ଆନନ୍ଦପୁର: ଶାଳପଡା ବସ୍ ଷ୍ଟପ ନିକଟରୁ ମହିଳାଙ୍କୁ ଅପହରଣ କରି ବଳାତ୍କାର ଉଦ୍ୟମ ଅଭିଯୋଗ ହୋଇଛି ।
ତେବେ ଜଳ ସମ୍ପଦ ବିଭାଗର ଝାଡୁଦାରଙ୍କ କ୍ବାଟରରେ 5 ଜଣ ଯୁବକ ମହିଳାଙ୍କୁ ବନ୍ଦ କରି ରଖିଥିଲେ । ଖବର ପାଇ ଘସିପୁରା ପୋଲିସ ଉକ୍ତ ମହିଳାଙ୍କୁ ଉଦ୍ଧାର କରିଥିଲା। ପୋଲିସ 5 ଜଣ ଯୁବକଙ୍କୁ ଅଟକ ରଖିଛି ପଚରା ଉଚୁରା ଜାରି ରଖିଛି ।
ତେବେ ମହିଳାଙ୍କ ଘର ଯାଜପୁର ଅଞ୍ଚଳର ବୋଲି ସୂଚନା ରହିଛି ।
କେନ୍ଦୁଝରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ