ଆନନ୍ଦପୁର: ଶ୍ରାବଣ ମାସର ଦ୍ବିତୀୟ ସୋମବାର। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ଦେଓଗାଁର ସର୍ବପ୍ରାଚୀନ ଶୈବପୀଠ କୁଶଳେଶ୍ବର।
ଆଜି ଭୋରରୁ ଦୂରଦୂରାନ୍ତରୁ ଆସିଥିବା କାଉଡ଼ିଆ ଭକ୍ତ ମାନେ ଶିବଙ୍କ ଉପରେ ଜଳ ଢାଳି ନିଜ ନିଜର ମାନସିକ ପୂରଣ ପାଇଁ ଆଶୀର୍ବାଦ ଭିକ୍ଷା କରିଛନ୍ତି। କୁଶଳେଶ୍ବର ମହାଦେବଙ୍କ ଉପରେ ଜଳ ଢାଳିଲେ ନିଜର ମାନସିକ ପୂରଣ ହୁଏ ବୋଲି ବହୁ କାଉଡ଼ିଆ ଭକ୍ତ କହିଛନ୍ତି।
ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ