ETV Bharat / state

ଘଟଗାଁ ଜିଲ୍ଲା ପରିଷଦ ଜୋନ୍‌- ୮ ଉପ-ନିର୍ବାଚନ, BJDର ପ୍ରାର୍ଥୀପତ୍ର ଦାଖଲ - ୮ନମ୍ବର ଜିଲ୍ଲା ପରିଷଦ ଜୋନରେ ପ୍ରାର୍ଥୀପତ୍ର ଦାଖଲ

ଏହି ଜୋନ୍‌ରେ ବିଜେଡି ପ୍ରାର୍ଥୀ ଥିବା ଅନାଦି ନାଏକଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା । ଫଳରେ ନିର୍ବାଚନକୁ ସ୍ଥଗିତ ରଖିଥିଲେ ରାଜ୍ୟ ନିର୍ବାଚନ କମିଶନ । ଏହି ଜୋନ୍‌ରେ ମଇ ୨୭ରେ ଭୋଟଗ୍ରହଣ ଓ ୨୮ରେ ଭୋଟ ଗଣତି ହେବ । ଅଧିକ ପଢନ୍ତୁ

୮ନମ୍ବର ଜିଲ୍ଲା ପରିଷଦ ଜୋନ ପାଇଁ ବିଜେଡିର ପ୍ରାର୍ଥୀପତ୍ର ଦାଖଲ

author img

By

Published : May 2, 2022, 3:22 PM IST

Updated : May 2, 2022, 3:32 PM IST

କେନ୍ଦୁଝର: ଜିଲ୍ଲା ପରିଷଦ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବାପରେ ୮ନମ୍ବର ଜିଲ୍ଲା ପରିଷଦ ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ । ନିର୍ବାଚନ ପୂର୍ବରୁ ୮ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେଡି ପ୍ରାର୍ଥୀ ଥିବା ଅନାଦି ନାଏକଙ୍କ ମୃତ୍ୟୁପରେ ସ୍ଥଗିତ ହୋଇଥିଲା ଜିଲ୍ଲା ପରିଷଦ ନିର୍ବାଚନ । ପରେ ଉପନିର୍ବାଚନ ନେଇ ତାରିଖ ଘୋଷଣା ହେବାପରେ ପ୍ରାର୍ଥୀ ପତ୍ର ଦାଖଲ କରିଛି ବିଜେଡି । ଦଳ ପକ୍ଷରୁ ରଞ୍ଜିତ ନାଏକ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମର୍ଥକଙ୍କ ସହିତ ଆସି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ।

୮ନମ୍ବର ଜିଲ୍ଲା ପରିଷଦ ଜୋନ ପାଇଁ ବିଜେଡିର ପ୍ରାର୍ଥୀପତ୍ର ଦାଖଲ

ଉକ୍ତ ଜୋନରେ ବିଜେଡି ପ୍ରାର୍ଥୀ ଥିବା ଅନାଦି ନାଏକଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା । ଫଳରେ ନିର୍ବାଚନକୁ ସ୍ଥଗିତ ରଖିଥିଲେ ରାଜ୍ୟ ନିର୍ବାଚନ କମିଶନ । ନୂଆ ଘୋଷଣା ଅନୁଯାୟୀ, ଏପ୍ରିଲ ୨୧ରୁ ମଇ ୨୮ ପର୍ଯ୍ୟନ୍ତ ନିର୍ବାଚନ ଆଚରଣ ବିଧି ବଳବତ୍ତର ରହିବ । ମଇ ୨୭ରେ ଭୋଟଗ୍ରହଣ ଓ ୨୮ରେ ଭୋଟ ଗଣତି ହେବ ।

ଏଥିପାଇଁ ବିଜେଡି ପକ୍ଷରୁ ରଞ୍ଜିତ ନାଏକ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ପୂର୍ବରୁ ବିଜେପି ଓ କଂଗ୍ରେସ ପ୍ରାର୍ଥୀପତ୍ର ଦାଖଲ କରିସାରିଛନ୍ତି ଓ ଅନ୍ୟ ସମସ୍ତ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ ରହିଛି । ବିଜେଡି ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ନିୟମ ଅନୁଯାୟୀ, ନିର୍ବାଚନ କମିଶନ କେବଳ ବିଜେଡିକୁ ନୂଆ ପ୍ରାର୍ଥୀପତ୍ର ଦାଖଲ ପାଇଁ ଅନୁମତି ପ୍ରଦାନ କରିଥିଲେ ।

ମଇ ୫ରେ କାଏମ ରହିଥିବା ପ୍ରାର୍ଥୀଙ୍କ ନାମ ରିଲିଜ ହେବ । ମଇ ୭ ଦିନ ୧୧.୦୦ଟା ସୁଦ୍ଧା ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି । ଦିନ ୩.୦୦ଟା ସୁଦ୍ଧା ଚୁଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ହେବ । ମତଦାନର ସମୟ ସକାଳ ୯.୦୦ଟାରୁ ଅପରାହ୍ନ ୧.୦୦ଟା ପର୍ଯ୍ୟନ୍ତ ରହିଛି । ଘଟଗାଁ ବ୍ଳକ ଅଫିସରେ ଭୋଟ ଗଣତି ହେବ । ଏହି ଜୋନ୍‌ରେ ୧୦ ପଞ୍ଚାୟତ- ଖନ୍ତାଘର, ଢେଙ୍କିକୋଟ୍‌, ତୋରାଣିପେଆଖରୀ, ପଇଡପାଟଣା, ଭୋଲବେଡା, ବାରହାତୀପୁର, ମନୋହରପୁର, ମୁକ୍ତପୁର, ସରସପଡି ଓ ସନ୍ତରପୁର ରହିଛି । ଜୋନ୍‌ ୮ରେ ମୋଟ ୩୨,୦୭୬ ଭୋଟର ମତସାବ୍ୟସ୍ତ କରିବେ । ଏହି ଜୋନ୍‌ ST ପାଇଁ ରିଜର୍ଭ ରହିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated : May 2, 2022, 3:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.