ETV Bharat / state

ଟ୍ରକକୁ ପଛରୁ ପିଟିଲା ଟ୍ରକ, 2 ମୃତ

ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା । ଟ୍ରକକୁ ପଛରୁ ପିଟିଲା ଟ୍ରକ । ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ...

road accident in ghasipura polise station area, anandpur, 2 dead
ଟ୍ରକକୁ ପଛରୁ ପିଟିଲା ଟ୍ରକ, 2 ମୃତ
author img

By

Published : Nov 2, 2020, 10:13 AM IST

ଆନନ୍ଦପୁର: ଟ୍ରକକୁ ପଛରୁ ପିଟିଲା ଟ୍ରକ । ଘଟଣାସ୍ଥଳରେ୨ଜଣଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ଘଟିଛି ଘସିପୁରା ଥାନା୨୦ ନମ୍ବର ଜାତୀୟ ରାଜପଥ ବୀରଗୋବିନ୍ଦପୁର ନିକଟରେ ।

ଟ୍ରକକୁ ପଛରୁ ପିଟିଲା ଟ୍ରକ, 2 ମୃତ

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଟ୍ରକ ଡ୍ରାଇଭର୍ ଓ ହେଲପର୍ ଗାଡ଼ି ରଖି ଟ୍ରକର ଚକା ଖୋଲୁଥିବା ବେଳେ ପଛରୁ ଅନ୍ୟ ଏକ ଟ୍ରକ ୨ ଜଣଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୨ ଜଣଙ୍କର ମୃତ୍ୟୁ ଘଟିଥିଲା । ମୃତକ ୨ ଜଣ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ତରତରା ଗାଁର ଲିପୁନ ନାଏକ ଓ ପପୁନ ଘଡ଼େଇ ବୋଲି ଜଣା ପଡ଼ିଛି । ଖବର ପାଇ ଘସିପୁରା ପୋଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକ ଜବତ କରିଛି । ଏହିସହ ୨ ମୃତଦେହ ଉଦ୍ଧାର କରି ଅଧିକ ତଦନ୍ତ ଜାରି ରଖିଛି।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.