କେନ୍ଦୁଝର: ସଦର ଥାନା ଅନ୍ତର୍ଗତ ରାଇସୁଆଁ ମୁଣ୍ଡା ସାହିରେ ଘଟିଛି ଅଭାବନୀୟ ଘଟଣା । ମଦ ନିଶାରେ ମା'କୁ ହାଣିଲା ପୁଅ । ରଜ ପାଇଁ ମୁଣ୍ଡା ସାହିର ବୁଧୁ ବେଣ୍ଟକାର ନିଜ ମା' ରଜନୀକୁ ମଦ ପାଇଁ ପଇସା ମାଗିଥିଲା । ହେଲେ ରଜନୀ ପଇସା ନଦେବାରୁ ପୁଅ ବୁଧୁ ଏକ ଟାଙ୍ଗିଆରେ ତାଙ୍କ ମୁଣ୍ଡକୁ ହାଣିଦେଇଥିଲା ।
ଖବର ପାଇ ଗୁରୁତର ରଜନୀକୁ ସ୍ଥାନୀୟ ଲୋକେ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସଦର ପୋଲିସକୁ ଖବର ଦିଆଯାଇଥିବାବେଳେ ମଧ୍ୟ ପୁଅ ଏପର୍ଯ୍ୟନ୍ତ ଫେରାର ଥିବା ଜଣା ପଡ଼ିଛି । ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ