ETV Bharat / state

ଭୂତ ଭୟରେ ସରକାରୀ ବିଦ୍ୟାଳୟରେ ତାଲା

author img

By

Published : Dec 11, 2019, 3:21 PM IST

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଭଅଁରପୁର ପ୍ରାଥମିକ ବିଦ୍ୟାଳୟର ସ୍ବଳ୍ପବ୍ୟୟ ଆବାସିକ ସ୍କୁଲରେ ଭୂତ  ଭୟରେ 2 ଜଣ ଛାତ୍ରୀ ଚେତାଶୂନ୍ୟ ହୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଯାହାଫଳରେ ଅଭିଭାବକ ମହଲରେ ଭୟର ବାତାବରଣ ଦେଖାଯାଇଛି  । ଅଧିକ ପଢନ୍ତୁ...

ghost
ଫଟୋ ସୌଜନ୍ୟ:ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ଭୂତ ଭୟରେ ସରକାରୀ ବିଦ୍ୟାଳୟରେ ତାଲା । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଭଅଁରପୁର ପ୍ରାଥମିକ ବିଦ୍ୟାଳୟର ସ୍ବଳ୍ପବ୍ୟୟ ଆବାସିକ ସ୍କୁଲରେ ଭୂତ ଭୟରେ 2 ଜଣ ଛାତ୍ରୀ ଚେତାଶୂନ୍ୟ ହୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଯାହାଫଳରେ ଅଭିଭାବକ ମହଲରେ ଭୟର ବାତାବରଣ ଦେଖାଯାଇଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କେନ୍ଦୁଝର

ଉକ୍ତ ଛାତ୍ରବାସରେ ଆଜକୁ ୩ଦିନ ହେବ ଭୂତର ଭୟ ଦେଖା ଦେଇଛି । ଏହି ଛାତ୍ରବାସରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୪୦ଜଣ ଛାତ୍ରଛାତ୍ରୀ ରହୁଥିବା ବେଳେ ବର୍ତ୍ତମାନ ଏହି ସ୍କୁଲ ପରିସରରେ ତାଲା ଝୁଲୁଛି । ଭୌତିକ କାଣ୍ଡ କାରଣରୁ ୨ଦିନ ମଧ୍ୟରେ ୭ଜଣ ଛାତ୍ରୀ ଚେତାଶୁନ୍ୟ ହୋଇ ହରିଚନ୍ଦନପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହେବା ପରେ ସ୍କୁଲରେ ଭୟର ବାତାବରଣ ଦେଖାଯାଇଛି । ଯାହା ଫଳରେ ବିଦ୍ୟାଳୟକୁ ଛାତ୍ରଛାତ୍ରୀ ଆସିବାକୁ ଭୟ କରୁଛନ୍ତି ।

ହଷ୍ଟେଲ ପାର୍ଶ୍ବରେ ଥିବା ପରିଶ୍ରାଗାରକୁ ଯିବା ମାତ୍ରେ ଛାତ୍ରୀମାନେ ଚିତ୍କାର କରି ଚେତା ଶୂନ୍ୟ ହୋଇ ପଡୁଛନ୍ତି । ଚିକିତ୍ସା ପରେ ଫେରିଥିବା କିଛି ଛାତ୍ରୀ ସ୍କୁଲ ପରିସରରେ ପହଁଞ୍ଚିବା ପରେ ପୁଣି ଚେତା ଶୂନ୍ୟ ହୋଇଯିବା ଘଟଣା ସ୍କୁଲରେ ଭୟର ବାତାବରଣ ବଢାଇବା ସହ ଅଭିଭାବକମାନଙ୍କୁ ଚିନ୍ତାରେ ପକାଇଛି । ଭୟଭୀତ ଅଭିଭାବକ ମାନେ ନିଜ ନିଜ ପିଲାମାନଙ୍କୁ ସ୍କୁଲରୁ ଘରକୁ ନେଇ ଯାଇଛନ୍ତି ।
ତେବେ ଗ୍ରାମବାସୀଙ୍କ କହିବା ଅନୁଯାୟୀ ପୂର୍ବରୁ ଏହି ସ୍ଥାନରେ ଭୌତିକ ଘଟଣା ସାମ୍ନାକୁ ଆସୁଥିଲା କିନ୍ତୁ ସ୍କୁଲ ଆରମ୍ଭ ପରଠାରୁ କୌଣସି ଘଟଣା ସାମ୍ନାକୁ ଆସିନଥିଲା । ମାତ୍ର ଏବେ ଏହି ଘଟଣା ସାମ୍ନାକୁ ଆସିବା ପରେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଭୌତିକ କାରଣ ହେଉ କିମ୍ବା ଅନ୍ୟ କୌଣସି କାରଣ ହେଉ ଏହି ଘଟଣା ଦିଗରେ ଶିଘ୍ର ପଦକ୍ଷେପ ଗ୍ରହଣ କରି ସ୍କୁଲରେ ଶିକ୍ଷାଦାନ ସ୍ବଭାବିକ କରିବା ପାଇଁ ଦାବି ହୋଇଛି ।

ଏନେଇ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ପଚାରିବାରୁ ଛାତ୍ରୀଙ୍କର କଣ ହେଇଛି ସେନେଇ ଡାକ୍ତରୀ ପରୀକ୍ଷା ଚାଲିଛି । କିଛି ଭୌତିକ କାଣ୍ଡକୁ ଏଡାଇ ଯାଇଥିବା ବେଳେ ବ୍ଲକ ଶିକ୍ଷାଧିକାରୀଙ୍କୁ ଏନେଇ ତଦନ୍ତ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ, ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ- ଭୁତ ଭୟରେ ସରକାରୀ ବିଦ୍ୟାଳୟ ରେ ତାଲାBody:ଆଙ୍କର-ସ୍କୁଲ ପରିସରରେ ଭୌତିକ କାଣ୍ଡ । ଭୌତିକ ଘଟଣାରୁ ୨ଦିନ ମଧ୍ୟରେ ୭ଜଣ ଛାତ୍ରୀ ଚେତା ଶୂନ୍ୟ ହୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହେବା ପରେ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଭୟର ବାତାବରଣ ଦେଖାଯାଇଥିଲା । ଭୂତ ଭୟରେ ସମସ୍ତ ଛାତ୍ରଛାତ୍ରୀ ହେଷ୍ଟେଲ ଛାଡି ଦେଇଥିବା କାରଣରୁ ସ୍କୁଲରେ ଏବେ ତାଲା ପଡ଼ିଥିବା ସହ ପରିସର ଶୂନଶାନ ହୋଇପଡିଛି । ଏହି ପରି ଅବିଶ୍ବସନୀୟ ଘଟଣା କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଭଅଁରପୁର ପ୍ରାଥମିକ ବିଦ୍ୟାଳୟର ସ୍ବଳ୍ପବ୍ୟୟ ଆବାସିକ ସ୍କୁଲରେ ଘଟିଛି । ବିଶ୍ବାସ ନହେଲେ ବି ଘଟଣାଟି ସତ, ଉକ୍ତ ଛାତ୍ରବାସରେ ଆଜକୁ ୩ଦିନ ହେବ ଭୂତର ଭୟ ଦେଖା ଦେଇଛି । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୪୦ଜଣ ଛାତ୍ରଛାତ୍ରୀ ରହୁଥିବା ବେଳେ ବର୍ତ୍ତମାନ ଏହି ସ୍କୁଲ ପରିସର ପାଲଟିଛି ଶୂନଶାନ । ଭୌତିକ କାଣ୍ଡ କାରଣରୁ ୨ଦିନ ମଧ୍ୟରେ ୭ଜଣ ଛାତ୍ରୀ ଚେତା ଶୁନ୍ୟ ହୋଇ ହରିଚନ୍ଦନପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହେବା ପରେ ସ୍କୁଲରେ ଭୟର ବାତାବରଣ ଦେଖା ଯାଇଥିଲା । ଯାହା ଫଳରେ ବିଦ୍ୟାଳୟକୁ ଛାତ୍ରଛାତ୍ରୀ ଆସିବାକୁ ଭୟ କରୁଛନ୍ତି । ହଷ୍ଟେଲ ପାଶ୍ବରେ ଥିବା ପରିଶ୍ରାଗାରକୁ ଯିବା ମାତ୍ରେ ଛାତ୍ରୀମାନେ ଚିତ୍କାର କରି ଚେତା ଶୂନ୍ୟ ହୋଇ ପଡୁଛନ୍ତି । ଚିକିତ୍ସା ପରେ ଫେରିଥିବା କିଛି ଛାତ୍ରୀ ସ୍କୁଲ ପରିସରରେ ପହଁଞ୍ଚିବା ପରେ ପୁଣି ଚେତା ଶୂନ୍ୟ ହୋଇଯିବା ଘଟଣା ସ୍କୁଲରେ ଭୟର ବାତାବରଣ ବଢାଇବା ସହ ଅଭିଭାବକମାନଙ୍କୁ ଚିନ୍ତାରେ ପକାଇଛି । ଭୟଭିତ ଅଭିଭାବକ ମାନେ ନିଜ ନିଜ ପିଲାମାନଙ୍କୁ ସ୍କୁଲରୁ ଘରକୁ ନେଇ ଯାଇଛନ୍ତି । ଯାହା ଫଳରେ ବିଦ୍ୟାଳୟରେ ପଡ଼ିଛି ତାଲା । ତେବେ ଗ୍ରାମବାସୀଙ୍କ କହିବା ଅନୁଯାୟୀ ପୂର୍ବରୁ ଏହି ସ୍ଥାନରେ ଭୌତିକ ଘଟଣା ସାମ୍ନାକୁ ଆସୁଥିଲା କିନ୍ତୁ ସ୍କୁଲ ଆରମ୍ଭ ପର ଠାରୁ କୌଣସି ଘଟଣା ସାମ୍ନାକୁ ଆସିନଥିଲା । ମାତ୍ର ଏବେ ଏହି ପରି ଘଟଣା ସାମ୍ନାକୁ ଆସିବା ପରେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଭୌତିକ କାରଣ ହେଉ କିମ୍ବା ଅନ୍ୟ କୌଣସି କାରଣ ହେଉ ଏହି ଘଟଣା ଦିଗରେ ଶିଘ୍ର ପଦକ୍ଷେପ ଗ୍ରହଣ କରି ସ୍କୁଲରେ ଶିକ୍ଷାଦାନ ସ୍ବଭାବିକ କରିବା ପାଇଁ ଦାବି ହୋଇଛି । ତେବେ ଭୂତ ଭୟ ହେଉକି ଅନ୍ୟ କୌଣସି କାରଣ ହେଉ ସ୍କୁଲର ଛାତ୍ରଛାତ୍ରୀ ଶୂନ୍ୟ ହେବା ବର୍ତମାନ ଚିନ୍ତାର କାରଣ ହୋଇଛି । ଏଥିସହ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକାର ହୋଇ ପ୍ରଥମେ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ପରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଥିବାର ଜଣାପଡିଛି । ଏନେଇ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ପଚାରିବାରୁ ଛାତ୍ରଙ୍କ କଣ ହେଇଛି ସେନେଇ ଡାକ୍ତରୀ ପରୀକ୍ଷା ଚାଲିଛି । କିଛି ଭୌତିକ କାଣ୍ଡ କୁ ଏଡାଇ ଯାଇଥିବା ବେଳେ ବ୍ଲକ ଶିକ୍ଷଧିକାରୀଙ୍କୁ ଏନେଇ ତଦନ୍ତ କରାଯିବା ପାଇଁ ନିର୍ଦେଶ ଦିଆଯାଇଥିବା ପ୍ରକାଶ କରିଛନ୍ତି ।

ବାଇଟ-୧- ଶରତ ମହାକୁଡ଼ (ଅଭିବାବକ)

ବାଇଟ-୨- ଶକୁନ୍ତଳା ନାଏକ( ଶିକ୍ଷୟତ୍ରୀ)

ବାଇଟ-୩-ପୂର୍ଣଚନ୍ଦ୍ର ସେଠୀ( ଜିଲ୍ଲା ପ୍ରକଳ୍ପ ସଂଯୋଜକ)Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.