କେନ୍ଦୁଝର: କୋରୋନାର ଦ୍ଵିତୀୟ ଲହର ଭୟାନକ ଭାବେ କାୟାବିସ୍ତାର କରିବାରେ ଲାଗିିଛି । ଏହି ଲହରକୁ ଦେଖି ସରକାର ଲକଡାଉନ ଘୋଷଣା କରିଛନ୍ତି । ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଉପରେ କଟକଣା ଜାରି କରିଛନ୍ତି ସରକାର । ଏହି କଟକଣା ମଧ୍ୟରେ ଦୁଇ ପ୍ରେମୀ ଯୁଗଳଙ୍କୁ ବିବାହ ବନ୍ଧନରେ ବାନ୍ଧିଛନ୍ତି ସମାଜସେବୀ ମହାମାୟା ।
ସୂଚନା ମୁକତାବକ, ତେଲକୋଇ ବ୍ଲକ ଅନ୍ତର୍ଗତ ସରୁଆଳି ଗ୍ରାମର ମଳୟ ପ୍ରଧାନ ଉକ୍ତ ଗ୍ରାମର କନକ ଆପଟଙ୍କୁ ପ୍ରେମ କରୁଥିଲେ । କିନ୍ତୁ ଘର ଲୋକେ ଏହି ପ୍ରେମ ଅସ୍ବୀକାର କରି ଆସୁଥିଲେ । ଯାହାକୁ ନେଇ ଆଜି ଏହି ଦୁଇଜଣଙ୍କୁ କୋରୋନା କଟକଣା ମଧ୍ୟରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ସମାଜସେବୀ ମହାମାୟା ବିବାହ କରାଇଛନ୍ତି । ଏହି ବିବାହ ବନ୍ଧନ ପରେ ଦୁଇ ପ୍ରେମୀ ଯୁଗଳ ଖୁସିଥିବାବେଳେ ସାଧାରଣରେ ମହାମାୟାଙ୍କ ଉଦ୍ୟମକୁ ପ୍ରଶଂସା କରାଯାଇଛି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ