କେନ୍ଦୁଝର: ଜିଲ୍ଲାପାଳ କ୍ଷମତା ଜାହିର କରିବାକୁ ଯାଇ ମାଡ ଖାଇଲେ ସରପଞ୍ଚ । ଗାଁ ଯୁବକଙ୍କୁ ସଙ୍ଗରୋଧ କେନ୍ଦ୍ର ଭିତରକୁ ପଶିବାକୁ ବାରଣ କରିବାରୁ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅଁରା ପଞ୍ଚାୟତର ଆଦିବାସୀ ସରପଞ୍ଚ କହ୍ନେଇ ମୁଣ୍ଡାଙ୍କୁ ସର୍ବ ସମ୍ମୁଖରେ ମାଡ ମାରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସରପଞ୍ଚ ନନ୍ଦିପଦା ଥାନାରେ ଏତଲା ଦେଇଛନ୍ତି ।
ସୂଚନା ଅନୁଯାୟୀ, ସରପଞ୍ଚ କହ୍ନେଇ ମୁଣ୍ଡା ପ୍ରତିଦିନ ଅଁରା ସଙ୍ଗରୋଧ କେନ୍ଦ୍ରକୁ ଯାଇ ପ୍ରବାସୀଙ୍କର ଖାଦ୍ୟ, ପାନୀୟ ଆଦି ସମ୍ପର୍କରେ ବୁଝାସୁଝା କରିଥାନ୍ତି । ଏହି ସମୟରେ ଗାଁର ଜିତେନ୍ଦ୍ର ପରିଡା ନାମକ ଯୁବକ ସଙ୍ଗରୋଧ କେନ୍ଦ୍ର ଭିତରକୁ ପଶି ଯାଉଥିବା ବେଳେ, ସରପଞ୍ଚ ତାଙ୍କୁ ବାରଣ କରିଥିଲେ । ଏହାପରେ ଜିତେନ୍ଦ୍ର ସରପଞ୍ଚଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲା ।
କିଛି ସମୟ ପରେ ସରପଞ୍ଚ ଜଣେ ବ୍ୟକ୍ତିଙ୍କ ସହ ବାଇକରେ ଯାଉଥିବା ସମୟରେ ଏହି ଯୁବକ ଜଣକ ଗାଁରେ ସରପଞ୍ଚଙ୍କୁ ଅଟକାଇ ମାଡ ମାରିଥିବା ସରପଞ୍ଚ ଅଭିଯୋଗ ହୋଇଛି । ଏନେଇ ସରପଞ୍ଚ ଥାନାରେ ଏକ ଏତଲା ଦେଇଛନ୍ତି ।
ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ