ETV Bharat / state

ଦୀପାବଳିରେ ଆଉ ଜଳୁନି ମାଟିଦୀପ, କୁଳବେଉସା ବୁଡିବା ଭୟରେ କେଶଦୁରାପାଳର କାରିଗର - Kendujhar latest news

ଦୀପାବଳିରେ ମାଟି ଦୀପର ଚାହିଦା ଢେର ରହିଥାଏ । କିନ୍ତୁ ଦିନକୁ ଦିନ ମାଟି ଦୀପର ଚାହିଦା ବଢିବା ପରିବର୍ତ୍ତେ କମିବାରେ ଲାଗିଛି । ହେଲେ ଏବେ ପ୍ଲାଷ୍ଟିକ , ଷ୍ଟିଲ , ଚାଇନା ଆଦି ସାମଗ୍ରୀ ଯୋଗୁଁ ମାଟି ତିଆରି ଜିନିଷର ଚାହିଦା କ୍ରମଶଃ ହ୍ରାସ ପାଇବାରେ ଲାଗିଛି । କେବଳ କୁଳବେଉସାକୁ ବଞ୍ଚାଇବା ପାଇଁ ମାଟିଦୀପ ଗଢୁଛନ୍ତି କେଶଦୁରାପାଳର କାରିଗର । ଅଧିକ ପଢନ୍ତୁ...

dipawali dia artist affect on covid19 pandemic
ଆସୁଛି ଆଲୋକର ପର୍ବ ଦୀପାବଳି : ଆଉ ପୂର୍ବ ଭଳି ନାହିଁ ମାଟି ଦୀପର ଚାହିଦା
author img

By

Published : Nov 3, 2021, 7:54 PM IST

ଆନନ୍ଦପୁର: ଆସୁଛି ଆଲୋକର ପର୍ବ ଦୀପାବଳି । ଦୀପାବଳିରେ ମାଟି ଦୀପର ଚାହିଦା ଢେର ରହିଥାଏ । କିନ୍ତୁ ଦିନକୁ ଦିନ ମାଟି ଦୀପର ଚାହିଦା ବଢିବା ପରିବର୍ତ୍ତେ କମିବାରେ ଲାଗିଛି । ଏ ହେଉଛି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ କେଶଦୁରାପାଳ ଗାଁ । ଆଗକୁ ଆସୁଛି ଦୀପାବଳି ତେଣୁ ଏହି ଗ୍ରାମର କୁମ୍ଭାର ମାନେ ନିଜର କୁଳବେଉସାରେ ମାଟି ଦୀପ ସହ ଅନ୍ୟ ଜିନିଷ ତିଆରିରେ ଲାଗି ପଡ଼ିଛନ୍ତି । ଜିନିଷ ଗୁଡିକୁ ତିଆରି କରିବା ପରେ ଶୁଖାଯାଇ ଭାଟିରେ ପୋଡ଼ି ପ୍ରସ୍ତୁତ କରାଯାଇଥାଏ । ଏହାପରେ ନିକଟସ୍ଥ ବଜାର ଓ ବେପାରୀ ମାନଙ୍କୁ ଏହା ବିକ୍ରି କରିଥାନ୍ତି ।

ଆସୁଛି ଆଲୋକର ପର୍ବ ଦୀପାବଳି : ଆଉ ପୂର୍ବ ଭଳି ନାହିଁ ମାଟି ଦୀପର ଚାହିଦା

ଦିନ ଥିଲା ଏହି କେଶଦୁରାପାଳ ଗାଁରେ ମାଟି ତିଆରି ସାମଗ୍ରୀର ଚାହିଦା ଖଣ୍ଡମଣ୍ଡଳରେ ଥିଲା । ଗ୍ରାମର ୫୦ ରୁ ଉର୍ଦ୍ଧ୍ବ ପରିବାର ମାଟିରେ ହାଣ୍ଡି , ମାଠିଆ , ସୁରେଇ , ଫୁଲକୁଣ୍ଡ , ଘୋଡା , ଦୀପ ଆଦି ବିଭିନ୍ନ ଜିନିଷ ତିଆରି କରି ପରିବାର ପୋଷଣ କରୁଥିଲେ । କେନ୍ଦୁଝର ଜିଲ୍ଲା ସମେତ ପଡୋଶୀ ଜିଲ୍ଲା ଯାଜପୁର , ମୟୁରଭଞ୍ଜ ଅଂଚଳରେ ଏସବୁ ଜିନିଷ ବିକ୍ରି ହେଉଥିଲା । ହେଲେ ଏବେ ପ୍ଲାଷ୍ଟିକ , ଷ୍ଟିଲ , ଚାଇନା ସାମଗ୍ରୀ ଯୋଗୁଁ ମାଟି ତିଆରି ଜିନିଷର୍ ଚାହିଦା କ୍ରମଶଃ ହ୍ରାସ ପାଇବାରେ ଲାଗିଥିବା ବେଳେ କରୋନା ବି ଦୁଃଖ ଦେଇଛି । କୁମ୍ଭାର ମାନଙ୍କୁ ସେମାନଙ୍କ ଜିନିଷର ଉଚିତ ମୂଲ୍ୟ ମିଳିପାରୁ ନଥିବା ବେଳେ ଜାଳେଣି ର ସମସ୍ୟା ମଧ୍ୟ ଲାଗି ରହିଛି ତେଣୁ ସରକାରୀ ସହାୟତା ଦାବୀ କରୁଛନ୍ତି ଏହି ପରିବାର।

ଦୀର୍ଘ ଦୁଇ ବର୍ଷ ହେବ କୋରୋନା କଟକଣା ପାଇଁ ମାଟି କାରିଗର ମାନେ ହାତ ବାନ୍ଧି ବସିଥାଇ ବହୁ ଅସୁବିଧାରେ ପରିବାର ପୋଷଣ କରୁଥିବା ବେଳେ ଆଗକୁ ଦିପାବଳୀ ଥିବାରୁ ନିଜର ଦୀପ ସହ ମାଟି ଜିନିଷ ତିଆରିରେ ବ୍ୟସ୍ତ । ଏପଟେ କଞ୍ଚା ମାଲର ଅଭାବ ଓ ବେପାର ସମସ୍ୟା ନେଇ ନିଜର କୁଳ ବେଉଷା ମଧ୍ୟ ଛାଡିବାକୁ ବସିଲେଣି କିଛି କାରିଗର। ତଥାପି କୁମ୍ଭାର ମାନେ ନିଜ କୁଳ ବେଉଷାକୁ ବଞ୍ଚାଇ ମାଟି ଜିନିଷ ତିଆରିରେ ବ୍ୟସ୍ତ । ହେଲେ ଆଶ୍ଚର୍ଯ୍ୟ ର କଥା ମାଟିର ଏ କାରିଗର ଚିରକାଳରୁ ଅବହେଳିତ ହୋଇ ରହି ଆସିଛନ୍ତି ।

କଞ୍ଚାମାଲର ଅଭାବ ଓ ବେପାର ସମସ୍ୟା ନେଇ ନିଜର କୂଳ ବେଉଷା ମଧ୍ୟ ଛାଡିବାକୁ ବସିଲେଣି କିଛି କାରିଗର। କୋରୋନା ଭଳି ମହାମାରୀ ସମୟରେ ମାଟି କାରିଗର ମାନଙ୍କ ସମସ୍ୟା ପ୍ରତି ସରକାର ଦୃଷ୍ଟି ନଦେଲେ ଏହି ପାରମ୍ପାରିକ ଶିଳ୍ପ ଲୋପ ପାଇବ ସେଥିରେ ସନ୍ଦେହ ନାହିଁ ।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.