ETV Bharat / state

ତାରିଣୀ ଦର୍ଶନ ସାରି ଫେରୁଥିବା ବାଟରେ କାର୍ ଦୁର୍ଘଟଣା, ଜଣେ ମୃତ - କେନ୍ଦୁଝର ସଡକ ଦୁର୍ଘଟଣା

Road Accident: କେନ୍ଦୁଝର ଜିଲ୍ଲାର ନୟାକୋଟ ଥାନା ଧାନଗଦି ପେଟ୍ରୋଲ ପମ୍ପ ନିକଟରେ କଣ୍ଟେନରକୁ ପଛପଟୁ ଧକ୍କା ଦେଲା କାର । ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ମହିଳା ଗୁରୁତର । ଅଧିକ ପଢନ୍ତୁ

road accident
କେନ୍ଦୁଝର ସଡକ ଦୁର୍ଘଟଣା
author img

By ETV Bharat Odisha Team

Published : Dec 30, 2023, 2:17 PM IST

କେନ୍ଦୁଝର ସଡକ ଦୁର୍ଘଟଣା

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ନୟାକୋଟ ଥାନା ଧାନଗଦି ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ କଣ୍ଟେନରକୁ ପଛପଟୁ ଧକ୍କା ଦେଲା କାର । ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ମୃତ ମହିଳା ଜଣଙ୍କ ରାଉରକେଲାର ଉଷାରାଣୀ ମୁଦୁଲି ଜଣାପଡିଛି । ସେମାନେ ମା' ତାରିଣୀଙ୍କ ଦର୍ଶନ ସାରି ଫେରୁଥିବା ବେଳେ ବାଟରେ ଦୁର୍ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ଗତକାଲି (ଶୁକ୍ରବାର) ସନ୍ଧ୍ୟାରେ ରାଉରକେଲା ଅଞ୍ଚଳର ସୋମନାଥ ମୁଦୁଲି, ସ୍ତ୍ରୀ ଉଷାରାଣୀ ମୁଦୁଲି ଓ ୨ ଶିଶୁଙ୍କ ସମେତ ସମ୍ପର୍କୀୟ ବବିତା ସିଂ ଓ ପୁଅ ମିଶି ମା' ତାରିଣୀଙ୍କୁ ଦର୍ଶନ କରିବାକୁ ଯାଇଥିଲେ । ଦର୍ଶନ କରି ଘଟଗାଁରୁ ରାଉରକେଲାକୁ ଏକ କାରରେ ଫେରୁଥିଲେ । ଏହି ସମୟରେ ବିଏସଏନ୍ଏଲର କେବୁଲ୍ ମରାମତି କାମ କରୁଥିବା କଣ୍ଟେନରଟି ରାସ୍ତାକଡ଼ରେ ଛିଡ଼ା ହୋଇ ଥିବାବେଳେ କାରଟି ପଛପଟରୁ ଧକ୍କା ହୋଇଥିଲା । ଫଳରେ କାର ଚୂରମାର ହୋଇଯାଇଛି । ଏଥିସହ ଘଟଣାସ୍ଥଳରେ ଉଷାରାଣୀଙ୍କ ମୃତ୍ୟୁ ଘଟିଥିବା ବେଳେ ସମ୍ପର୍କୀୟ ମହିଳା ବବିତା ସିଂ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ସେହିପରି କାରରେ ଥିବା ସମସ୍ତ ୬ ଯାତ୍ରୀଙ୍କୁ ସ୍ଥାନୀୟ ଲୋକେ ଓ ନୟାକୋଟ ପୋଲିସ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ମୃତ ମହିଳାଙ୍କ କୋଳରେ ଥିବା ଏକ ୫ ବର୍ଷର ଝିଅ ସୁରକ୍ଷିତ ଥିବାବେଳେ କୋଳରେ ଥିବା ଅନ୍ୟ ଏକ ବର୍ଷକର ଶିଶୁ ସାମାନ୍ୟ ଆହତ ହୋଇଥିଲେ ହେଁ ସୁରକ୍ଷିତ ଥିବା ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡି ଦୁଇଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ- ଟ୍ରକକୁ ଧକ୍କା ଦେଲା ପିକନିକ ବସ୍, 20 ଆହତ

ପ୍ରକାଶ ଥାଉକି, ରାଜ୍ୟରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ଉଦବେଗ ଜନକ ରହିଛି । ଗତ ଦୁଇ ଦିନ ତଳେ କେନ୍ଦୁଝର ଘଷିପୁରା ଥାନା ଅନ୍ତର୍ଗତ ୨୦ ନଂ ଜାତୀୟ ରାଜପଥ ଭାଲୁକୁମା ନିକଟରେ ଟ୍ରକକୁ ପଛରୁ ଧକ୍କା ଦେଇଥିଲା ପିକନିକ ବସ୍ । ଏହି ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତୁର ହୋଇଥିଲେ । ତେବେ ବାଲେଶ୍ବର ସୋରର ଏକ ଘରୋଇ ଟ୍ୟୁଟୋରିଆଲର ଶିକ୍ଷକ ଓ ଛାତ୍ରଛାତ୍ରୀ ସମ୍ବଲପୁର ପିକନିକ ପାଇଁ ଯାଇଥିଲେ । ପିକନିକ ସାରି ସକାଳୁ ଫେରିବା ସମୟରେ ଭାଲୁକୁମା ଛକଠାରେ ଏକ ଟ୍ରକକୁ ପଛରୁ ଧକ୍କା ଦେଇଥିଲା ବସ୍ । ଦୁର୍ଘଟଣାରେ ଡ୍ରାଇଭର ଓ ଜଣେ ଶିକ୍ଷକ ଗୁରୁତର ହୋଇଥିଲେ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.