କେନ୍ଦୁଝର: ଜିଲ୍ଲାରେ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ରକ୍ଷକ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଆପାତଃକାଳୀନ ପରିସ୍ଥିତି ଓ ଦୁର୍ଘଟଣାରେ ଆହତଙ୍କୁ କିପରି ସହାୟତା ଦିଆଯାଇ ପାରିବ, ସେ ବିଷୟରେ ତାଲିମ ଦିଆଯିବା ବ୍ୟବସ୍ଥା ରହିଛି ।
ଏହି ଅବସରରେ ଏକ ଦୁଇଦିନିଆ ଟ୍ରେନିଂ କାର୍ଯ୍ୟକ୍ରମ ପରିବହନ ବିଭାଗ ପକ୍ଷରୁ ଜିଲ୍ଲା ପୋଲିସ ମୁଖ୍ୟାଳୟ କନଫରେନ୍ସ ହଲରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପୋଲିସ, ପରିବହନ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ମିଳିତ ଭାବେ ହୋଇଥିବା କାର୍ଯ୍ୟକ୍ରମରେ ତିନୋଟି ଜିଲ୍ଲାର ଅଧିକାରୀ ଓ ସ୍ୱେଚ୍ଛାସେବୀ ଯୋଗ ଦେଇଥିଲେ ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ