ଟିକା ନେଇ ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣର ଶୁଭାରମ୍ଭ କଲେ ଜିଲ୍ଲାପାଳ - ଆଗଧାଡ଼ିର ଟୀକାକରଣର ଶୁଭାରମ୍ଭ କଲେ କେନ୍ଦୁଝର ଜିଲ୍ଲାପାଳ
କେନ୍ଦୁଝର ଜିଲ୍ଲାରେ ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣରେ ପ୍ରଥମେ ଜିଲ୍ଲାପାଳ ଟିକା ନେଇ ଏହାକୁ ଶୁଭାରମ୍ଭ କରିଛନ୍ତି । ଅଧିକ ପଢନ୍ତୁ...
କେନ୍ଦୁଝର: ଜିଲ୍ଲାରେ ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣରେ ଆଗଧାଡ଼ିରେ କାର୍ଯ୍ୟ କରୁଥିବା କୋଭିଡ଼ ଯୋଦ୍ଧାଙ୍କୁ ଟିକା ଦିଆଯାଉଛି । ଶନିବାର ଟୀକାକରଣ ଆରମ୍ଭ ସମୟରେ ପ୍ରଥମେ ଜିଲ୍ଲାପାଳ ଆଶିଷ ଠାକରେ ଟିକା ନେଇ ଆଗଧାଡ଼ିର ଟୀକାକରଣର ଶୁଭାରମ୍ଭ କରିଥିଲେ ।
ଟୀକାକରଣ ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ବେଳେ ସଦର ମହକୁମାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ରିଜର୍ଭ ପୋଲିସ ଓ ଟାଉନ ହଲଠାରେ ସେଣ୍ଟର କରାଯାଇଛି । ଶନିବାର ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣରେ ଜିଲ୍ଲାପାଳ ଆଶିଷ ଠାକରେ ଓ ଆରକ୍ଷୀ ଅଧିକ୍ଷକ ମିତ୍ରଭାନୁ ମହାପାତ୍ର ପ୍ରଥମେ ଟିକା ନେଇ ଆଗଧାଡ଼ିର ଟୀକାକରଣର ଶୁଭାରମ୍ଭ କରିଥିଲେ ।
ତେବେ ଜିଲ୍ଲାପାଳ ପ୍ରଥମେ ଟିକା ନେଇ ଜିଲ୍ଲାବାସୀଙ୍କୁ ଟିକା ନେବା ପାଇଁ ଉତ୍ସାହିତ କରିଥିଲେ । ଏହି ଟିକା ସମ୍ପୂର୍ଣ୍ଣ ନିରାପଦ ହୋଇଥିବା ବେଳେ ଏହାକୁ ନ ଡରି ସମସ୍ତେ ଟିକା ଗ୍ରହଣ କରିବାକୁ ଅନୁରୋଧ କରିଥିଲେ ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ