କେନ୍ଦୁଝର: ଜିଲ୍ଲାରେ କଡ଼ା ସୁରକ୍ଷା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ନିର୍ବାଚନ ଅନୁଷ୍ଠିତ ହୋଇଛି । ଚଳିତ ବର୍ଷ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ଦରବାର ହଲରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ୩୬ ଜଣ ନବ ନିର୍ବାଚିତ ଜିଲ୍ଲା ପରିଷଦ ସଦସ୍ୟ ନିର୍ବାଚନ ପ୍ରକ୍ରିୟାର ଭାଗ ନେଇଥିଲେ ।
୩୭ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୩୬ଟି ଆସନରେ ନିର୍ବାଚନ ହୋଇଥିଲା । ସେଥିମଧ୍ୟରୁ ୩୩ଟି ଆସନ ବିଜେଡି ହାତେଇଥିବା ବେଳେ, ୩ଟି ବିଜେପି ହାତେଇଥିଲା । ଆଜି(ରବିବାର)ର ନିର୍ବାଚନରେ ବିଜେଡିର ୩୧ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟା ସାଗରିକା ସାହୁଙ୍କୁ କେନ୍ଦୁଝର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି । ବିଜେପି ୩ଟି ସିଟ୍ ହାତେଇଥିଲେ ମଧ୍ୟ ବିଜେପିର ଅସୀମା ମିଶ୍ର ଜିଲ୍ଲା ପରିଷଦ ଅଧ୍ୟକ୍ଷା ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ ।
ଏଥିରେ ସାଗରିକା ୩୩ ଖଣ୍ଡ ଭୋଟ ପାଇଥିବା ବେଳେ ଅସୀମା ୩ଟି ଭୋଟ ପାଇଥିଲେ । ଶେଷରେ ସାଗରିକା ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି । ଏହି ପଦରେ ନିର୍ବାଚିତ ହେବାପରେ ସାଗରିକା ନବୀନ ପଟ୍ଟନାୟକଙ୍କ ସହ ସାଧାରଣ ଜନତାଙ୍କୁ ଧନ୍ୟବାଦ ଦେଇଛନ୍ତି ଓ ସେମାନଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି ।
କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ