କେନ୍ଦୁଝର: ଆଜି କେନ୍ଦୁଝର ଭିଜିଲାନ୍ସ ବିଭାଗକୁ ମିଳିଛି ବଡ଼ ସଫଳତା । ସହର ଯୋଜନା ବିଭାଗରେ କାର୍ଯ୍ୟରତ ଜଣେ ଯାଞ୍ଚ ଅଧିକାରୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଫସିଛନ୍ତି ।
ସନ୍ଧ୍ୟାରେ କେନ୍ଦୁଝର ସହରର ଅଜୟ ବିଶ୍ଵକର୍ମା ନାମକ ବ୍ୟକ୍ତିଙ୍କ ଏକ ଘର ପ୍ଲାନକୁ ପାସ କରିବା ପାଇଁ ଉକ୍ତ ବିଭାଗର ନିମାଇଁ ଚରଣ ସାହୁ ନାମକ ଯାଞ୍ଚ ଅଧିକାରୀ ଚାଳିଶ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏହି ଲାଞ୍ଚ ମାଗିଥିବା ନେଇ ଉକ୍ତ ବ୍ୟକ୍ତି ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ଯୋଜନା ଅନୁଯାୟୀ ଆଜି ସନ୍ଧ୍ୟାରେ ଉକ୍ତ ବ୍ୟକ୍ତିଙ୍କ ଠାରୁ ପଚିଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ଧରିବାରେ ସଫଳ ହୋଇଛି । ଭିଜିଲାନ୍ସ ବିଭାଗ ଏକ ସଙ୍ଗେ ନିମାଇଁ ଚରଣ ସାହୁଙ୍କ ମାଇନିଂ ସ୍ଥିତ ଭଡାଘର ଓ ନିଜ ପୈତୃକ ବାସ ଘରେ ଚଢ଼ାଉ ଜାରି ରଖିଥିବା ଜଣାପଡ଼ିଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ