ପୂରାତନ ଶିକ୍ଷକଙ୍କ ପେନସନକୁ ଅଟକାଉଥିବାବେଳେ ନୂତନ ନିଯୁକ୍ତି ଶିକ୍ଷକଙ୍କ ମଧ୍ୟ ବନ୍ଦ କରାଯାଉଛି ଦରମା । ଏହି ସବୁ କାର୍ଯ୍ୟ ପାଇଁ ଉକ୍ତ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ଲାଞ୍ଚ ମାଗୁଛନ୍ତି ନହେଲେ କିଛି କାର୍ଯ୍ୟ କରୁନାହାନ୍ତି । ତେବେ ଏଭଳି ଅଭିଯୋଗ କରିଛନ୍ତି ମାଧ୍ୟମିକ ଶିକ୍ଷକ ସଂଘ ।

ସୂଚନା ଅନୁଯାୟୀ, ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କ ପେନସନ ପେପର ନିର୍ଦ୍ଧାରିତ ସମୟରେ ପଠାଯାଉନାହିଁ । କାର୍ଯ୍ୟାଳୟରେ ବିଭିନ୍ନ ଅନିୟମିତତା ଓ ଦୁର୍ନୀତି ସଂପର୍କରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ସହିତ ଦୁଇଥର ଆଲୋଚନା ହେବା ପରେ ବି ସେ ଦେଇଥିବା ପ୍ରତିଶ୍ରୁତି କିଛି ବି ପୂରଣ କରି ନାହାଁନ୍ତି । ଶିକ୍ଷକ କର୍ମଚାରୀଙ୍କୁ ଶୋଷଣ ଓ ଅପମାନିତ କରୁଥିବା ଅଯୋଗ୍ୟ କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।

କୌଣସି ଶିକ୍ଷକ, କର୍ମଚାରୀଙ୍କ ବକେୟା ପ୍ରଦାନ କରା ନଯିବାରୁ ବର୍ଷ ବର୍ଷ ଧରି ତାହା ପଡିରହିଛି । ଆର.ଏ.ସି.ପି., ଏମ.ଏ.ସି.ପି, ଇନକ୍ରିମେଟ, ଜି.ପି.ଏଫ ପରି ସମୟ ବନ୍ଧିତ କାର୍ଯ୍ୟଗୁଡିକ ମାସ ମାସ ଧରି ପଡି ରହିଥିବାରୁ ଶିକ୍ଷକ କର୍ମଚାରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସମଗ୍ର ରାଜ୍ୟରେ ଆର.ଏ .ସ୍କିମ୍ ରେ ନିଯୁକ୍ତି ପାଇଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ କିରାଣୀ ପଦବୀକୁ ପଦୋନ୍ନତି ଦିଆଯାଇଥିବା ବେଳେ ଆମ ଜିଲ୍ଲାରେ ତାହା କରାଯାଇ ନାହିଁ ।

ତେବେ ପ୍ରକାଶ ଥାଉ କି, ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀଙ୍କୁ ସାକ୍ଷାତ କରି ଦାବୀ ପତ୍ର ପ୍ରଦାନ କରିବାକୁ ଯାଉଥିବା ଅବସରପ୍ରାପ୍ତ ଓ କାର୍ଯ୍ୟରତ ନିରୀହ ଶିକ୍ଷକଙ୍କୁ ଦମନ କରିବାକୁ ଓ ଅପମାନିତ କରିବାକୁ ପୋଲିସ ମୁତୟନ କରିଥିବା ଅଧିକାରୀଙ୍କ ବଦଳି ଆଜିଯାଏଁ ହୋଇ ନାହିଁ । ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟର ଦୁଇ ଅଧିକାରୀ ଏବଂ ଦୁର୍ନୀତିଗ୍ରସ୍ତ କିରାଣୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ବଦଳି କରାଯାଇ କାର୍ଯ୍ୟାଳୟକୁ ସୁବ୍ୟବସ୍ଥିତ କରା ନ ଗଲେ ଭବିଷ୍ୟତରେ ଆମେ ଦୁର୍ବାର ଆନ୍ଦୋଳନ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ଶିକ୍ଷକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଏନେଇ ଆଜି ଶହ ଶହ ଶିକ୍ଷକ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବିପତ୍ର ପ୍ରଦାନ କରିଥିଲେ । ପରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଏନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେହେଁ ତାଙ୍କର ପ୍ରତିକ୍ରିୟା ମିଳି ପାରିନାହିଁ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.