ETV Bharat / state

ପିଚୁ ରାସ୍ତା ଦାବି କରି ଛାତ୍ରଛାତ୍ରୀଙ୍କ ରାସ୍ତାରୋକ - ଛାତ୍ରଛାତ୍ରୀଙ୍କ ରାସ୍ତାରୋକ

ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ । କଲେଜକୁ ଭଲ ରାସ୍ତା ନଥିବାରୁ ବାଧ୍ୟ ହୋଇ ରାସ୍ତାରୋକ କରିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : Sep 25, 2019, 2:55 PM IST

କେନ୍ଦୁଝର: ସରକାର ପିଲାଙ୍କ ପାଠପଢା ପାଇଁ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସ ଖୋଲିଦେଲେ । ହେଲେ ଯାତାୟାତ ପାଇଁ ଭଲ ରାସ୍ତା ଦେବାକୁ ଭୁଲି ଗଲେ । କାଦୁଅ ପଚ ପଚ ରାସ୍ତାରେ ପ୍ରତିଦିନ ଯିବା ଆସିବା ମୁସ୍କଲ ହେବାରୁ ଆଜି ବାଧ୍ୟ ହୋଇ ରାସ୍ତାରୋକ କରିଛନ୍ତି ଛାତ୍ରଛାତ୍ରୀ ।

କେନ୍ଦୁଝର ପୁରୁଣା ସହରରେ ଥିବା ଉତ୍ତର ଓଡ଼ିଶାର ବିଶ୍ବବିଦ୍ୟାଳୟର ଦ୍ବିତୀୟ କ୍ୟାମ୍ପସର ଛାତ୍ରଛାତ୍ରୀ ଆଜି କ୍ୟାମ୍ପସକୁ ଭଲ ରାସ୍ତା ଦାବି ଜଣାଇ ରାସ୍ତାରୋକ କରିଛନ୍ତି । ଏଥିସହ କଲେଜରେ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଇଁ ଲାବ୍ରୋଟୋରୀ ନଥିବାର ଅଭିଯୋଗ ମଧ୍ୟ କରିଛନ୍ତି । ସେପଟେ, ଯେଉଁ ରାସ୍ତା ଦେଇ କଲେଜ ଛାତ୍ରଛାତ୍ରୀ କ୍ୟାମ୍ପସ ଯାଉଛନ୍ତି ସେହି ରାସ୍ତା ଏକ ଘରୋଇ ଜମି । ତେଣୁ ଉକ୍ତ ମାଲିକ ନିଜ ଗୃହ ନିର୍ମାଣ ପାଇଁ ରାସ୍ତା ଉପରେ ମାଟି ପକାଇ ଅବରୋଧ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ଏନେଇ କ୍ୟାମ୍ପସର କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ଏହାର ସମାଧାନ ପାଇଁ ପ୍ରଚେଷ୍ଟା ଚାଲିଛି । ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଛି । ଯଥାଶୀଘ୍ର ସମାଧାନ ହୋଇଯିବ ବୋଲି କହିବାରୁ ରାସ୍ତାରୋକ ହଟିଥିଲା । ସୂଚନାଯୋଗ୍ୟ, ରାସ୍ତା ଖରାପ ପାଇଁ ଆଜି କ୍ୟାଟ ପରୀକ୍ଷା ବାତିଲ ହୋଇଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- କାଦୁଅ ରାସ୍ତା ପାଇଁ ରାସ୍ତାରୋକBody:
ଆଙ୍କର- ସରକାର ପିଲାଙ୍କ ପାଠପଢା ପାଇଁ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ କେନ୍ଦୁଝର ରେ ଖୋଲିଦେଲେ । ହେଲେ ଯାତାୟାତ ପାଇଁ ଗୋଟେ ଭଲ ରାସ୍ତା ଦେବାକୁ ଭୁଲି ଗଲେ । କାଦୁଅ ପଚ ପଚ ରାସ୍ତା ରେ ପାଠ ପଢା ପାଇଁ ଯିବା କଷ୍ଟକର ହୋଇ ଯିବାରୁ ବାଧ୍ୟ ହୋଇ ଭଲ ରାସ୍ତା ଟିଏ ପାଇଁ ରାସ୍ତା ରୋକ କରିଛନ୍ତି ଛାତ୍ର ଛାତ୍ରୀ । କେନ୍ଦୁଝର ପୁରଣା ସହର ରେ ଥିବା ଉତର ଓଡିଶା ବିଶ୍ୱବିଦ୍ୟାଳୟ ଦୁତୀୟ କ୍ୟାମ୍ପସର ଛାତ୍ରଛାତ୍ରୀ ମାନେ ଆଜି କ୍ୟାମ୍ପସ କୁ ଗୋଟେ ଭଲ ରାସ୍ତା ପାଇଁ କଲେଜ କୁ ଯିବା ପାଇଁ ଏକ ମାତ୍ରରାସ୍ତା କୁ ଅବରୋଧ କରି ରାସ୍ତାରୋକ କରିଥିଲେ । ରାସ୍ତା ନିର୍ମାଣ ନ ସାରିଲା ପର୍ଯ୍ୟନ୍ତ ଏଭଳି ରାସ୍ତାରୋକ ଜାରି ରଖିବାକୁ ଅଡ଼ି ବସିଛନ୍ତି ଛାତ୍ରଛାତ୍ରୀ । ପ୍ରକାଶ ଯେ ସବୁ ଦିନ ଯେଉଁ ରାସ୍ତା ଦେଇ କ୍ୟାମ୍ପସ କୁ ଛାତ୍ର ଛାତ୍ରୀ ଯାଉଛନ୍ତି ଉକ୍ତ ରାସ୍ତା ଟି ଜଣେ ଘରୋଇ ଜମି । ତେଣୁ ଉକ୍ତ ଜମି ମାଲିକ ନିଜ ଗୃହ ନିର୍ମାଣ ପାଇଁ ରାସ୍ତା ଉପରେ ମାଟି ପକାଇ ଅବରୋଧ କରିଛନ୍ତି । ଏନେଇ କ୍ୟାମ୍ପସ ର କତ୍ତୃପକ୍ଷଙ୍କୁ ପଚାରିବାରୁ ଏହାର ସମାଧାନ ପାଇଁ ପ୍ରଚେଷ୍ଟା ଚାଲିଛି । ଉଚ୍ଚ କତ୍ତୃପକ୍ଷ ଙ୍କୁ ଜଣାଇ ଦିଆଯାଇଛି ଯଥାଶୀଘ୍ର ସମାଧାନ ହେଇଯିବ ବୋଲି କହିବାରୁ ରାସ୍ତା ରୋକ ହଟିଥିଲା । ପ୍ରକାଶ ଯେ ଉକ୍ତ ରାସ୍ତା ଖରାପ ପାଇଁ ଆଜିକାର ପରୀକ୍ଷା ବାତିଲ ହୋଇଛି ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.