ETV Bharat / state

ସଡକ ଦୁର୍ଘଟଣାରେ ମେକାନିକାଲ ଇଞ୍ଜିନିୟର ମୃତ - MEDICAL

କେନ୍ଦୁଝର ଜିଲ୍ଲାରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି ସଡକ ଦୁର୍ଘଟଣା, ପ୍ରତିଦିନ ସଡକ ଦୁର୍ଘଟଣାରେ ଜୀବନ ଯାଉଥିବାରୁ ଚିନ୍ତାରେ ଜିଲ୍ଲାବାସୀ । ତୁରନ୍ତ ଏହାର ସ୍ଥାୟୀ ପ୍ରତିକାର କରିବା ପାଇଁ ଦାବି କରିୁଛନ୍ତି ଜିଲ୍ଲାବାସୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର
author img

By

Published : Jul 13, 2019, 12:05 PM IST

କେନ୍ଦୁଝର: ସରକାରଙ୍କ ଅନେକ ନିର୍ଦ୍ଦେଶନାମା, ସ୍ବେଚ୍ଛାସେବୀ ଅନୁଷ୍ଠାନର ବାରମ୍ବାର ସଚେତନତା ସତ୍ତ୍ବେ ସଡକ ଦୁର୍ଘଟଣା ଥମିବାର ନାଁ ଧରୁନାହିଁ । ଖଣିଜ ସମ୍ପଦ ଭରା ରାଜ୍ୟର କେନ୍ଦୁଝର ଜିଲ୍ଲାରେ ଯେମିତି ସଡକ ଦୁର୍ଘଟଣା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି ।

ଗତ ଶୁକ୍ରବାର ରାତିରେ ପୁଣି ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ସୂଚନାମୁତାବକ ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ରାଜପଥ ରେଙ୍ଗାଳବେଡା ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକ ଜଣକ ହେଲେ ମୁରୁସୁଆଁ ଗ୍ରାମର ସଂଗ୍ରାମ କେଶରୀ ସାହୁ । ସେ ପଟ୍ଟନାୟକ ଷ୍ଟିଲରେ ମେକାନିକାଲ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ଗତରାତିରେ ସେ ନିଜ କାର୍ଯ୍ୟ ସାରି ଫେରୁଥିବାବେଳେ କୌଣସି ଗାଡି ସହ ଧକ୍କା ହୋଇ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ୪୯ ନମ୍ବର ରାଜପଥକୁ ଅବରୋଧ କରିଛନ୍ତି । ଫଳରେ ଉଭୟ ପାର୍ଶ୍ବରେ ବହୁ ଗାଡି ଅଟକି ରହିଛି । ଘଟଣାସ୍ଥଳରେ ତୁରୁମୁଙ୍ଗା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ତଦନ୍ତ କରୁଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Intro:ସ୍ଲଗ-ଅଜଣା ଗାଡି ଧକ୍କାରେ ଯୁବକ ମୃତ, ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧBody:ଆଙ୍କର- କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ରାଜପଥ ରେଙ୍ଗାଳବେଡା ନିକଟରେ ଅଜଣା ଗାଡି ଧକ୍କାରେ ବିଳମ୍ବିତ ରାତିରେ ବାଇକ ଆରୋହିଙ୍କ ମୃତ୍ୟୁ ଘଟିଛି। ମୃତକ ମୁରୁସୁଆଁ ଗ୍ରାମର ସଂଗ୍ରାମ କେଶରୀ ସାହୁ, ସେ ପଟ୍ଟନାୟକ ଷ୍ଟିଲରେ ମେକାନିକାଲ ଇଂଜିନିୟର ଭାବେ କାର୍ଯ୍ୟ କରୁଥିଲେ। ରାତିରେ ଡ୍ୟୁଟି ସାରି ଘରକୁ ଫେରୁଥିବା ଅଜଣା ଗାଡି ଧକ୍କା ଦେଇଥିଲା ଫଳରେ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା।କ୍ଷତି ପୂରଣ ଦବୀରର ଉତ୍ୟକ୍ତ ଲୋକେ ୪୯ ନମ୍ବର ରାଜପଥ କୁ ଅବରୋଧ କରିଛନ୍ତି। ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି। ରାଜପଥ ଅବରୋଧ ଯୋଗୁଁ ରାଜପଥରେ ଶହ ଶହ ଗାଡି ମୋଟର ଅଟକି ରହିଛି। ଘଟଣା ସ୍ଥଳରେ ତୁରୁମୁଙ୍ଗା ପୋଲିସ ଓ ଅଗ୍ନିଶମ ବାହିନୀ ପହଁଚି ତଦନ୍ତ ଜାରି ରଖିଛନ୍ତି। ତେବେ ୪୯ ନମ୍ବର ରାଜପଥ ସମ୍ପ୍ରସାରଣ ହୋଉଥିବା ରୁ ରାସ୍ତା ରେ କୌଣସି ସତର୍କ ସୂଚନା ନ ଥିବାରୁ ଏପରି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.