ETV Bharat / state

Keonjhar Murder: ମେଡିସିନ ଦୋକାନ କର୍ମଚାରୀଙ୍କୁ ଭୁଜାଲିରେ ହାଣି ନିର୍ମମ ହତ୍ୟା

author img

By

Published : Dec 25, 2021, 9:39 AM IST

Updated : Dec 25, 2021, 12:25 PM IST

ବିଳମ୍ବିତ ରାତିରେ ମେଡ଼ିସିନ ଦୋକାନ କର୍ମଚାରୀଙ୍କୁ ନିର୍ମମ ହତ୍ୟା । ଭୁଜାଲିରେ ଆକ୍ରମଣ କରି ହତ୍ୟା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ

ସଦର ଥାନା ଅଞ୍ଚଳରେ ଭୁଜାଲି ମାଡ଼, ଆକ୍ରମଣରେ ଜଣେ ମୃତ

କେନ୍ଦୁଝର: ସଦର ଥାନା ପଦ୍ମପୁର ଗ୍ରାମରେ ଚାଞ୍ଚଲ୍ୟ । ବିଳମ୍ବିତ ରାତିରେ ମେଡ଼ିସିନ ଦୋକାନ କର୍ମଚାରୀଙ୍କୁ ବିଭତ୍ସ ହତ୍ୟା । ଭୁଜାଲିରେ ଆକ୍ରମଣ କରି ହତ୍ୟା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଲେ ଦୁର୍ବୃତ୍ତ । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଝାରଖଣ୍ଡର ଜୋଶବନ୍ତ ବାଗେଲ ।

Keonjhar Murder: ମେଡିସିନ ଦୋକାନ କର୍ମଚାରୀଙ୍କୁ ଭୁଜାଲିରେ ହାଣି ନିର୍ମମ ହତ୍ୟା

ସୂଚନା ଅନୁଯାୟୀ, ଗତକାଲି( ଶୁକ୍ରବାର) ରାତିରେ ଜୋଶବନ୍ତ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ । ପ୍ରଥମେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିବା ପରେ ଛାତିକୁ ଭୁଜାଲିରେ ଆକ୍ରମଣ କରିଥିଲେ । ଏନେଇ ଖବର ପାଇ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଜୋଶବନ୍ତକୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଏନେଇ ସଦର ପୋଲିସ ଘଟଣା ସ୍ଥଳରେ ଅଧିକ ତଦନ୍ତ ଚଳାଇଛି । ତେବେ ବ୍ୟକ୍ତି ଜଣଙ୍କୁ କାହିଁକି ଏପରି ହତ୍ୟା କରାଗଲା ସେନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଏହି ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖା ଦେଇଛି । ତେବେ ଦୁଇ ଦିନ ପୂର୍ବରୁ ତାଙ୍କୁ କିଛି ଯୁବକ ଧମକ ଦେଇଥିବା ସ୍ଥାନୀୟ ଲୋକଙ୍କ ଠାରୁ ଜଣାପଡିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated : Dec 25, 2021, 12:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.