ETV Bharat / state

ଆର୍ସେଲର ମିତ୍ତଲ ନିପ୍ପନ୍ ଷ୍ଟିଲ ଇଣ୍ଡିଆର ନୂତନ ଖଣି ଉଦଘାଟିତ

କେନ୍ଦୁଝର ଜିଲ୍ଲା ଯୋଡା ଖଣି କ୍ଷେତ୍ର ବଡ଼ବିଲ ଠାରେ ଅବସ୍ଥିତ ଠାକୁରାଣୀ ଆଇରନ୍ ଓର୍ ମାଇନ୍ସ ଲୌହ ଖଣିକୁ ଆର୍ସେଲର ମିତ୍ତଲ ନିପ୍ପନ୍ ଷ୍ଟିଲ ଇଣ୍ଡିଆ କମ୍ପାନୀ ସର୍ବାଧିକ ୧୦୭.୫୫ ପ୍ରତିଶତରେ ହାତେଇବା ପରେ ବିଧିବଦ୍ଧ ଭାବେ ଖଣି ଉଦଘାଟନ କରିଛି । ସେପଟେ ଉଦଘାଟନ ସମୟରେ ଗାଁ ଲୋକେ ଉତ୍ତେଜନା କରିଥିବା ଦେଖିବାକୁ ମିଳିଥିଲା । ତେବେ କମ୍ପାନୀ କର୍ତ୍ତୃପକ୍ଷ ଓ ପୋଲିସ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପରେ ଯାଇ ସ୍ଥିତି ସାମାନ୍ୟ ହୋଇଥିଲା ।

author img

By

Published : Jul 1, 2020, 2:13 PM IST

ଆର୍ସେଲର ମିତ୍ତଲ ନିପ୍ପନ୍ ଷ୍ଟିଲ ଇଣ୍ଡିଆର ନୂତନ ଖଣି ଉଦଘାଟିତ
ଆର୍ସେଲର ମିତ୍ତଲ ନିପ୍ପନ୍ ଷ୍ଟିଲ ଇଣ୍ଡିଆର ନୂତନ ଖଣି ଉଦଘାଟିତ

କେନ୍ଦୁଝର: ଜିଲ୍ଲା ଆର୍ସେଲର ମିତ୍‌ତଲ ନିପ୍ପନ୍ ଷ୍ଟିଲ ଇଣ୍ଡିଆର ନୂତନ ଖଣି ଉଦଘାଟିତ ହୋଇଯାଇଛି । ଯୋଡା ଖଣି କ୍ଷେତ୍ର ବଡ଼ବିଲ ଠାରେ ଅବସ୍ଥିତ ଠାକୁରାଣୀ ଆଇରନ୍ ଓର୍ ମାଇନ୍ସ ଲୌହ ଖଣିକୁ ଆର୍ସେଲର ମିତ୍ତଲ ନିପ୍ପନ୍ ଷ୍ଟିଲ ଇଣ୍ଡିଆ କମ୍ପାନୀ ସର୍ବାଧିକ ୧୦୭.୫୫ ପ୍ରତିଶତରେ ହାତେଇବା ପରେ ବିଧିବଦ୍ଧ ଭାବେ ଖଣି ଉଦଘାଟନ କରିଛି । ଏନେଇ ଖଣି ପରିସରରେ ଭୂମି ପୂଜା ନିମନ୍ତେ ସମସ୍ତ ରୀତିକାନ୍ତି ଅନୁଷ୍ଠିତ ହୋଇଯାଇଛି ।

ଉଦଘାଟନୀ ସମାରୋହରେ କମ୍ପାନୀର ବରିଷ୍ଠ ଅଧିକାରୀ, କର୍ମଚାରୀଙ୍କ ସହ କିଛି ଠିକା ସଂସ୍ଥାର ମାଲିକ ଓ କର୍ମଚାରୀ ସାମିଲ ହୋଇଥିଲେ । ତେବେ ଆର୍ସେଲର ମିତ୍ତଲର ମୁଖ୍ୟ ଲକ୍ଷ୍ମୀ ନିବାସ ମିତ୍ତଲ ଲଣ୍ଡରେ ଥିବା କାରଣରୁ ଉଦଘାଟନୀ ସମାରୋହରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଭେଚ୍ଛା ଜଣାଇଥିଲେ ।

ଖୁବ ଶିଘ୍ର କମ୍ପାନୀ ଏହି ଖଣିରୁ ଖଣିଜ ଉତ୍ତୋଳନ କରିବ ବୋଲି ସୂଚନା ମିଳିଛି । ତେବେ ଖଣିର ଉଦଘାଟନୀ ସମାରୋହ ସମୟରେ କିଛିଟା ଉତ୍ତେଜନା ପ୍ରକାଶ ପାଇଥିଲା । ତେବେ ସ୍ଥାନୀୟ ଲୋକଙ୍କ ବିଶ୍ବାସରେ ନ ନେଇ କମ୍ପାନୀ ଉଦଘାଟନୀ ସମାରୋହ ଆୟୋଜନ କରିଥିବାରୁ ଦଲକି ଗ୍ରାମର ଲୋକେ ଖଣିକୁ ଯାଇ ପ୍ରତିବାଦ ଜଣାଇଥିଲେ । ସ୍ଥାନୀୟ ବେକାରଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଓ ପାରିପାଶ୍ବିର୍କ ବିକାଶ ଦାବି କରିଥିଲେ ଗ୍ରାମବାସୀ । ତେବେ କମ୍ପାନୀ କର୍ତୃପକ୍ଷ ଓ ପୋଲିସ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପରେ ଯାଇ ସ୍ଥିତି ସାମାନ୍ୟ ହୋଇଥିଲା ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.