ETV Bharat / state

ନାଗା ସାଧୁଙ୍କ ଗିରଫକୁ ସେନା ଓଡିଶାର ପ୍ରତିବାଦ - ଆନନ୍ଦପୁରରେ ସେନା ଓଡିଶାର ପ୍ରତିବାଦ

ହିନ୍ଦୁ ଧର୍ମ ଓ ଜଗନ୍ନାଥ ସଂସ୍କୃତି ଉପରେ ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନ ଦ୍ବାରା ହୋଇଆସୁଥିବା ଅବହେଳା, ଅନ୍ୟାୟ ବିରୁଦ୍ଧରେ ଖୋଲାଖାେଲି ଭାବେ ସମାଲୋଚନା କରିବାରୁ ଗିରଫ ହୋଇଛନ୍ତି ହିନ୍ଦୁ ସାଧୁ ଶ୍ରୀ ବୈଷ୍ଣବ ପୁରୀ । ଅଧିକ ପଢନ୍ତୁ...

ନାଗା ସାଧୁଙ୍କ ଗିରଫକୁ ସେନା ଓଡିଶାର ପ୍ରତିବାଦ

author img

By

Published : Apr 5, 2021, 7:20 PM IST

ଆନନ୍ଦପୁର: ହିନ୍ଦୁ ଧର୍ମ ଓ ଜଗନ୍ନାଥ ସଂସ୍କୃତି ଉପରେ ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନ ଦ୍ବାରା ହୋଇଆସୁଥିବା ଅବହେଳା, ଅନ୍ୟାୟ ବିରୁଦ୍ଧରେ ଖୋଲୋଖାଲି ଭାବେ ସମାଲୋଚନା କରିବାରୁ ଗିରଫ ହୋଇଛନ୍ତି ହିନ୍ଦୁ ସାଧୁ ଶ୍ରୀ ବୈଷ୍ଣବ ପୁରୀ । ସଂସ୍କୃତିକୁ ବଞ୍ଚାଇବାକୁ ଚେଷ୍ଟା କରିବାରୁ ପ୍ରଶାସନ ପ୍ରତିଶୋଧ ପରାୟଣ ହୋଇ ବିଭିନ୍ନ ମିଥ୍ୟା ମାମଲାରେ ଆରୋପ କରି ବିଗତ ୨୦ ଦିନରୁ ଊର୍ଦ୍ଧ୍ବ ସମୟ ଧରି ସାଧୁଙ୍କୁ କାରାଗାରରେ ବନ୍ଦୀ କରାଇଛନ୍ତି ।

ନାଗା ସାଧୁଙ୍କ ଗିରଫକୁ ସେନା ଓଡିଶାର ପ୍ରତିବାଦ

ଏପରିକି ନ୍ୟାୟାଳୟକୁ ପ୍ରଭାବିତ କରି ସାଧୁ ଜଣଙ୍କୁ ଜାମିନ ନ ଦିଆଯାଇ ଶୁଣାଣି ସ୍ଥଗିତ ରଖାଯାଇଛି । ଯଦ୍ବାରା ଉପର ନ୍ୟାୟାଳୟରେ ମଧ୍ୟ ଆବେଦନ କରି ହେଉନାହିଁ । ଏଥିରେ ବ୍ୟଥିତ ହୋଇ ସାଧୁ ଶ୍ରୀ ପୁରୀ ଅନ୍ନ ତ୍ୟାଗ କରିବା ସହିତ ମୌନବ୍ରତ ଧାରଣ କରିଛନ୍ତି । ଏଥି ମଧ୍ୟରେ ଚକ୍ରାନ୍ତ କରି ନାଗା ସାଧୁଙ୍କୁ ପୁରୀ ଜେଲରୁ ଚୌଦ୍ବାର ଜେଲକୁ ସ୍ଥାନାନ୍ତରିତ କରାଯାଇଛି । ଏସବୁ ଯୋଗୁଁ ସାଧୁଙ୍କର ଶରୀର ଅସୁସ୍ଥ ହୋଇଯାଇଛି । ଏଥିନିମନ୍ତେ ସାଧୁସନ୍ଥ ସମାଜ, ବିଭିନ୍ନ ହିନ୍ଦୁ ସଂଗଠନ ଏବଂ ସାଧାରଣ ଜନତା ମିଳିତ ଭାବେ ସାଧୁ ଶ୍ରୀ ବୈଷ୍ଣବ ପୁରୀଙ୍କ ଉପରୁ ସମସ୍ତ ମିଥ୍ୟା ମାମଲା ହଟାଇ ତାଙ୍କୁ ସସମ୍ମାନେ କାରାଗାରରୁ ମୁକ୍ତ କରିବା ଦାବିରେ ଆଜି କେନ୍ଦୁଝର ଜିଲ୍ଲା ଛେନାପଦିି ଠାରେ ସେନା ଓଡିଶା ପକ୍ଷରୁ ପ୍ରତିବାଦ କରାଯାଇଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.