ଆନନ୍ଦପୁର: ପୌର କର୍ମଚାରୀଙ୍କ କଲମ ଛାଡ ଆନ୍ଦୋଳନ । ପୌର କାର୍ଯ୍ୟାଳୟରେ ଧସ୍ତାଧସ୍ତି ଘଟଣାକୁ ନେଇ ଏଭଳି ଆନ୍ଦୋଳନ ହୋଇଛି । ପୌର ପରିଷଦ କାର୍ଯ୍ୟାଳୟରେ ସ୍ବୟଂସହାୟିକା ଗୋଷ୍ଠୀର ମହିଳା ଓ ପୌର କର୍ମଚାରୀଙ୍କ ଧସ୍ତାଧସ୍ତି ଘଟଣାରେ ଅଭିଯୁକ୍ତଙ୍କ ଗିରଫ ଦାବିରେ ଗୁରୁବାର ପୌର କର୍ମଚାରୀ ମାନେ କଲମ ଛାଡ ଆନ୍ଦୋଳନ ଆରମ୍ଭ କରିଛନ୍ତି ।
ଏନେଇ ଘଟଣାର ତଦନ୍ତ ପାଇଁ ଆସିଥିବା କେନ୍ଦୁଝର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଘଟଣାର ତଦନ୍ତ କରିବା ସହ ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ଅନ୍ୟପଟେ ବୁଧବାର ଘଟିଥିବା ସ୍ବୟଂସହାୟିକା ଗୋଷ୍ଠୀର ମହିଳା ଓ ପୌର କର୍ମଚାରୀଙ୍କ ଧସ୍ତାଧସ୍ତି ଘଟଣାର ଅଭିଯୁକ୍ତଙ୍କୁ ପୋଲିସ ତୁରନ୍ତ ଗିରଫ କରିବ ବୋଲି ସେ ଆଶାପୋଷଣ କରିଛନ୍ତି ।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ