ETV Bharat / state

ଦ୍ଵିତୀୟ ବୈଠକ ବିଫଳ, ଆଶା ଆଶଙ୍କାରେ ସ୍ପଞ୍ଜକମ୍ପାନୀ ମାଲିକ ଓ କର୍ମଚାରୀ - ବନ୍ଦ ହୋଇ ପଡିଛି ‘ଓଡିଶା ସ୍ପଞ୍ଜ ଆଇରନ’

ଆଶା ଆଶଙ୍କାରେ ସ୍ପଞ୍ଜକମ୍ପାନୀ ମାଲିକ ଓ କର୍ମଚାରୀ । ଦ୍ଵିତୀୟ ବୈଠକ ପୁଣି ବିଫଳ । ‘ଓଡିଶା ସ୍ପଞ୍ଜ ଆଇରନ’ ଏବେ ବନ୍ଦ ହୋଇ ପଡିଛି ।

ଦ୍ଵିତୀୟ ବୈଠକ ବିଫଳ
author img

By

Published : Oct 11, 2019, 10:52 PM IST

କେନ୍ଦୁଝର: ଏସିଆ ମହାଦେଶର ପ୍ରଥମ ସ୍ପଞ୍ଜ ଆଇରନ କାରଖାନା ‘ଓଡିଶା ସ୍ପଞ୍ଜ ଆଇରନ’ ଏବେ ବନ୍ଦ ହୋଇ ପଡିଛି । ଏହି କାରଖାନା ଖୋଲିବା ଓ କର୍ମ ନିଯୁକ୍ତି ଦାବିରେ ୨୦୧୫ ମସିହାରୁ ଲଗାତର ଭାବେ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି କର୍ମଚାରୀ । କମ୍ପାନୀ ବନ୍ଦ ଥିବାରୁ କମ୍ପାନୀ ଅଧିକାରୀ ଏହି ଧାରଣାରତ କର୍ମଚାରୀଙ୍କ ଦାବି ମାନିବାକୁ ଅରାଜି ହେଉଥିଲେ ।

ଦ୍ଵିତୀୟ ବୈଠକ ବିଫଳ

ହାଇକୋର୍ଟଙ୍କ ଆଦେଶ ପରେ କମ୍ପାନୀ କର୍ତ୍ତୃପକ୍ଷ ଆନ୍ଦୋଳନରତ କର୍ମଚାରୀଙ୍କ ସହ ଆଲୋଚନା କରିବାକୁ ରାଜି ହୋଇଛନ୍ତି । ଏହାସହ ଆଗାମୀ ଦିନରେ କମ୍ପାନୀ ଖୋଲିବାକୁ ସ୍ଥିର କରିଥିବା ବେଳେ ଆଲୋଚନା ଆରମ୍ଭ କରିଛନ୍ତି । ପୂର୍ବରୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହା ବିଫଳ ହେବାପରେ ପୁଃନର୍ବାର ଆଜି ଜିଲ୍ଲାପାଳଙ୍କ ମିନି କନଫରେନ୍ସ ହଲରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କମ୍ପାନୀ ମାଲିକ, କର୍ମଚାରୀ ଓ ଜିଲ୍ଲା ପ୍ରଶାସନର ଅଧିକାରୀ ଉପସ୍ଥିତରେ ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଥିଲା ।

ଉକ୍ତ ବୈଠକରେ ଆଲୋଚନା ପରେ କମ୍ପାନୀ କର୍ତ୍ତୃପକ୍ଷ ପ୍ଲାଣ୍ଟ ଖୋଲିବା ନେଇ ଆଶାବାଦୀ ଥିବାବେଳେ କର୍ମଚାରୀ ମାନେ କର୍ତ୍ତୃପକ୍ଷଙ୍କ ଦାବି ପୂରଣ ଟାଳଟୁଳ ନୀତିରେ ଆଶଙ୍କାରେ ଅଛନ୍ତି । ଏନେଇ ପ୍ରଶାସନ ମଧ୍ୟ ଆଗାମୀ ଦିନରେ କମ୍ପାନୀ କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କ ସହଯୋଗରେ କମ୍ପାନୀ ପୁଃନର୍ବାର କାର୍ଯ୍ୟକ୍ଷମ କରିବା ନେଇ ଆଶାବାଦୀ ରହିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ବିଫଳ ହେଲା ଦ୍ଵିତୀୟ ବୈଠକ, ଆଶା ଆଶଙ୍କାରେ ସ୍ପଞ୍ଜକମ୍ପାନୀ ମାଲିକ ଓ କର୍ମଚାରୀBody:ଆଙ୍କର- ଏସିଆ ମହାଦେଶର ପ୍ରଥମ ସ୍ପଞ୍ଜ ଆଇରନ କାରଖାନା ଓଡିଶା ସ୍ପଞ୍ଜ ଆଇରନ ଏବେ ବନ୍ଦ ହୋଇ ପଡିଛି । ଏହି କାରଖାନା ଖୋଲିବା ଓ କର୍ମ ନିଯୁକ୍ତି ଦାବିରେ ୨୦୧୫ ମସିହାରୁ ଜିଲ୍ଲା ଶ୍ରମ ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି କର୍ମଚାରୀ । କମ୍ପାନୀ ବନ୍ଦ ଥିବାରୁ କମ୍ପାନୀ ଅଧିକାରୀ ଏହି ଧାରଣା ରତ କର୍ମଚାରୀ ଙ୍କ ଦାବି ମାନିବାକୁ ଅରାଜି ହେଉଥିଲେ । ମାନ୍ୟବର ହାଇକୋର୍ଟ ଙ୍କ ଆଦେଶ ପରେ କମ୍ପାନୀ କତ୍ତୃପକ୍ଷ ଆନ୍ଦୋଳନ ରତ କର୍ମଚାରୀଙ୍କ ସହ ଆଲୋଚନା କରିବାକୁ ରାଜି ହୋଇଛନ୍ତି । ଏହା ସହ ଆଗାମୀ ଦିନରେ କମ୍ପାନୀ ଖୋଲିବାକୁ ସ୍ଥିର କରିଥିବା ବେଳେ ଆଲୋଚନା ଆରମ୍ଭ କରିଛନ୍ତି । ପୂର୍ବରୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହା ବିଫଳ ହେବାପରେ ପୁନର୍ବାର ଆଜି ଜିଲ୍ଲାପାଳଙ୍କ ମିନି କନ୍ଫରେନ୍ସ ହଲ ରେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ କମ୍ପାନୀ ମାଲିକ, କର୍ମଚାରୀ ଓ ଜିଲ୍ଲା ପ୍ରଶାସନର ଅଧିକାରୀ ଉପସ୍ଥିତ ରେ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଆଲୋଚନାପରେ କମ୍ପାନୀ କତ୍ତୃପକ୍ଷ ପ୍ଲାଣ୍ଟଖୋଲିବା ନେଇ ଆଶାବାଦୀ ଥିବାବେଳେ କର୍ମଚାରୀ ମାନେ କତ୍ତୃପକ୍ଷଙ୍କ ଦାବି ପୂରଣ ଟାଳଟୁଳ ନୀତିରେ ଆଶଙ୍କା ରେ ଅଛନ୍ତି । ଏନେଇ ପ୍ରଶାସନ ମଧ୍ୟ ଆଗାମୀ ଦିନରେ କମ୍ପାନୀ କତ୍ତୃପକ୍ଷ ଓ କର୍ମଚାରୀଙ୍କ ସହଯୋଗରେ କମ୍ପାନୀ ପୁନର୍ବାର କାର୍ଯ୍ୟକ୍ଷମ ହେବା ନେଇ ଆଶାବାଦୀ ଅଛି ।

ବାଇଟ-୧- ମୁନିର ମହାନ୍ତି ( ମାଲିକ, ଓଡିଶା ସ୍ପଞ୍ଜ ଆଇରନ)ଲମ୍ବା ଚୁଟି ଥିବା ଲୋକ

ବାଇଟ-୨- ଯଦୁମଣି ପ୍ରଧାନ ( ପୂର୍ବତନ କର୍ମଚାରୀ) ନିଶ ଥିବା ଲୋକ

ବାଇଟ-୩-ଆଶିଷ ଠାକରେ ( ଜିଲ୍ଲାପାଳ) ଧଳା ସିର୍ଟ ପିନ୍ଧିଥିବା ଲୋକConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.