ETV Bharat / state

ମହିଳା ଦିବସରେ ପାଳନ ହେଲା ମଦମୁକ୍ତ ଦିବସ

ଆନ୍ତର୍ଜାତୀୟ ମହିଳା ଦିବସକୁ ମଦ ମୁକ୍ତ ଦିବସ ରୂପେ ପାଳନ କରିଛି ଶାନ୍ତି ଶକ୍ତି ମହିଳା ସମାଜ ସୁରକ୍ଷା ମଞ୍ଚ । ମହିଳାଙ୍କ ସୁରକ୍ଷା ଓ ସମ୍ମାନରେ ପ୍ରତିବନ୍ଧକ ସାଜିଥିବା ମଦ କବଳରୁ ସମାଜକୁ ବଞ୍ଚାଇବା ଲକ୍ଷ୍ୟରେ ନିଶା ନିବାରଣ ଅଭିଯାନ ।

author img

By

Published : Mar 8, 2019, 10:47 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା କେନ୍ଦୁଝର

କେନ୍ଦୁଝର: ଆନ୍ତର୍ଜାତୀୟ ମହିଳା ଦିବସକୁ ମଦ ମୁକ୍ତ ଦିବସ ରୂପେ ପାଳନ କରିଛି ଶାନ୍ତି ଶକ୍ତି ମହିଳା ସମାଜ ସୁରକ୍ଷା ମଞ୍ଚ । ମହିଳାଙ୍କ ସୁରକ୍ଷା ଓ ସମ୍ମାନରେ ପ୍ରତିବନ୍ଧକ ସାଜିଥିବା ମଦ କବଳରୁ ସମାଜକୁ ବଞ୍ଚାଇବା ଲକ୍ଷ୍ୟରେ ନିଶା ନିବାରଣ ଅଭିଯାନ । କେନ୍ଦୁଝର ହରିଚନ୍ଦନପୁର ସ୍ଥିତ ଶାନ୍ତି ଶକ୍ତି ମହିଳା ସମାଜ ସୁରକ୍ଷା ମଞ୍ଚ ପକ୍ଷରୁ ଏହି ଅଭିନବ ପ୍ରୟାସ କରାଯାଇଛି ।

ମଦରେ ଜର୍ଜରିତ ୨୫ଟି ପଞ୍ଚାୟତର ବିଭିନ୍ନ ଗାଁର ମହିଳା ଆଜି ଏକତ୍ରିତ ହୋଇଛନ୍ତି । ହରିଚନ୍ଦନପୁର ଗାନ୍ଧୀ ଛକଠାରେ ଏକତ୍ରିତ ହୋଇ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପ୍ରତିମୂତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହା ପରେ ଏକ ଶୋଭାଯାତ୍ରାରେ ବାହାରି ନିଶା ନିବାରଣ ଆଇନ କାର୍ଯ୍ୟକାରୀ ଦାବିରେ ମଦ ବିରୋଧୀ ସ୍ଲୋଗାନ ସହ ହରିଚନ୍ଦନପୁର ବଜାର ପରିକ୍ରମା କରିଥିଲେ ।

ଏହି ନିଶାମୁକ୍ତ ଅଭିଯାନ ଓଡିଶା କେନ୍ଦୁଝର ଶାଖା ଏବଂ ଶାନ୍ତିଶକ୍ତି ମହିଳା ସମାଜ ସୁରକ୍ଷା ମଞ୍ଚ ମିଳିତ ଉଦ୍ୟମରେ ଆୟୋଜିତ କରାଯାଇଛି । ଏହାର ନେତୃତ୍ବ ସାମାଜିକ କର୍ମୀ ଶର୍ମିଷ୍ଠା ମହାନ୍ତି ନେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ଉକ୍ତ ଅନୁଷ୍ଠାନର ସଦସ୍ୟା ସମେତ ହରିଚନ୍ଦନପୁର ବ୍ଲକର ୨୫ଟି ପଞ୍ଚାୟତରୁ ମହିଳା ପ୍ରତିନିଧି ସାମିଲ ହୋଇଥିଲେ । ସରକାରଙ୍କର ମଦ କାରବାରକୁ ଦୃଢ ବିରୋଧ କରିବା ସହିତ ରାଜ୍ୟରେ ନିଶା ନିବାରଣ ଆଇନ୍ କାର୍ଯ୍ୟକାରୀ ନହେଲେ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ ହେବ ବୋଲି ଚେତାବନୀ ଦିଆଯାଇଛି ।

ଆଜି ମହିଳାଙ୍କ ସମ୍ମାନାର୍ଥେ ପାଳିତ ଆନ୍ତର୍ଜାତୀୟ ମହିଳା ଦିବସକୁ ବିରୋଧ କରି କଳାବ୍ୟାଚ ପିନ୍ଧି ନିଶାମୁକ୍ତି ଦିବସ ରୂପେ ପାଳନ କରାଯିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

OD_BAM_SAMIR_ON_SWACHH_SARVEKSHAN_AVB_BYTE_2
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.